Below header

କିଡନି ଗୋଟିଏ ନିଅ ଘର ଖଣ୍ଡିଏ ଦିଅ: ସରକାରଙ୍କ ଉପରେ ରାଗି ଏମିତି କହିଲେ ଗରିବ ହିତାଧିକାରୀ

ଜଣେ ବାସହରାଙ୍କ କୋହଭରା ଚିତ୍କାର । କହିଲେ ଯଦି ଘର ଖଣ୍ଡିଏ ପାଇଁ ସରକାରଙ୍କ ପାଖରେ ଟଙ୍କା ନାହିଁ,ତେବେ କିଡନି ଗୋଟିଏ ନିଅନ୍ତୁ ମୋ ପରିବାର ପାଇଁ ଘର ଖଣ୍ଡିଏ ଦିଅନ୍ତୁ ।

ଅନୁଗୋଳ(କେନ୍ୟୁଜ୍): ଜଣେ ବାସହରାଙ୍କ କୋହଭରା ଚିତ୍କାର। କହିଲେ ଯଦି ଘର ଖଣ୍ଡିଏ ପାଇଁ ସରକାରଙ୍କ ପାଖରେ ଟଙ୍କା ନାହିଁ,ତେବେ କିଡନି ଗୋଟିଏ ନିଅନ୍ତୁ ମୋ ପରିବାର ପାଇଁ ଘର ଖଣ୍ଡିଏ ଦିଅନ୍ତୁ।

ଅନୁଗୋଳ ବ୍ଲକ ଚମ୍ପତିମୁଣ୍ଡାର ଅର୍ଚ୍ଚନା ସାହୁ । ସ୍ତ୍ରୀ ସୁଭାଗିନି ସାହୁ ଓ ଦଶ ବର୍ଷର ପୁଅକୁ ନେଇ ତାଙ୍କ ପରିବାର। ଅର୍ଚ୍ଚନା ଗାଁ ଗାଁ ବୁଲି ଚୁଡ଼ି ବେପାର କରି ପରିବାର ପ୍ରତିପୋଷଣ କରନ୍ତି। ବହୁ ଦୁଃଖ କଷ୍ଟରେ ଆଜବେଷ୍ଟ ଘର ଖଣ୍ଡିଏ କରିବାକୁ ସମର୍ଥ ହୋଇଥିଲେ। କିନ୍ତୁ ଦାଉ ସାଜିଲା ବର୍ଷା । ୨୦୧୯ ମସିହାରେ ବର୍ଷା ରେ ଘରର କାନ୍ଥ ଖସି ପଡ଼ିଲା। ସ୍ଥାନୀୟ ତହସିଲଦାର ଆସି କେବଳ ଜରି ପାଲ ଖଣ୍ଡିଏ ଦେଇ ନିଜର କର୍ତ୍ତବ୍ୟ ସାରିଦେଲେ। କିଛି ଦିନ ଅସୁରକ୍ଷୀତ ଅବସ୍ଥାରେ ସେହି ଭଙ୍ଗା ଘରେ ବସବାସ କଲେ। ୨୦୨୩ ମସିହା ବାତ୍ୟା ରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଘରଟି ସଂପୂର୍ଣ୍ଣ ରୂପେ ଭାଙ୍ଗିଗଲା।

ରାତିରେ ଶୋଇଥିବା ବେଳେ ଭାଙ୍ଗି ଯିବାରୁ ନିଜର ଜୀବନ ବଞ୍ଚାଇ ଘରୁ ବାହାରି ଆସିଥିଲେ ସପରିବାର। ତା ପରଠୁ ବାର ଦୁଆର ହେଉଛନ୍ତି ଅର୍ଚ୍ଚନାଙ୍କ ପରିବାର। କିଛି ଦିନ ଏମିତି ବସବାସ କରିବାରୁ ଗାଁ ଲୋକେ ତାଙ୍କୁ କ୍ଲବ ଘରେ ଆଶ୍ରୟ ଦେଇଛନ୍ତି । ଦୁଇ ମାସ ହେବ ଅସୁରକ୍ଷିତ ଅବସ୍ଥାରେ କ୍ଲବ ଘରେ ରହୁଛନ୍ତି । ହାତୀ ,ସାପ ,ସରୀସୃପ ଙ୍କ ଭୟରେ କ୍ଲବ ଘରେ ଜୀବନ ଅତିବାହିତ କରୁଛନ୍ତି ।

