ରାପର୍ ଏମ୍ ସି ଷ୍ଟାନ୍ ହେଲେ ‘ବିଗ୍ ବସ୍-୧୬ର ବିଜେତା

କଲର୍ସ ଟିଭିରେ ପ୍ରସାରିତ ହେଉଥିବା ସବୁଠୁ ବଡ଼ ରିଆଲିଟି ଶୋ ‘ବିଗ୍ ବସ୍।ବିଗ୍ ବସର ଗୋଟିଏ ସିଜିନ୍ ଶେଷ ହେବା ମାତ୍ରେ ଆଗାମୀ ସିରିଜକୁ ଅପେକ୍ଷା କରିଥାନ୍ତି ଦର୍ଶକ । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ଯ ରିୟାଲିଟି ସୋ ବିଗ୍ ବସ୍ କୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ବର୍ତ୍ତମାନ ବିଗ୍ ବସ୍-୧୬ର ତାର ବିଜେତା ପାଇସାରିଛି। ଦୀର୍ଘ ଚାରି ମାସର ଅପେକ୍ଷାର ଶେଷରେ ଅନ୍ତ ଘଟିଛି। ଝଗଡା, ନନ୍ ଷ୍ଟପ୍ ଡ୍ରାମା, କଣ୍ଟ୍ରୋଭର୍ସି ଭିତରେ ଫାଇନାଲି ବିଗ୍ ବସ୍-୧୬ ର ଟ୍ରଫି ହାତେଇଛନ୍ତି ଏମ୍ ସି ଷ୍ଟାନ୍। ରାପର୍ ଏମ୍ ସି ଷ୍ଟାନ୍ ସମସ୍ତଙ୍କୁ ପଛରେ ପକାଇ ଚଳିତ ବିଗ୍ ବସ୍-୧୬ର ଓ୍ୱିନର୍ ହେବା ସେହ ନଗଦ ୩୧ ଲକ୍ଷ ୮୦ହଜାର ଟଙ୍କା ପୁରସ୍କାର ରାଶି ଏବଂ ଏକ ବ୍ରାଣ୍ଡ ନ୍ଯୁ କାର୍ ପାଇଛନ୍ତି ।

ତେବେ ଏମ୍ ସି ଷ୍ଟାନ୍ ତାଙ୍କ ବନ୍ଧୁ ଶିବ ଠାକରେଙ୍କୁ ପରାସ୍ତ କରି ଏହି ଟ୍ରଫି ହାତେଇଛନ୍ତି। ଶୋ’ର ହୋଷ୍ଟ ତଥା ବଲିଉଡ ସୁପରଷ୍ଟାର ସଲମାନ ଖାନ ଟ୍ରଫି, ପୁରସ୍କାର ରାଶି ଷ୍ଟାନଙ୍କୁ କାର ପ୍ରଦାନ କରିଥିଲେ। ଅକ୍ଟୋବର ୧, ୨୦୨୨ ରେ ଆରମ୍ଭ ହୋଇଥିଲା ଏହି ଶୋ’ର ସିଜନ୍ ୧୬। ତେବେ ଶିବ୍ ଠାକରେ ପ୍ରଥମ ରନର୍ ଅପ୍ ହୋଇଥିବାବେଳେ, ବିଜେତା ହେବା ନେଇ ଯାହାଙ୍କ ନା ଅଧିକ ଶୁଣିବାକୁ ମିଳୁଥିବା ପ୍ରୟଙ୍କା ଚହର ଚୌଧୁରୀ ଦ୍ବିତୀୟ ରନର୍ ଅପ୍ ହୋଇଛନ୍ତି। ରାଜନେତ୍ରୀ-ମଡେଲ ଅର୍ଚ୍ଚନା ଗୌତମ୍ ଚତୁର୍ଥ ସ୍ଥାନରେ ରହିଥିବାବେଳେ ଅଭିନେତା ଶାଲିନ ଭାନୋଟ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି।

ଏହି ଗ୍ରାଣ୍ଡ ଫାଇନାଲରେ ବଲିଉଡ ଷ୍ଟାର ସନ୍ନି ଦେଓଲ ତାଙ୍କ ଆଗାମୀ ଚଳଚ୍ଚିତ୍ର ଗଦର-୨ ର ପ୍ରମୋସନ୍ ପାଇଁ ତାଙ୍କ କୋ-ଷ୍ଟାର ଅମିଶା ପଟେଲଙ୍କ ସହ ଆସିଥିଲେ । ଏହାସହିତ କରଣ କୁନ୍ଦ୍ରାଙ୍କ ଦ୍ୱାରା ଅଭିନୀତ ନୂଆ ସୋ ତେରେ ଇସ୍କ ମେନ୍ ଘାୟଲର ସଦସ୍ଯ ମଧ୍ୟ ନିଜ ଶୋର.ପ୍ରମୋସନ୍ କରିଥିଲେ । ଶୋ ଆରମ୍ଭରେ ସଲମାନ୍ ଖାନ ବିଗ୍ ବସ୍ ର ପ୍ରଶଂସକ ଏବଂ ଅନୁଗାମୀମାନଙ୍କୁ ପ୍ରତିଯୋଗୀମାନଙ୍କୁ ଭଲ ପାଇବା ଏବଂ ସମର୍ଥନ ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ।

ତେବେ ଏମ୍ ସି ଷ୍ଟାନ୍ ପ୍ରତିଯୋଗୀମାନଙ୍କ ମଧ୍ୟରୁ ଏମିତି ଜଣେପ୍ରତିଯୋଗୀ ଥିଲେ ଯାହାଙ୍କ ପାଇଁ ଶୋ ଆରମ୍ଭରେ ଯଥେଷ୍ଟ କଷ୍ଟସାଧ୍ୟ ରହିଥିଲା। ଏବଂ ସେ ନିରାଶ ହୋଇ ଶୋ ଛାଡି ଘରକୁ ଯିବାକୁ ଚାହୁଁଥିଲେ। କିନ୍ତୁ ପରେ, ଯେତେବେଳେ ସଲମାନ ଖାନ ତାଙ୍କୁ ଶୋ’ରେ ରହିବାର ସମ୍ପୂର୍ଣ୍ଣ କଥା ବୁଝାଇଥିଲେ, ସେତେବେଳେ ସେ ଏହାକୁ ଜିତିବାକୁ ସ୍ଥିର କଲେ। ଶେଷରେ ତାଙ୍କର ସମସ୍ତ ପ୍ରଶଂସକ ତଥା ପରିବାର ଲୋକଙ୍କ ପ୍ରାର୍ଥନା ସତ୍ୟ ହେଲା ଏବଂ .ସେ ବିଗ୍ ବସ୍ ୧୬ର ଓ୍ୱିନରର ଭାବେ ନିଜା ସ୍ଥାନ ପକ୍କା କଲେ।