ଜମ୍ମୁ କଶ୍ମୀରରେ ଏନକାଉଣ୍ଟରରେ ୨ ଆତଙ୍କୀ ନିହତ, ସେନା ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜାରି ରହିଛି ଗୁଳି ବିନିମୟ

ଜମ୍ମୁ କଶ୍ମୀର ବାରାମୁଲା, ଉରୀ, ହଥଲଙ୍ଗାରେ ଆତଙ୍କବାଦୀ ଏବଂ ସେନା ମଧ୍ୟରେ ଗୁଳି ବିନିମୟ ହୋଇ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଉରି ଅଞ୍ଚଳର ହାତଲଙ୍ଗାରେ ଏନକାଉଣ୍ଟର ଜାରି ରହିଛି ।

ଜମ୍ମୁ କଶ୍ମୀରର ବାରାମୁଲାର ଉରୀରେ ଆତଙ୍କବାଦୀ ଏବଂ ସେନା ମଧ୍ୟରେ ଗୁଳିବିନିମୟ ହୋଇ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏ ନେଇ ସେନା ଏବଂ ପୋଲିସ କର୍ମଚାରୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଉରି ଅଞ୍ଚଳର ହାତଲଙ୍ଗାରେ ଏନକାଉଣ୍ଟର ଜାରି ରହିଛି । ଏପଟେ ଅନନ୍ତନାଗରେ ଭାରତୀୟ ସେନା ଓ ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ଲଗାତର ୪ଦିନ ହେବ ଜାରି ରହିଛି ଅପରେସନ ।

ଏହା ପୂର୍ବରୁ କଶ୍ମୀର ସାଉଥ ଜୋନ ପୋଲିସ ଟ୍ଵିଟ୍‌ କରିଥିଲା କି, ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏହା ପରେ ଆଉ ଜଣେ ଆତଙ୍କୀ ନିହତ ହୋଇଥିବା ଖବର ମିଳିଛି ।
କୋକେରନାଗର ଘଞ୍ଚ ଜଙ୍ଗଲରେ ସେନା ଓ କଶ୍ମୀର ପୋଲିସ ଆତଙ୍କବାଦୀଙ୍କୁ ଖୋଜିବାକୁ ତଲାସୀ ଅଭିଯାନ ଚଲାଇଛନ୍ତି। ଆତଙ୍କବାଦୀ ମାନେ ଲୁଚିଥିବା ସନ୍ଦେହପୂର୍ଣ୍ଣ ଅଞ୍ଚଳରେ ଡ୍ରୋନ ଓ କ୍ବାଡକପ୍ ଟର ଦ୍ବାରା ବୋମା ନିକ୍ଷେପ କରାଯାଉଛି। ଆଇଇଡି ବ୍ଲାଷ୍ଟ କରି ଆତଙ୍କବାଦୀଙ୍କୁ ନିପାତ କରିବାକୁ ଉଦ୍ୟମ ଜାରି ରହିଛି। ସେଠାରେ ୨ରୁ ୩ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ପାହାଡ଼ରେ ଲୁଚିଥିବା ଆତଙ୍କବାଦୀଙ୍କ ଉପରେ ଡ୍ରୋନ ସହାୟତାରେ ପକାଯାଉଛି ବୋମା।

ସେନାର ୩ ଅଫିସର ଓ ଜଣେ ଯବାନ ସହିଦ ହେବା ପରେ ଆତଙ୍କବାଦୀଙ୍କୁ ଧରିବାକୁ ଜୋରଦାର ଚାଲିଛି ଅପରେସନ। ନିହତ ହୋଇଥିବା ଚାରିଜଣଙ୍କ ମଧ୍ୟରେ କର୍ଣ୍ଣେଲ ମନପ୍ରୀତ ସିଂହ, ମେଜର ଆଶିଷ ଏବଂ ଡିଏସ୍ପି ହୁମାୟୁନ ଭଟ୍ଟ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.