Below header

ରାକ୍ତ ସମ୍ପର୍କରେ କଳଙ୍କର ଛିଟା, ଏଭଳି ଦୁଷ୍କର୍ମ ଘଟଣା ଶୁଣିଲେ ରକ୍ତ ହୋଇଯିବ ଗରମ

ଦିନକୁ ଦିନ ସମାଜର କିଛି କଳୁଷିତ ବ୍ୟକ୍ତି ସମ୍ପର୍କ ଓ ସମାଜକୁ କଳଙ୍କିତ କରିବା ପାଇଁ ଲାଗି ପଡିଛନ୍ତି। କାମନା ବାସନାରେ ଅନ୍ଧ ହୋଇ ନିଜ ରକ୍ତ ସମ୍ପର୍କର ପରିଜନଙ୍କୁ ମଧ୍ୟ ଚିହ୍ନି ପରୁନାହାନ୍ତି । ଯାହାଫଳରେ ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ଭଳି ଘଟଣା ସମାଜରେ ଘଟିଚାଲିଛି। ସର୍ଭେ କହୁଛି ଅଧିକାଂଶ କ୍ଷେତ୍ରରେ  ନାରୀଟିଏ  କେବଳ ତାର ଜ୍ଞାତିସମ୍ପର୍କୀୟ ମାନଙ୍କ ଦ୍ବାରା ଦୁଷ୍କର୍ମର  ଶିକାର ହୁଏ। ଯାହାର ଉଦାହାରଣ ରୂପେ ମହାରାଷ୍ଟ୍ରର ଔରଙ୍ଗାବାଦର ଏହି ଘଟାଣାକୁ ନେଇପାରିବା। ଏଠାରେ ଦୁଇଟି ଏପରି ଘଟଣା ଆସିଛି  ଯାହା ଏହି ଶିକ୍ଷିତ ସମାଜକୁ ଏକ ଶକ୍ତି ଚାପୁଡା ମାରିବା ଭଳି । କାରଣ ଅନେକ ସଚେନତତା ପରେ ମଧ୍ୟ ନିଜ ରକ୍ତସମ୍ପର୍କ ସହିତ ଦୁର୍ଷ୍କମ କରିବା ପାଇଁ ପଛାଉନାହାନ୍ତି କିଛି ପଶାଚ।

