IBPS RRB 2019 : ଆଜି ଠାରୁ ଆବେଦନ ଆରମ୍ଭ, ଏଇଠି ରହିଛି ପୂରା ବିବରଣୀ

ଇଷ୍ଟିଚ୍ୟୁଟ୍ ଅଫ୍ ବ୍ୟାକିଂ ପର୍ସନାଲ ବା ଆଇବିପିଏସ ଗ୍ରାମୀଣ ବ୍ୟାଙ୍କରେ ବିଭିନ୍ନ ପଦରେ ହେବାକୁ ଥିବା ଭର୍ତ୍ତୀ ପ୍ରକ୍ରୀୟା ଆରମ୍ଭ କରିଦେଇଛି। ଏହି ପଦ ପାଇଁ ଆବେଦନ କରିବାକୁ ହେଲେ ଆପଣ ଆଇବିପିଏସର ଅଫିସିଆଲ ୱେବସାଇଟ କିମ୍ବା ତଳେ ଦିଆଯାଇଥିବା ଡାଇରେକ୍ଟ ଲିଙ୍କରୁ କରିପାରିବେ। କହିବାକୁ ଚାହିଁବୁ ଯେ ଏହି ଭର୍ତ୍ତୀ ପ୍ରକ୍ରୀୟାରେ ଦେଶର ପ୍ରାୟ ୪୫ ବ୍ୟାଙ୍କ୍ ଅଂଶ ଗ୍ରହଣ କରୁଛନ୍ତି।

ଏହି ସବୁ ପଦ ପାଇଁ ଅଲଗା-ଅଲଗା ଲିଙ୍କ୍ ଦିଆଯାଇଛି। ସମସ୍ତ ପଦ ପାଇଁ ଆବେଦନ ପ୍ରକ୍ରୀୟା ୧୮ ଜୁନରୁ ଆରମ୍ଭ ହୋଇ ୪ ଜୁଲାଇ ୨୦୧୯ ପର୍ଯ୍ୟନ୍ତ ଚାଲିବ। ସେହିଭଳି ୧୯ ଜୁଲାଇ ୨୦୧୯ ପ୍ରିଣ୍ଟ ନେବାର ଶେଷ ତାରିଖ ଅଟେ। ଅନଲାଇନ ଫିସ୍ ପେମେଣ୍ଟ ଜୁଲାଇ ୪ ପର୍ଯ୍ୟନ୍ତ ହିଁ କରିପାରିବେ। ଏହି ପଦ ପାଇଁ ପ୍ରୀ, ମେନ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଏବଂ ଇଣ୍ଟର୍ଭ୍ୟୁର ଆୟୋଜନ କରାଯିବ। ସମ୍ପୂର୍ଣ୍ଣ ବିବରଣୀ ଆପଣ ଅଫିସିଆଲ ନୋଟିଫିକେସନରେ ପଢ଼ିପାରିବେ।

ଆଇବିପିଏସର ଅଫିସିଆଲ କ୍ୟାଲେଣ୍ଡର ମୁତାବକ ପ୍ରୀ ଏଗଜାମର ଆୟୋଜନ ଅଫିସର ସ୍କେଲ ୱାନ ଏବଂ ଅଫିସ ଆସିଷ୍ଟାଣ୍ଟ ଏଗଜାମର ଆୟୋଜନ ୩,୪,୧୧,୧୭,୧୮ ଏବଂ ୨୫ ଅଗଷ୍ଟରେ କରାଯିବ। ସେହିଭଳି ଅଫିସିଆଲ ସ୍କେଲ ୨ ଏବଂ ୩ ଏଗଜାମର ଆୟୋଜନ ୨୨ ସେପ୍ଟେମ୍ବର ୨୦୧୯ରେ କରାଯିବ।

ଅଫିସିଆଲ ସ୍କେଲ ୧ର ମୁଖ୍ୟ ପରୀକ୍ଷାର ଆୟୋଜନ ସେପ୍ଟେମ୍ବର ୨୨ ଏବଂ ଅଫିସ ଆସିଷ୍ଟାଣ୍ଟର ମୁଖ୍ୟ ପରୀକ୍ଷାର ଆୟୋଜନ ୨୯ ସେପ୍ଟେମ୍ବର ୨୦୧୯ରେ କରାଯିବ। ଏହି ଭର୍ତ୍ତୀ ପ୍ରକ୍ରୀୟା ଦ୍ବାରା ଇଣ୍ଟର୍ଭ୍ୟୁ କେବଳ ଅଫିସର ସ୍କେଲ ୧,୨ ଏବଂ ୩ ପାଇଁ ଆୟୋଜିତ କରାଯିବ। ଏହି ପରୀକ୍ଷା ପାଇଁ ସାଧାରଣ ବର୍ଗଙ୍କ ପାଇଁ ୬୦୦ ଟଙ୍କା ପରୀକ୍ଷା ଫିସ୍ ରହିଥିବାବେଳେ SC/ST/PWBD ଆବେଦକଙ୍କୁ ୧୦୦ ଟଙ୍କା ଫିସ୍ ଦେବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.