house

୨୦୧୯ ମସିହାରୁ ଘର ଖଣ୍ଡିଏ ପାଇଁ ଆବେଦନ କରିଆସୁଛନ୍ତି ସେ। ସ୍ଥାନୀୟ ସରପଞ୍ଚ , ବିଡିଓ ଓ ଅନୁଗୋଳ ଜିଲ୍ଲାପାଳଙ୍କୁ ଏ ବାବଦରେ ବାରମ୍ବାର ଅଭିଯୋଗ କରିଛନ୍ତି । କିନ୍ତୁ କୌଣସି ସୁଫଳ ମିଳିପାରିନାହିଁ। ଯେତେ ଆବେଦନ କଲେ ବି ନିରାଶ ହେବାକୁ ପଡୁଛି । ଗୋଟିଏ କିଡିନୀ ବିକ୍ରି କରି ସେ ତାଙ୍କ ପରିବାର କୁ ସୁରକ୍ଷିତ ରେ ରଖି ପାରିବେ ବୋଲି ଶେଷରେ ସେ କହିଛନ୍ତି ।

ଏପଟେ ଘରଟି ବାତ୍ୟା ରେ ସଂପୂର୍ଣ୍ଣ ଭାଙ୍ଗି ଯିବା ପରେ ସଜାଡିବାକୁ ତାଙ୍କ ପାଖରେ ସେତିକି ଟଙ୍କା ନାହିଁ। ସ୍ଥାନୀୟ ତହସିଲଦାର ଆସି କେବଳ ଜରି ପାଲ ଖଣ୍ଡିଏ ଦେଇ କାମ ସାରି ଦେଇଛନ୍ତି। କ୍ଳବ୍ ଘରେ ପରିବାର କୁ ଏକୁଟିଆ ଛାଡି ବେପାର କୁ ମଧ୍ୟ ଯାଇ ପାରୁନାହାନ୍ତି । ଅନ୍ୟପଟେ ଚଳିତ ବର୍ଷ ଘର ତାଲିକା ରେ ତାଙ୍କ ନାମ ନଥିବାରୁ ତାଙ୍କୁ ଘର ମିଳିପାରିନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଚ୍ଚନା ଙ୍କ ପରିବାରଙ୍କୁ କିପରି ଘର ଟିଏ ମିଳିବ ସେଥିପାଇଁ ସରକାର ଙ୍କ ବିଶେଷ ଦୃଷ୍ଟି ଆକର୍ଷଣ କରିବୁ ବୋଲି ମତ୍ତ ରଖିଛନ୍ତି ଅନୁଗୋଳ ବିଡିଓ ଅରବିନ୍ଦ ବେହେରା।

ସରକାର ଗରିବ ହିତାଧିକାରୀଙ୍କ ସୁବିଧା ପାଇଁ ଅନେକ ଯୋଜନା କରୁଛନ୍ତି । ହେଲେ ଏଠି ଅଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁଛି କିନ୍ତୁ ଅର୍ଚ୍ଚନା ସାହୁଙ୍କ ଭଳି ଯୋଗ୍ୟ ହିତାଧିକାରୀଙ୍କୁ ଘର ଟିଏ ନ ମିଳିବା ପରିତାର ବିଷୟ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କୁ ମନରେ ଅସନ୍ତୋଷ ଦେଖାଦେଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.