HPCL ରେ ବମ୍ପର ନିଯୁକ୍ତି, ଟେକ୍ନିସିଆନ ପଦବୀ ପାଇଁ କରନ୍ତୁ ଆବେଦନ

ଭାରତ ସରକାରଙ୍କ ମହାରତ୍ନ କମ୍ପାନୀ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌ ପକ୍ଷରୁ ଚାକିରି ସୁଯୋଗ । ୬୦ ଆସିଷ୍ଟାଣ୍ଟ ଟେକ୍ନିସିଆନ ପଦବୀ ପାଇଁ କରିପାରିବେ ଆବେଦନ ।

ଭାରତ ସରକାରଙ୍କ ମହାରତ୍ନ କମ୍ପାନୀ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌ ପକ୍ଷରୁ ଚାକିରି ସୁଯୋଗ । ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ସରକାର ଆଣିଛନ୍ତି ସୁବର୍ଣ୍ଣ ସୁଯୋଗ । HPCL ରେ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁର୍ ନୋଟିଫିକେସନ ଜାରି ହୋଇଛି। ଏହି ଭର୍ତ୍ତି ପ୍ରକ୍ରିୟା ଅଧିନରେ ଆସିଷ୍ଟାଣ୍ଟ ଟେକ୍ନିସିଆନ ପଦବୀରେ ନିଯୁକ୍ତି ହେବ। ଏଥିପାଇଁ ଆବେଦନ ପ୍ରକ୍ରିୟା ଜାରି ହୋଇଛି ।

ହିନ୍ଦୁସ୍ତାନ ପେଟ୍ରୋଲିୟମ ଆସିଷ୍ଟାଣ୍ଟ ଟେକ୍ନିସିଆନ, ଆସିଷ୍ଟାଣ୍ଟ ବଏଲର ଟେକ୍ନିସିଆନ, ଆସିଷ୍ଟାଣ୍ଟ ଫାୟାର ଏବଂ ସେଫ୍ଟି ଅପରେଟର, ଆସିଷ୍ଟାଣ୍ଟ ମେଣ୍ଟେନାନ୍ସ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି ।
ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଏଚପିସିଏଲର ଅଫିସିଆଲ ୱେବସାଇଟ୍‌ hindustanpetroleum.com କୁ ଯାଇ ଅନଲାଇନ ଆବେଦନ କରିପାରିବେ ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୫ ଫେବୃଆରୀ ୨୦୨୩ ରହିଛି ।

ପଦବୀ ବିବରଣୀ : ୬୦

ଆସିଷ୍ଟାଣ୍ଟ ଟେକ୍ନିସିଆନ : ୩୦
ଆସିଷ୍ଟାଣ୍ଟ ବଏଲର ଟେକ୍ନିସିଆନ : ୭
ଆସିଷ୍ଟାଣ୍ଟ ଫାୟର ଏବଂ ସେଫ୍ଟି ଅପରେଟର ଏବଂ ଆସିଷ୍ଟାଣ୍ଟ ଟେକ୍ନିସିଆନ (ଇଲେକ୍ଟ୍ରିକାଲ) : ୧୮

ବୟସ ସୀମା : ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୫ ବର୍ଷ ହୋଇଥିବା ଜରୁରୀ ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ, ଓବସି, EWS ପ୍ରାର୍ଥୀ ୫୯୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ। ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି ଏବଂ PWD ପ୍ରାର୍ଥୀ ନିଶୁଳ୍କ ଆବେଦନ କରିପାରିବେ ।

କେମିତି କରିବେ ଆବେଦନ :

ପ୍ରଥମେ ଅଫିସିଆଲ ୱେବସାଇଟ୍‌ hindustanpetroleum.com ଯାଆନ୍ତୁ ।

ତା’ ପରେ ହୋମ ପେଜରେ careers tan ଉପରେ କ୍ଲିକ କରନ୍ତୁ। ତା’ ପରେ ଜବ ଓପିନିଂ ଉପରେ କ୍ଲିକ୍‌ କରନ୍ତୁ ।

ନିଜର ଆବେଦନ ଫର୍ମ ଭରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।

ଏହାପରେ ଫର୍ମକୁ ସବମିଟ୍‌ କରନ୍ତୁ । ଆବେଦନ ଫର୍ମକୁ ଡାଉନଲୋଡ କରନ୍ତୁ ।

ଆଉ ଭବିଷ୍ୟ ପାଇଁ ହାର୍ଡ କପି ନିଜ ପାଖରେ ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.