ହୋଣ୍ଡା ପ୍ରସ୍ତୁତ କରୁଛି ଜବରଦସ୍ତ ଇଲେକ୍ଟ୍ରିକ୍‌ ଭ୍ୟାନ୍‌, ମିଳିବ ୨୧୦ କିଲୋମିଟରର ଡ୍ରାଇଭିଂ ରେଞ୍ଜ

ହୋଣ୍ଡା ନିଜର ଇନ୍‌- ଡେଭଲପମେଣ୍ଟ ଇଲେକ୍ଟ୍ରିକ୍‌ ଭ୍ୟାନ ବିଷୟରେ ନୂଆ ସୂଚନା ଜାରି କରିଛି । ଏହି ଭ୍ୟାନକୁ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଛି । ଯେପରିକି ଘରକୁ ବିଦ୍ୟୁତ ଦେବା ପାଇଁ ଏଥିରେ ପର୍ଯ୍ୟାପ୍ତ କ୍ଷମତା ରହିବ ।

କାର ଉତ୍ପାଦନକାରୀ କମ୍ପାନୀ ହୋଣ୍ଡା ନିଜର ଇନ୍‌- ଡେଭଲପମେଣ୍ଟ ଇଲେକ୍ଟ୍ରିକ୍‌ ଭ୍ୟାନ ବିଷୟରେ ନୂଆ ସୂଚନା ଜାରି କରିଛି । ଏହି ଭ୍ୟାନକୁ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଛି । ଯେପରିକି ଘରକୁ ବିଦ୍ୟୁତ ଦେବା ପାଇଁ ଏଥିରେ ପର୍ଯ୍ୟାପ୍ତ କ୍ଷମତା ରହିବ । N-Van e ନାମକ ଏହି ଇଲେକ୍ଟ୍ରିକ ଭ୍ୟାନ୍‌ ୨୧୦ କିଲୋମିଟରର ଡ୍ରାଇଭିଂ ରେଞ୍ଜ ଦେବ ବୋଲି କମ୍ପାନୀ ଦାବି କରିଛି । ପାର୍କିଂ ସମୟରେ ହୋମ ଗ୍ରୀଡ ଏବଂ ପାୱାର୍ ହୋମ ଡିଭାଇସ୍‌ ଯୋଡ଼ିବା ପାଇଁ ଏଥିରେ କ୍ଷମତା ରହିବ । ତେବେ ଆସନ୍ତୁ ଏହା ବିଷୟରେ ଅଧିକ ଜାଣିବା ।

Honda N-Van ଯାତାୟାତ ପାଇଁ ସୁବିଧା ହେବା ସହ ଆବଶ୍ୟକ ସମୟରେ ପୋର୍ଟେବଲ୍ ବିଦ୍ୟୁତ୍‌ ଯୋଗାଇବାରେ ସକ୍ଷମ ହେବ । ତେବେ ସୂଚନା ଥାଉ କି, ପୂର୍ବରୁ ଥିବା ଗ୍ୟାସୋଲିନ୍‌ ସଞ୍ଚାଳିତ ଭ୍ୟାନକୁ ବିକଶିତ କରାଯାଇ Honda N-Van କରାଯାଇଛି ।

Honda N-Vanର ଇଲେକ୍ଟ୍ରିକ ଭର୍ସନରେ ହୋଣ୍ଡା ବ୍ୟାଟେରୀ ପ୍ୟାକକୁ ତଳେ ରଖାଯାଇଛି । କ୍ୟାବିନରେ କୌଣସି ସମସ୍ୟା ନହେବା ପାଇଁ ଏପରି କରାଯାଇଛି । ଏହା ବ୍ୟତୀତ କାର୍ଗୋ ପାଇଁ ଡ୍ରାଇଭର ସିଟ୍‌ ବ୍ୟତୀତ ସମସ୍ତ ସିଟ୍‌ ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ଫୋଲ୍ଡ ହୋଇପାରିବ । ଘରୋଇ ଡିଭାଇସକୁ ବିଦ୍ୟୁତ ଦେବା ପାଇଁ ହୋଣ୍ଡା ଇଲେକ୍ଟ୍ରିକ୍‌ ଭ୍ୟାନ୍‌ ୧୫୦୦ ୱାଟର ପାଓ୍ଵାର ଜେନେରେଟ କରିବ ଏବଂ ଇଲେକ୍ଟ୍ରିକ ଡିଭାଇସକୁଡ଼ିକ ଏଥିରେ ଦିଆଯାଇଥିବା ଏକ୍ସଟର୍ନାଲ ପୋର୍ଟ୍ସ ଦ୍ୱାରା ପ୍ଲଗ୍‌ କରାଯାଇ ପାରିବ ।

ଜରୁରୀକାଳୀନ ପରିସ୍ଥିତିରେ ଏହା ଅତ୍ୟନ୍ତ ଭଲ ବୋଲି ପ୍ରମାଣିତ ହୋଇପାରେ । ଆସନ୍ତା ବର୍ଷ ଆରମ୍ଭରେ ଜାପାନରେ ଅଫିସିଆଲ ଲଞ୍ଚ ପାଇଁ ଏହି Honda N-Vanର ବର୍ତ୍ତମାନ ପରୀକ୍ଷା ଚାଲୁଛି । ଜାଣି ରଖନ୍ତୁ ଏହାର ଏକ ପ୍ରୋଟୋଟାଇପ ଭର୍ସନ ଅକ୍ଟୋବରରେ ଜାପାନ ମୋବିଲିଟି ସୋ’ରେ ସାମ୍ନାକୁ ଆସିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.