ରୟାଲ ଏନଫିଲ୍ଡ ବୁଲେଟ ୩୫୦ ଏବଂ ୩୫୦ କ୍ଲାସିକ୍‌କୁ ଟକ୍କର ଦେବ ହୋଣ୍ଡାର ଏହି ବାଇକ୍‌, ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ

ରୟାଲ ଏନଫ୍ଳିଲ୍ଡ କମ୍ପାନୀ ନିଜର ସିଙ୍ଗଲ ଏବିଏସ ଏବଂ ରିୟର ଲିଫ୍ଟ ପ୍ରୋଟେକସନ୍ ସହ ବୁଲେଟ ୩୫୦ ଏବଂ କ୍ଲାସିକ ୩୫୦ ଲଞ୍ଚ କରିଥିଲା । ଯାହାର ମୂଲ୍ୟ ୧.୨୧ ଲକ୍ଷ ରହିଥିଲା। ଏବେ ଏହି ବାଇକ୍‌କୁ ଟକ୍କର ଦେବା ପାଇଁ ହୋଣ୍ଡା ପକ୍ଷରୁ ନୂଆ ବାଇକ୍‌ ଆଣିବାକୁ ଯାଉଛି। ଯାହାର ମୂଲ୍ୟ ୨.୫ ଲକ୍ଷ ହୋଇପାରେ ବୋଲି ଅନୁମାନ କରାଯାଉଛି।

ଭାରତରେ ରୟାଲ ଏନଫିଲ୍ଡ ନିଜର ପରଫମାନ୍ସ ଏବଂ ବୁଲେଟ ମେଡଲ ପାଇଁ ବହୁତ ଜଣାଶୁଣା। କିନ୍ତୁ ଏହାକୁ ଟକ୍କର ଦେବା ପାଇଁ ମାର୍କେଟରେ ହୋଣ୍ଡା ନୂଆ କ୍ରୁଜିଏର ବାଇକ୍‌ ଆଣିବାକୁ ଯାଉଛି ଯାହା ଆଜି ଲଞ୍ଚ ହେବାକୁ ଯାଉଛି। ଯାହାର ନାମ ରହିଛି ‘ହୋଣ୍ଡା ହାଇନେସ’। ହୋଣ୍ଡା ହାଇସେନର ୪୦୦ ସିସି ସେଗମେଣ୍ଟ ଲଞ୍ଚ ହେବ। ଏହି ବାଇକର ଡିଜାଇନରେ ହୋଣ୍ଡା ରିବେଲ ଭଳି ରହିଛି। ଯାହା ଭାରତ ବାହାରେ ବିକ୍ରି ହେଉଛି।

honda

ଏହି ବାଇକର ଫ୍ରଣ୍ଟରେ ରାଉଣ୍ଡେଡ ହେଡଲ୍ୟାମ୍ପ ସହିତ ଏଲଇଡି ୟୁନିଟ୍‌ ରହିବାକୁ ଆଶା କରାଯାଉଛି। ହୋଣ୍ଡା ହାଇନେସରେ କର୍ଭି ଫୁଏଲ ଟ୍ୟାଙ୍କ ସହିତ ସିଙ୍ଗଲ ସିଟ୍‌ ମିଳିବ। ଏହି ବାଇକର ଇଞ୍ଜନ ପାଓ୍ଵାର ୩୦୦-୩୫୦ ସିସି, ସିଙ୍ଗଲ ସିଲିଣ୍ଡର ଇଂଜନ ମିଳିବାର ସମ୍ଭାବନା ରହିଛି। ଯାହାର ଶୋରୁମ୍‌ ମୂଲ୍ୟ ୨.୫ ଲକ୍ଷ ରହିଛି।

ରୟାଲ ଏନଫ୍ଲିଲ୍ଡ ବୁଲେଟ ୩୫୦ ଏବଂ ୩୫୦ କ୍ଲାସିକରେ ୩୪୬ସିସିର ସିଙ୍ଗଲ ସିଲିଣ୍ଡର , ଏୟାର ଫ୍ଳୁଲ୍ଡ ମୋଟର ଦିଆଯାଇଛି। ଏହାର ଇଞ୍ଜିନ୍ ୧୯.୮ ବିଏଚପିର ପାୱାର ଏବଂ ୨୮ ଏନଏମର ପିକ୍ ଟ୍ରାକ୍ ଜେନେରେଟ କରିଥାଏ। ଦୁଇ ବୁଲେଟରେ ୫ ସ୍ପିଡ ଗିୟରବକ୍ସ ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.