ଆଜି ରାଜ୍ୟରେ ୩୪୪୩ ପଜିଟିଭ୍‌ ଚିହ୍ନଟ, ୧୪ ମୃତ

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୪୪୩ କରୋନା ପଜିଟିଭ୍ ଚିହ୍ନଟ। କ୍ୱାରେଣ୍ଟାଇନ୍ରୁ ୨୦୧୭ଓ ଲୋକାଲ କେସ୍ ରହିଛି ୧୪୨୬। ବର୍ତ୍ତମାନ ସୁଦ୍ଧା ୩୨୫୦୯୯୯ ସାମ୍ପଲ ଟେଷ୍ଟ ହୋଇଥିବା ବେଳେ ପଜିଟିଭ୍‌ କେସ୍‌ ୨୧୯୧୧୯ ରହିଛି। ସେହିଭଳି ଏଥିରୁ ୧୮୧୪୮୧ ଜଣ ସୁସ୍ଥ ହୋଇଥିବା ବେଳେ ୩୬୭୪୩ ସକ୍ରିୟ ମାମଲା ରହିଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଟକରୁ ୩୫୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରୁ ୧୫୨, ଅନୁଗୁଳରୁ ୧୦୦ ଓ ବରଗଡରୁ ୧୧୧, ଭଦ୍ରକରୁ ୯୫ ଏବଂ ବଲାଙ୍ଗିରିରୁ ୧୧୪ ଜଣ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ଆଜି ରାଜ୍ୟରେ କରୋନା ନେଲା ୧୪ ଜୀବନ। ବାଲେଶ୍ୱରରୁ ୫୨ ବର୍ଷିୟ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଭଦ୍ରକରୁ ଜଣେ, ଭୁବନେଶ୍ୱରରୁ ୨ଜଣ, କଟକରୁ ଜଣେ, ଗଞ୍ଜାମରୁ ଜଣେ, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ଜଣେ ଏବଂ ଖୋର୍ଦ୍ଧାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ୮୪୨କୁ ବୃଦ୍ଧି ପାଇଛି।