ଆସିଲା ବାବ୍ରୀ ରାୟ, ଦୋଷ ମୁକ୍ତ ହେଲେ ୩୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କଲେ କୋର୍ଟ

୧୯୯୨ ଡିସେମ୍ବର ମାସରେ ବିବାଦୀୟ ଢାଞ୍ଚାରେ ଭଙ୍ଗା ଯାଇଥିବା ବାବ୍ରି ମସଜିଦ ମାମଲାର ଶୁଣାଣି ଲକ୍ଷ୍ନୌ ସିବିଆଇର ଏକ ସ୍ୱତନ୍ତ୍ର ଅଦାଲତ ଆଜି କରିଛନ୍ତି । ନିଜ ଫଇସଲାରେ ଅଦାଲତ ଏହି ମାମଲା ସହ ସଂଶ୍ଲିଷ୍ଟ ଥିବା ୩୨ ଜଣଙ୍କୁ ଦୋଷ ମୁକ୍ତ କରିଛନ୍ତି । ଦୋଷୀ ସାବ୍ୟସ୍ତ ପାଇଁ କୌଣସି ଠୋସ ପ୍ରମାଣ ନଥିବାରୁ ଏହି ୩୨ ଜଣଙ୍କୁ ଦୋଷମୁକ୍ତ କରାଯାଇଛି । ଏହା ଏକ ପୂର୍ବ ନିର୍ଦ୍ଧାରିତ ଯୋଜନା ନଥିଲା ବୋଲି କୋର୍ଟ ନିଜ ରାୟରେ କହିଛନ୍ତି । ଏହି ମାମଲାରେ ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀ, ୟୁପିର ପୂର୍ବ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ, ଉମା ଭାରତୀ, ବିନୟ

 

babri case

କଟିୟାର, ସାକ୍ଷୀ ମହାରାଜ, ଲାଲୁ ସିଂହ, ସାଧବୀ ରିତାମ୍ଭର, ମହନ୍ତ ନୃତ୍ୟା ଗୋପାଲ ସିଂହ, ବ୍ରିଜ ଭୂଷଣ ଶର୍ମା ସିଂହ, ଅଶୋକ ସିଂହଲ, ବାଲ ଠାକରେ, ଗିରିରାଜ କିଶୋର ପ୍ରମୁଖ ଙ୍କ ନାଁ ସାମ୍ନାକୁ ଆସିଥିଲା ସେସମୟରେ  ୩୨ ଜଣଙ୍କ ନାମ ପରିସରକୁ ଆସିଥିଲା । ଏହି ମାମଲାର ଶୁଣାଣି ୨୮ ବର୍ଷ ଧରି ଚାଲିଆସୁଥିବା ବେଳେ ଆଜି ସିବିଆଇର ଏକ ସ୍ୱତନ୍ତ୍ର ଜଜ ଏସ.କେ. ଯାଦବ ଏହାର ଶୁଣାଣି କରିଥିବା ବେଳେ ସମସ୍ତଙ୍କୁ ଦୋଷମୁକ୍ତ କରିଛନ୍ତି । ଏହା ସହ ସିବିଆଇ ତରଫରୁ ଯେଉଁ ସବୁ ଆରୋପ ଲଗାଯାଇଥିଲା ତାହାର କୌଣସି ପ୍ରମାଣ ନାହିଁ ବୋଲି ଆଜି କୋର୍ଟ ନିଜ ରାୟରେ କହିଛନ୍ତି ।