ବାଣୀବିହାରରେ ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ ଘଟଣାରେ ଦୁଇ ଗିରଫ

ବାଣୀବିହାରରେ ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଦୁଇ ଜଣଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ମାନସ ସାହୁ ଓ ସଞ୍ଜୟ ମଲ୍ଲିକ । ଉଭୟ ଅଣଛାତ୍ର ହୋଇଥିବା ପୋଲିସ ସୂଚନା ଦେଇଛି ।

ଭୁବନେଶ୍ୱର(କେନ୍ୟୁଜ୍‌) : ବାଣୀବିହାରରେ ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଦୁଇ ଜଣଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ମାନସ ସାହୁ ଓ ସଞ୍ଜୟ ମଲ୍ଲିକ । ଉଭୟ ଅଣଛାତ୍ର ହୋଇଥିବା ପୋଲିସ ସୂଚନା ଦେଇଛି । ଗତକାଲି ଉତ୍କଳ ବିଶ୍ଵବିଦ୍ୟାଳୟର ଆଲୋଚନା ଚକ୍ରରେ ଜେଏନୟୁ ପ୍ରଫେସରଙ୍କୁ ଗୋଟିଏ ଗୋଷ୍ଠୀ ଛାତ୍ର ମାଡ଼ ମାରିଥିଲେ ।

ଏଥିରେ ଆହତ ହୋଇଥିଲେ ପ୍ରଫେସର ସୁରଜିତ ମଜମୁଦାର । ଉତ୍କଳ ବିଶ୍ଵବିଦ୍ୟାଳୟର ପିଜି କାଉନସିଲ ଅଡ଼ିଟୋରିୟମରେ ସମ୍ବିଧାନ ଏବଂ ଶିକ୍ଷା ଶୀର୍ଷକରେ ଆଲୋଚନା ଚକ୍ର ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ବକ୍ତବ୍ୟ ରଖିବା ସମୟରେ ଉତ୍ତେଜନା ସ୍ଥିତି ସୃଷ୍ଟି କରିଥିଲେ ନିର୍ଦ୍ଦିଷ୍ଟ ଛାତ୍ର ଗୋଷ୍ଠୀ ।

ଫୋରମର ଆବାହକ ପ୍ରଦୀପ୍ତ ନାୟକ ଅଧ୍ୟାପକ ସୁରେନ୍ଦ୍ର ଜେନାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଆକ୍ରମଣ କରିଥିଲେ l ଏନେଇ ସହିଦ ନଗର ଥାନାରେ ଅଭିଯୋଗ ହୋଇଥିଲା । ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।

Leave A Reply

Your email address will not be published.