ହୋଣ୍ଡା ଲଞ୍ଚ କଲା CB200X ବାଇକ୍, ଜାଣନ୍ତୁ ଏଥିରେ କଣ ରହିଛି ଖାସ

ଯେଉଁ ବାଇକ୍ ପ୍ରେମୀ ଏହାକୁ କିଣିବାକୁ ଚାହୁଁଥିବେ, ସେମାନେ ନିଜ ଆଖପାଖରେ ଥିବା ରେଡ୍ ୱିଙ୍ଗ୍ ଡିଲରସିପ୍ କୁ ଯାଇ ଏହାର ବୁକିଂ କରିପାରିବେ । ଏହି ବାଇକ ପର୍ଲ ନାଇଟଷ୍ଟାର ବ୍ଲାକ, ସ୍ପୋର୍ଟ୍ସ ରେଡ ଏବଂ ଡିସେଣ୍ଟ ବ୍ଲୁ ମେଟାଲିକ ଭଳି ୩ଟି କଲର ଅପ୍ସନରେ ଆସୁଛି ।

ହୋଣ୍ଡା ମୋଟର ସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ ନିଜର 2023 CB200X ଆଡଭେନଚର ଟୁରର ମୋଟରସାଇକେଲକୁ ଭାରତୀୟ ବଜାରରେ ଲଞ୍ଚ କରିଛି । ଯାହାର ଏକ୍ସ-ଶୋ’ରୁମ୍ ମୂଲ୍ୟ ୧,୪୬,୯୯୯ ଟଙ୍କା ରହିଛି । ଯେଉଁ ବାଇକ୍ ପ୍ରେମୀ ଏହାକୁ କିଣିବାକୁ ଚାହୁଁଥିବେ, ସେମାନେ ନିଜ ଆଖପାଖରେ ଥିବା ରେଡ୍ ୱିଙ୍ଗ୍ ଡିଲରସିପ୍ କୁ ଯାଇ ଏହାର ବୁକିଂ କରିପାରିବେ । ଏହି ବାଇକ ପର୍ଲ ନାଇଟଷ୍ଟାର ବ୍ଲାକ, ସ୍ପୋର୍ଟ୍ସ ରେଡ ଏବଂ ଡିସେଣ୍ଟ ବ୍ଲୁ ମେଟାଲିକ ଭଳି ୩ଟି କଲର ଅପ୍ସନରେ ଆସୁଛି । କମ୍ପାନୀ ଏହି ବାଇକ ଉପରେ ୧୦ ବର୍ଷର ସ୍ପେସାଲ ୱାରେଣ୍ଟି ଦେଉଛି । ଯେଉଁଥିରେ ୩ ବର୍ଷର ଷ୍ଟାଣ୍ଡାର୍ଡ ଏବଂ ୭ ବର୍ଷର ଅପ୍ସନାଲ ରହିଛି ।

ଏହି ବାଇକ୍ CB500X ADV ଉପରେ ବେସଡ ହୋଇଛି । ଏହି ବାଇକରେ ଡାଇମଣ୍ଡ ଟାଇପ ଷ୍ଟିଲ ଫ୍ରେମ ସହିତ ନୂଆ ଗ୍ରାଫିକ୍ସ ଏବଂ ଅଲ୍‌-ଏଲଇଡି ଲାଇଟିଙ୍ଗ ସିଷ୍ଟମ ରହିଛି । ଯେଉଁଥିରେ ଏଲଇଡି ହେଡଲ୍ୟାମ୍ପ, ଏଲଇଡି ଟର୍ନ ଇଣ୍ଡିକେଟର୍ସ ଏବଂ ଏକ୍ସ ସେପ୍‌ ରେ ଏଲଇଡି ଟେଲ ଲ୍ୟାମ୍ପ ମଧ୍ୟ ସାମିଲ ରହିଛି ।

ନୂଆ ହୋଣ୍ଡା CB200Xର ଇଞ୍ଜିନ୍ :
ଇଞ୍ଜିନ ବିଷୟରେ କହିବାକୁ ଗଲେ ଏହି ବାଇକରେ ନୂଆ 184.40cc, 4-ଷ୍ଟ୍ରୋକ, ସିଙ୍ଗଲ୍-ସିଲିଣ୍ଡର, OBD2- ମାନକ PGM-FI ଇଞ୍ଜିନ୍ ଅଛି, ଯାହା 8,500 rpm ରେ 17 hp ର ପାଓ୍ଵାର ଦେଇଥାଏ ଏବଂ 6,000 rpm ରେ 15.9 Nm ର ପିକ୍‌ ଟର୍କ ଜେନେରେଟ କରିଥାଏ । ଏହି ବାଇକରେ ଅନେକ ସେନ୍ସର ଏବଂ ମନିଟର କମ୍ପୋନେଟ ମିଳିଥାଏ, ଯାହା ନିର୍ଗମନ ପରଫର୍ମାନ୍ସକୁ ପ୍ରଭାବିତ କରିଥାଏ । କମ୍ପାନୀର କହିବାନୁସାରେ, ଏହି ବାଇକରେ କୌଣସି ଖରାପ ଦେଖାଯିବା ମାତ୍ରେ ଏହାର ପ୍ୟାନେଲରେ ଓ୍ଵାର୍ଣ୍ଣିଙ୍ଗ ଲାଇଟ ଜଳିବା ଆରମ୍ଭ କରେ ।

ସେଫ୍ଟି ଫିଚର ପାଇଁ ଏଥିରେ ସିଙ୍ଗଲ ଚ୍ୟାନେଲ ABS ସହିତ ଡୁଆଲ ପେଟଲ୍‌ ଡିସ୍କ ବ୍ରେକ ଅଛି । ଏହା ବ୍ୟତୀତ ଏଥିରେ ଏକ ନୂଆ ଆସିଷ୍ଟ ଏବଂ ସ୍ଲିପର କ୍ଲଚ ମଧ୍ୟ ରହିଛି । ଗିୟର ବଦଳେଇବା ପାଇଁ ସହଜ ହୋଇଥାଏ । ଡାଉନ ସିଫ୍ଟିଂ ସମୟରେ ଏହା ରିୟର ହ୍ଵିଲକୁ ଲକ୍‌ ହେବାରୁ ମଧ୍ୟ ରୋକିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.