ଅକ୍ଟୋବରରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ସାରିଦିଅନ୍ତୁ ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର। ଅକ୍ଟୋବର ମାସରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ। କରୋନା ମହାମାରୀ ଯୋଗୁଁ ଅଧିକାଂଶ କାମ ଘରୁ କରିବାକୁ ଅନୁମତି ଦିଆଯାଇଛି । ଏପରିକି ବ୍ୟାଙ୍କ ସମ୍ବନ୍ଧୀୟ କାମ ମଧ୍ୟ ଘରୁ କରିବାକୁ କୁହାଯାଉଛି । ବେଳେବେଳେ ଆମେ ଜାଣିନଥାଉ ବ୍ୟାଙ୍କ ଛୁଟି ଅଛି ବୋଲି ଆଉ ବ୍ୟାଙ୍କ ଚାଲିଯାଉ । ସେଥିପାଇଁ ବ୍ୟାଙ୍କ କେବେ କେବେ ଛୁଟି ରହୁଛି ତାହା ପୂର୍ବରୁ ଜାଣିରଖିବା ଭଲ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁସାରେ ଅକ୍ଟୋବର ମାସରେ ୧୦ଟି ପର୍ବ ପଡୁଛି । ଏହି ୧୦ ଦିନ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କଗୁଡିକ ବନ୍ଦ ରହିବ । ପ୍ରତ୍ୟେକ ରବିବାର ଛଡା ଦ୍ୱିତୀୟ ଓ ଚତୁର୍ଥ ଶନିବାର ଦିନ ମଧ୍ୟ ସାର୍ବଜନିକ ଭାବେ ବ୍ୟାଙ୍କ ବନ୍ଦ ରହିବ । ଆରବିଆଇ ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଯୋଗୁଁ ସାରା ଦେଶରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ଏହାପରେ ଅକ୍ଟୋବର ୪ ତାରିଖ ରବିବାର ବ୍ୟାଙ୍କ ଛୁଟି । ୧୦ ତାରିଖରେ ଦ୍ୱିତୀୟ ଶନିବାର, ୧୧ ତାରିଖରେ ରବିବାର ବ୍ୟାଙ୍କ ଛୁଟି । ୧୭ ତାରିଖରେ ଆସାମ ଓ ଇମ୍ଫାଲରେ ବ୍ୟାଙ୍କ ବନ୍ଦ ରହିବ । ୧୮ ତାରିଖରେ ପୁଣି ରବିବାର ସାପ୍ତାହିକ ବ୍ୟାଙ୍କ ଛୁଟି ।

bnak

ଅକ୍ଟୋବର ୨୩ରେ ମହାସପ୍ତମୀ, ୨୪ରେ ମହାଷ୍ଟମୀ, ୨୫ ତାରିଖ ରିବାବାର, ୨୬ ତାରିଖରେ ଦଶହରା ପଡୁଥିବାରୁ ଏହିଦିନ ମଧ୍ୟ ବନ୍ଦ ରହିବ ବ୍ୟାଙ୍କ। ସେହିପରି ୨୯ ଅକ୍ଟୋବରରେ ମିଲାଦ ଇ- ସରିଫ ଏବଂ ୩୦ ତାରିଖରେ ଇଦ୍‌ ଏବଂ ୩୧ ତାରିଖରେ ସର୍ଦ୍ଦାର ପଟେଲ ଜୟନ୍ତୀ ରହିବା ଯୋଗୁଁ ବ୍ୟାଙ୍କ ଛୁଟି ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.