ଆଇପିଏଲ ମ୍ୟାଚକୁ ନେଇ ହେଉଥିଲା କୋଟି କୋଟି ଟଙ୍କାର ଜୁଆ ଖେଳ, ଗିରଫ ହେଲେ ତିନି ଅଭିଯୁକ୍ତ

ରାଜସ୍ଥାନରେ ଆଇପିଏଲକୁ ନେଇ ହେଉଥିଲା ଜୁଆ ଖେଳ । ଜୟପୁର କମିଶନେରେଟ ସ୍ପେଶାଲ ଟିମ ଓ ଶ୍ୟାମ ନଗର ଥାନା ପୋଲିସ ମିଳିତ ଚଢ଼ାଉ କରି ଆଇପିଏଲ କ୍ରିକେଟ ମ୍ୟାଚ ଉପରେ କୋଟି କୋଟି ଟଙ୍କାର ଜୁଆ ଆଡା ଚଲାଇଥିବା ଥିବା ଏକ ଟିମକୁ ଧରିଛନ୍ତି । ଏମାମଲାରେ ପୋଲିସ ତିନି ଜଣଙ୍କୁ ଗିରଫ କରି ସାଢେ ୮ ଲକ୍ଷ ଟଙ୍କା ସମେତ ପ୍ରାୟ ୧୫ କିଲୋ ଓଜନର ରୂପା ଜବତ କରିଛନ୍ତି । ଏହାସହ ୧୪ଟି ମୋବାଇଲ, ୨ଟି ଏଲଇଡ଼ି, ୨ଟି ଲ୍ୟାପଟପ, ସେଟଅପ ବକ୍ସ, ୪ ଟି ରିମୋଟ, ୱାଇଫାଇ ରାଉଟର, ରେଜିଷ୍ଟର ମଧ୍ୟ ଜବତ ହୋଇଛି । ପୋଲିସ ତରଫରୁ ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଥିବା ବେଳେ ତିନି ଆରୋପିଙ୍କୁ ପଚରା ଉଚୁରା ଆରମ୍ଭ କରିଦେଇଛି ।

ଏବାବଦରେ ଆଡିଶୀନାଲ କମିଶିନର ଆଜ୍ୟପାଲ ଲାମ୍ବା ନିଜ ବୟାନରେ କହିଛନ୍ତିକି, ଏହି ଜୁଆ ଖେଳ ସହ ସମ୍ପୃକ୍ତ ମୁଖ୍ୟ ଆରୋପି ମହେନ୍ଦ୍ର କୁମାର ଅଗ୍ରୱାଲ, ପୁଅ ସିଦ୍ଧାର୍ଥ ଅଗ୍ରୱାଲ ଓ ପଡୋଶୀ ଆଶିଷ ଅଗ୍ରୱାଲଙ୍କୁ ଗିରଫ କରାଯାଇଛି । ଏହାବାଦ ଅନ୍ୟତମ ଅଭିଯୁକ୍ତ ମହେନ୍ଦ୍ରର ଭାଇ ଗଜେନ୍ଦ୍ୱର ଜେରା ଜାରି ରଖାଯାଇଛି । ସୂଚନାରୁ ଜଣାଯାଇଛିଯେ ଅନେକ ବର୍ଷ ହେବ ଏହି ଟିମ ଆଇପିଏଲ ମ୍ୟାଚ ଉପରେ ବେଟ ଲଗାଇ ଆସୁଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.