ଏବେ ICICI, HDFC, AXIS, SBI ପ୍ରମୁଖ ବ୍ୟାଙ୍କ ବି ଆରମ୍ଭ କଲେଣି ହ୍ଵାଟ୍ସଆପ୍‌ ସେବା, ନୋଟ୍‌ କରି ନିଅନ୍ତୁ ନମ୍ବର

ଦେଶରେ ବ୍ୟାଙ୍କିଂ ସେବା ଦିନକୁ ଦିନ ବଦଳିବାରେ ଲାଗିଛି। ପୂର୍ବରୁ ଛୋଟ କାମ ପାଇଁ ବ୍ୟାଙ୍କ ଦୌଡ଼ିବାକୁ ପଡ଼ୁଥିଲା। ଟଙ୍କା ଡିପୋଜିଟ୍‌ ହେଉ କି ଉଠାଣ, ଲୋକଙ୍କୁ ସବୁ କାମ ପାଇଁ ବ୍ୟାଙ୍କ ଯିବାକୁ ପଡ଼ୁଥିଲା। କିନ୍ତୁ ଏବେ ବ୍ୟାଙ୍କିଂ ସେବା ହାତ ପାହାନ୍ତାରେ ସହଜରେ ଉପଲବ୍ଧ ହେଉଛି। ଏବେ ଯୁଗ ସହ ତାଳ ଦେଇ ଲୋକମାନେ ମଧ୍ୟ ବଦଳିଛନ୍ତି। ଯାହା ହାତରେ ଦେଖ ଆଉ କିଛି ଥାଉ କି ନଥାଉ ମୋବାଇଲ କିନ୍ତୁ ଅଛି। ଆଉ ଏବେ ବ୍ୟାଙ୍କ ଏହି ମୋବାଇଲକୁ ଦେଖି ଆରମ୍ଭ କରିଛି ବ୍ୟାଙ୍କିଂ ସେବା।

ମୋବାଇଲ ଫୋନ୍‌ଗୁଡ଼ିକରେ ଏବେ ବ୍ୟାଙ୍କର ସ୍ୱତନ୍ତ୍ର ଆପ୍‌ ଉପଲବ୍ଧ ହେଉଛି, ଯାହା ସାହାଯ୍ୟରେ ଲୋକମାନେ ସହଜରେ ନିଜ ବ୍ୟାଙ୍କ ଆକାଉଣ୍ଟ ବିଷୟରେ ସବିଶେଷ ତଥ୍ୟ ପାଇପାରୁଛନ୍ତି। ତେବେ ସବୁ ବ୍ୟାଙ୍କ ଏବେ ନୂଆ ହ୍ଵାଟ୍ସଆପ୍‌ ସେବାକୁ ବି ନିଜ ଅନ୍‌ଲାଇନ୍‌ ସେବାରେ ଯୋଡ଼ିଛନ୍ତି। ଏବେ ଗ୍ରାହକ ହ୍ଵାଟ୍ସଆପ୍‌ରେ ଚାଟିଂ କରିବା ବେଳେ ବି ବ୍ୟାଙ୍କ କାମ ସାରି ପାରିବେ। ଏବେ ମନି ଟ୍ରାନ୍ସଫର, ନୂଆ ଚେକ୍‌ବୁକ୍‌ ଆଣିବା, କେଓ୍ଵାଇସି ଭଳି କାମଠାରୁ ଆରମ୍ଭ କରି ହୋମ୍‌ କିମ୍ବା ପର୍ସନାଲ ଲୋନ୍‌ ପାଇଁ ମଧ୍ୟ ବ୍ୟାଙ୍କ ଯିବାକୁ ପଡ଼ିବ ନାହିଁ।

ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଠାରୁ ଆରମ୍ଭ କରି ଅନ୍ୟ ଘରୋଇ ବ୍ୟାଙ୍କ ପର୍ଯ୍ୟନ୍ତ ସମସ୍ତେ ହ୍ଵାଟ୍ସ ଆପ୍‌ ବ୍ୟାଙ୍କିଂ ସେବା ଆରମ୍ଭ କରିଛନ୍ତି। ଯଦି ଆପଣ ବି ଏହି ବ୍ୟାଙ୍କର ଗ୍ରାହକ ଓ ହ୍ଵାଟ୍ସଆପ୍‌ ମାଧ୍ୟମରେ ବ୍ୟାଙ୍କିଂ ସେବା ପାଇବାକୁ ଚାହୁଁଛନ୍ତି, ତେବେ ଏସବୁ ନମ୍ବର ଜାଣିବା ନିହାତି ଆବଶ୍ୟକ। ଆସନ୍ତୁ ଜାଣିବା କେଉଁ ବ୍ୟାଙ୍କର ହ୍ଵାଟ୍ସଆପ୍‌ ସେବା ନମ୍ବର କ’ଣ…

ଆଇସିଆଇସିଆଇ ବ୍ୟାଙ୍କ:

ଆଇସିଆଇସିଆଇ ବ୍ୟାଙ୍କର ହ୍ଵାଟ୍ସ ଆପ୍‌ ନମ୍ବର ହେଉଛି ୯୩୨୪୯୫୩୦୦୧। ଯେକୌଣସି ଆଇସିଆଇସି ବ୍ୟାଙ୍କର ସେଭିଂ ଆକାଉଣ୍ଟଧାରୀ ଏହି ନମ୍ବର ବ୍ୟବହାର କରି ବ୍ୟାଙ୍କ ସେବା ପାଇପାରିବେ।

ଏଚ୍‌ଡିଏଫ୍‌ସି ବ୍ୟାଙ୍କ:

ଏଚ୍‌ଡିଏଫ୍‌ସି ବ୍ୟାଙ୍କର ହ୍ଵାଟ୍ସଆପ୍‌ ନମ୍ବର ହେଉଛି ୭୦୬୫୯୭୦୬୫୯। ଏହି ନମ୍ବରକୁ ମୋବାଇଲ କଣ୍ଟାକ୍ଟରେ ସେଭ୍‌ କରି ବ୍ୟାଙ୍କ ସହ ଜଡ଼ିତ ବିଭିନ୍ନ କାମ କରିପାରିବେ।

ଏଚ୍‌ଡିଏଫ୍‌ସି ହୋମ୍‌ ଲୋନ୍‌ର ହ୍ଵାଟ୍ସ ଆପ୍‌ ନମ୍ବର:

ହୋମ୍‌ ଲୋନ୍‌ ନେବାକୁ ଚାହୁଁଥିବା ଏଚ୍‌ଡିଏଫ୍‌ସି ଗ୍ରାହକଙ୍କ ପାଇଁ ବ୍ୟାଙ୍କ ଏକ ଖାସ୍‌ ହ୍ଵାଟ୍ସଆପ୍‌ ନମ୍ବର ଜାରି କରିଛି। ଏହି ନମ୍ବର ହେଉଛି +୯୧ ୯୮୬୭୦୦୦୦୦୦। ଏହି ମୋବାଇଲ ନମ୍ବରରେ ମେସେଜ୍‌ ପଠାଇ ଆପଣ ଏଚ୍‌ଡିଏଫ୍‌ସି ଋଣ ପାଇପାରିବେ।

ବ୍ୟାଙ୍କ ଅଫ୍‌ ବରୋଦା:

ବ୍ୟାଙ୍କ୍‌ ଅଫ୍‌ ବରୋଦା ମଧ୍ୟ ଏବେ ହ୍ଵାଟ୍ସଆପ୍‌ ସେବା ପ୍ରଦାନ କରୁଛି। ଏହାର ନମ୍ବର ହେଉଛି ୮୪୩୩୮୮୮୭୭୭।

ଅନ୍ୟ ବ୍ୟାଙ୍କର ହ୍ଵାଟ୍ସ ଆପ୍‌ ନମ୍ବର:

Bank

Also Read: ଗୃହିଣୀଙ୍କୁ ସାବିତ୍ରୀ ଭେଟି ଦେଲେ ସରକାର, ୨୦୦ ଟଙ୍କା କମିବ ଗ୍ୟାସ୍‌ ସିଲିଣ୍ଡର ଦର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.