Image result for rape shadow

ମହାରାଷ୍ଟ୍ରର ଔରଙ୍ଗାବାଦର ଜିଲ୍ଲାରେ ଜଣେ ମା  ନିଜ ୨୦ ବର୍ଷିୟ  ପୁଅ  ବିରୋଧରେ  ଆଣିଛନ୍ତି ସାଂଘାତିକ ଅଭିଯୋଗ। ସେଭଳି ଜଣେ  ୧୩ ବର୍ଷର ଜଣେ ନାବାଳିକା ନିଜ ବାପା ନାଁରେ ମଧ୍ୟ  ଆଣିଛନ୍ତି ସାଂଘାତିକ ଅଭିଯୋଗ  ଯାହାକୁ ପଢିଲେ   ଓ ଶୁଣିଲେ ଆପଣଙ୍କ  ରକ୍ତ ମଧ୍ୟ ଗରମ  ହୋଇଯିବ। ପ୍ରଥମ ଘଟଣାର  ସୂଚନା ମୁତାବକ ହସ୍ପିଟାଲରେ କାମ କରୁଥିବା ଏହି ମହିଳା ଜଣଙ୍କର  ସ୍ବାମୀ ଦୀର୍ଘ ୭ ବର୍ଷ ହେବ ଆରପାରିକୁ ଚାଲିଯାଇଛନ୍ତି। ଦୁଇ ପୁଅ ଦୁଇ ଝିଅଙ୍କୁ ଧରି ବହୁ କଷ୍ଟରେ  ସଂସାର ଚଳାଇ ଆସନ୍ତି ମହିଳା ଜଣକ।  କିଛି ଦିନ ହେବ ମହିଳାଙ୍କ ପୁଅ  ମଦ ପିଇ  ଘରେ ଝଗଡାଝାଟି ଓ ମାରପିଟ୍ ମଧ୍ୟ ଆରମ୍ଭ କରିଦେଇଥିଲେ। ଏମିତି କି ୩ ମାସ ପୂର୍ବରୁ ନିଜ ମାକୁ ଦୁଷ୍କର୍ମ  ମଧ୍ୟ  କରିଚାଲିଥିଲେ। ଆଉ ମାକୁ ଧମକ ଦେଉଥିଲା  ଯଦି କାହାକୁ କିଛି ଏବିଷୟରେ କହିବୁ ତେବେ ସବୁଦିନ ପାଇଁ ଜୀବନରୁ ମାରିଦେବି। ଏହି ଧମକ ଓ  ଲୋକଲଜ୍ଜା ଭୟରେ କହାକୁ କିଛି  କହିପାରୁନଥିଲେ ମହିଳା। କିନ୍ତୁ ପୁଅର ମାନସିକତା ଦିନକୁ ଦିନ ବିକୃତ ହେବାରେ ଲାଗିବାରୁ ଓ ଅତ୍ୟାଚାର ବଢିବା କାରଣରୁ ମହିଳା ଜଣକ ବାଧ୍ୟ ହୋଇ ତଡକେ ସିଡକେ ଥାନାରେ ଅଭିଯୋଗ  କରିଥିଲେ । ଅଭିଯୋଗ ପରେ  ତଡକେ ସିଡକେ ଥାନା ଅଧିକାରୀ  ଅଭୁଯୁକ୍ତ ପୁଅକୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି।

Image result for rape shadowସେହିଭଳି ଔରଙ୍ଗାବାଦ ଜିଲ୍ଲାରେ ବୁଧବାର ଦିନ  ଜଣେ ୧୩ ବର୍ଷର ନାବାଳିକା ନିଜ ବାପାଙ୍କ ବିରୋଧରେ ଆଣିଥିଲେ ଦୁଷ୍କର୍ମ ଅଭିଯୋଗ। ସିଡକେ ପୋଲିସର  କହିବା  ମୁତାବକ ଚୌକିଦାର କାମ  କରୁଥିବା ଅଭିଯୁକ୍ତ ଜଣକ ନିଜ ପରିବାର ସହ ଦୁଇବର୍ଷ ହେବ ରହି ଆସିଛି। କିନ୍ତୁ କିଛି ଦିନ ହେବ ଏହି  ଅଭିଯୁକ୍ତ ନିଜ ୧୩ ବର୍ଷର ଝିଅ ସହିତ ଅଭଦ୍ର ବ୍ୟବହାର କରି ଆସୁଥିଲା ଯାହାକୁ  ବିରୋଧ କରୁଥିଲେ ପୀଡିତା । କିନ୍ତୁ ବିରୋଧକୁ ଅଭିଯୁକ୍ତ ଜଣକ  ଖାତିର କରୁନଥିଲା। ଝିଅ ଶେଷରେ ନିଜ ମାକୁ ଏସବୁ ଜଣାଇବାରୁ ମା ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ ଏହି ଘଟଣାରେ ଅଭିଯୁକ୍ତ ବାପାକୁ ଗିରଫ କରିଛି ।ତେବେ ନିର୍ଭୟା ଓ ହାଇଦ୍ରାବଦ ଭଳି ଘଟଣାରେ ଅଭିଯୁକ୍ତ ମାନଙ୍କୁ ମୃତ୍ୟୁଦଣ୍ଡ ମିଳିଥିବା ବେଳେ ଏଭଳି ଘଟଣାରେ ଏ ଅଭିଯୁକ୍ତ ମାନଙ୍କୁ କିଦଣ୍ଡ  ମିଳୁଛି ଏବେ ତାହା ଦେଖିବାକୁ ବାକି ରହିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.