ଘରର ଛାତ ଭୁଶୁଡି ପରିବାର ୫ ମୃତ, ୩ ପିଲାଙ୍କ ସହିତ ଦମ୍ପତିଙ୍କ ଉପରେ ଖସିପଡିଲା ଛାତ

ନିମିଷକେ ଉଜୁଡିଗଲା ପରିବାର । ଘରେ ଶୋଇଥିବା ବେଳେ ଭୁଶୁଡି ପଡିଲା ଛାତ । ୩ ପିଲାଙ୍କ ସହିତ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ଲକ୍ଷ୍ନୌର ଆଲମବାଗ ରେଲୱେ କଲୋନୀରେ ଘଟିଛି ।

ଲକ୍ଷ୍ନୌରେ ଘରର ଛାତ ଭୁଶୁଡି ପଡିବାରୁ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ପରିବାର ୩ ପିଲାଙ୍କ ସହିତ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ଲକ୍ଷ୍ନୌର ଆଲମବାଗ ରେଲୱେ କଲୋନୀରେ ଘଟିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ମୃତକଙ୍କ ପ୍ରତି ଦୁଃଖ ପ୍ରକାଶ କରି ସମବେଦନା ଜଣାଇଛନ୍ତି ।
ଖବର ମୁତାବକ, ଲକ୍ଷ୍ନୌର ଆଲମବାଗ ରେଲୱେ କଲୋନୀରେ ପରିବାରର ସମସ୍ତ ଘରେ ଶୋଇଥିବା ବେଳେ ଘରର ଛାତ ଭୁଶୁଡି ପଡିଥିଲା । ଫଳରେ ପରିବାରର ୫ ଜଣ ମାଟି ତଳେ ଚାପି ହୋଇଯାଇଥିଲେ । ଏମାନଙ୍କ ମଧ୍ୟରେ ୩ ଜଣ ପିଲା ଏବଂ ଦମ୍ପତି ରହିଥିଲେ । ତେବେ ଅତି ପୁରୁଣା ଥିଲା । ଏହି ଘରେ ସତୀଶ ଚନ୍ଦ୍ର ନାମକ ବ୍ୟକ୍ତି ନିଜ ପରିବାର ସହିତ ରହୁଥିଲେ । ସତୀଶଙ୍କ ମା ରେଲୱେ କର୍ମଚାରୀ ଥିଲେ । ତାଙ୍କ ମୃତ୍ୟୁ ପରେ ସତୀଶଙ୍କୁ କୋଟାରେ ରେଲୱେ ଚାକିରି ମିଳିଥିଲା । ସୂଚନା ମିଳିବା ପରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ସେମାନଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରି ସେମାନଙ୍କୁ ହସପିଟାଲରେ ପହଞ୍ଚାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ କେମିତି ଏଭଳି ଦୁର୍ଘଟଣା ଘଟିଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.