ପୁନେ ସ୍ଥିତ ଗୁଗଲ ଅଫିସକୁ ବୋମାରେ ଉଡାଇଦେବାକୁ ଧମକ, ହାଇଦ୍ରବାଦରୁ କଲରକୁ ଗିରଫ କଲା ପୋଲିସ
ପୁନେ ଗୁଗଲ ଅଫିସକୁ ବୋମାରେ ଉଡାଇବାକୁ ଆସିଲା ଧମକପୂର୍ଣ୍ଣ କଲ୍ । ପୋଲିସ ଛାନଭିନ୍ କରି ହାଇଦ୍ରାବାଦରୁ ଧରିଲା କଲର୍ ।
ମୁମ୍ବାଇ ସ୍ଥିତ ଗୁଗଲ ଅଫିସକୁ ବୋମାରେ ଉଡାଇବାକୁ ଧମକ । ପୁନେ ସ୍ଥିତ ଗୁଗଲ ଅଫିସରେ ବୋମା ରହିଛି ବୋଲି ଏକ ଧମକପୂର୍ଣ୍ଣ କଲ୍ ଆସିବା ପରେ ଆତଙ୍କ ଦେଖାଦେଇଛି । ଗୁଗଲ ଅଧିକାରୀ ତୁରନ୍ତ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ଯାଞ୍ଚ କରୁଛି ।
ସୂଚନା ମୁତାବକ, ଧମକ ଦେଇଥିବା କଲର ନିଜର ନାମ ପଣୟମ ଶିବାନନ୍ଦ ବୋଲି ଜଣାପଡିଛି। ସେ ହାଇଦ୍ରାବାଦରେ ରହିଛନ୍ତି । ତେବେ ସେ ଲ୍ୟାଣ୍ଡଲାଇନ ନମ୍ବରରୁ କଲ୍ କରିଥିଲେ । ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଦେଇଛି । ପୋଲିସକୁ ଏପର୍ଯ୍ୟନ୍ତ ଅଫିସରେ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ । ହାଇଦ୍ରାବାଦରୁ କଲ୍ କରିଥିବା ବ୍ୟକ୍ତିକୁ ଗିରଫ କରାଯାଇଛି । ପୋଲିସର ଏକ ଟିମ ତେଲେଙ୍ଗାନାରେ ରହିଛି। ଯେଉଁ ବ୍ୟକ୍ତି କଲ୍ କରିଥିଲେ ତାଙ୍କୁ ପୋଲିସ ମୁମ୍ବାଇ ଆଣିବାକୁ ପ୍ରସ୍ତୁତ ରହିଛି । ତେବେ ବ୍ୟକ୍ତି ଜଣକ ଏପରି କଲ୍ କାହିଁକି କରିଥିଲେ ତାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ପୋଲିସ ସେହି ବ୍ୟକ୍ତିଙ୍କ ବିରୋଧରେ ଆଇପିସି ଧାରା ୫୦୫(୧) ଏବଂ ୫୦୬(୨) ଅଧିନରେ ମାମଲା ରୁଜୁ କରିଛି।
#GoogleIndia office gets bomb threat; one person arrestedhttps://t.co/Bx94C9Tgzg
— Business Today (@business_today) February 13, 2023
ମିଡିଆ ରିପୋର୍ଟ ମୁତାବକ, ଏହା ପୂର୍ବରୁ ଏନଆଇଏର ମୁମ୍ବାଇ କାର୍ଯ୍ୟାଳୟକୁ ଏକ ଧମକପୂର୍ଣ୍ଣ ଇମେଲ ଆସିଥିଲା। ଯେଉଁଥିରେ ତାଲିବାନ ସହିତ ଜଡିତ ଏକ ବ୍ୟକ୍ତି ମୁମ୍ବାଇ ଆକ୍ରମଣ କରିପାରେ ବୋଲି ସୂଚନା ମିଳିଥିଲା । ଏହାପରେ ମୁମ୍ବାଇ ପୋଲିସ ଏବଂ ଏଟିଏସ୍ ସତର୍କତା ମୋଡକୁ ଆସିଥିଲା ।
ଏନଆଇଏକୁ ଧମକ ମିଳିବା ପରେ ପୋଲିସ ତଦନ୍ତ କରିଥିଲା ଏବଂ ମେଲ ପଠାଇଥିବା ବ୍ୟକ୍ତି ପାକିସ୍ତାନର ବୋଲି ଜଣାପଡିଥିଲା ।