ଲକଡାଉନରେ ଯୁବକ ଘରେ ବସି ତିଆରି କଲେ ଏମିତି ଏକ ଗାଡି, ଯାହା ଘଣ୍ଟାକୁ ଚାଲିବ ୪୦ କିଲୋମିଟର

ଯୁଗ ବଦଳିବା ସହିତ ଆଜିକାଲି ଲୋକଙ୍କର ଭାବନା ଓ ବୁଦ୍ଧିରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖାଯାଉଛି। ଅନେକ ସମୟରେ ଆମେ ଲୋକଙ୍କର ବିଚକ୍ଷଣ ବୁଦ୍ଧି ବିକ୍ଷୟରେ ଦେଖିବାକୁ ବା ଶୁଣିବାକୁ ପାଉଛୁ। ଯେକୌଣସି ଅଦରକାରୀ ପଦାର୍ଥକୁ ନେଇ ଅନେକ ରୋମାଞ୍ଚକ ବ୍ୟବହାର ଯୋଗ୍ୟ ପଦାର୍ଥ ତିଆରି କରି ନିଜ କ୍ରିଏଟିଭିଟି ଚିନ୍ତାଧାରାକୁ ସମସ୍ତଙ୍କ ସାମନାକୁ ଆଣିବାରେ ସକ୍ଷମ ହେଉଛନ୍ତି। ଆଜି ଆମେ ସେହିଭଳି ଏକ ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ ନିଜ କ୍ରିଏଟିଭିଟି ଚିନ୍ତାଧାରା ସାହାଯ୍ୟରେ ଏକ ଅଦରକାରୀ ଡଷ୍ଟବିନକୁ ଏକ ଅଦ୍ଭୁତ ଯନ୍ତ୍ରରେ ପରିଣତ କରିଛନ୍ତି। ଲୋକମାନେ ସମସ୍ତ ଅଳିଆ ଆର୍ବଜନା ପକାଉଥିବା ଏହି ଡଷ୍ଟବିନ ଭିତରେ ଏକ ଇନଂଜିନିୟର ଯୁବକ ଏକ ଯନ୍ତ୍ର ଫିଟ୍ କରିଥିଲେ ଯାହାଦ୍ୱାରା ଡଷ୍ଟବିନଟି ଘଣ୍ଟା ପ୍ରତି ୪୦ କିଲୋମିଟର ବେଗର ଦୌଡୁଛି।
୨୮ ବର୍ଷିୟ ଆଣ୍ଡି ଜେଗିନ୍ସ ନିଜ ଘରେ ବେକାର ପଡି ରହିଥିବା ଏକ ଡଷ୍ଟବିନ ଭିତରେ ମୋଟରବାଇକ ଇଞ୍ଜିନ ଫିଟ କରି ଏହାଦ୍ୱାରା ସ୍ପିଡ ରେର୍କୋଡ ମଧ୍ୟ ତିଆରି କରିଥିଲେ। ୩୦ କିଲୋମିଟର ପ୍ରତିଘଣ୍ଟା ବେଗରେ ଯାଉଥିବା ପୃଥିବୀର ସବୁଠାରୁ ଫାଷ୍ଟ ଡଷ୍ଟବିନର ରେର୍କୋଡକୁ ଆଣ୍ଡି ନିଜେ ତିଆରି କରିଥିବା ୪୦ କିଲୋମିଟର ପ୍ରତି ଘଣ୍ଟା ବେଗର ଡଷ୍ଟବିନ ସାହାଯ୍ୟରେ ଭାଙ୍ଗିଥିଲେ ।
ତେବେ ମୋଟାପୋଷ୍ଟ ରେସିଙ୍ଗ କମ୍ପାନୀ ସ୍ର୍ଟେଟଲାଇନ୍ସ ଦ୍ୱାରା ରବିବାର ଦିନ ଏହି କାର୍ଯ୍ୟକ୍ରମ ଆଲବିଙ୍ଗଟନ ଏଆରଫିଲ୍ଡରେ ଆୟୋଜିତ ହୋଇଥିଲା। ସେହି ଆୟୋଜିତ କାର୍ଯ୍ୟ୍ୟକ୍ରମରେ ଖୁବ ଜୋରରେ ପବନ ହେଉଥିବା ସତ୍ତ୍ୱେ ମଧ୍ୟ ଆଣ୍ଡି ଏହି ରେର୍କୋଡ ତିଆରି କରିବାରେ ସଫଳ ହୋଇଛନ୍ତି। ଆଣ୍ଡି ନିଜ ଏହି ସଫଳତାର ଶ୍ରେୟ ଜୁନ ମାସରେ ଦେହାନ୍ତ ହୋଇଥିବା ନିଜ ପ୍ରିୟ ବନ୍ଧୁ ବେନକୁ ଦେଇଛନ୍ତି ବୋଲି ସେ କହିଛନ୍ତି ।