ରଥଯାତ୍ରା ମଝିରେ ଆଉ ୯ ଦିନ ବାକି : ତିନି ରଥକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି ବିଶ୍ୱକର୍ମା, ଭୋଇ ସେବକ

ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ମଝିରେ ଆଉ ୯ ଦିନ ବାକି। ତିନି ରଥକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି ବିଶ୍ୱକର୍ମା, ଭୋଇ ସେବକ ଓ ରୂପକାର ସେବକ। ତିନି ରଥର ଭୂଇଁ କାମ ଆରମ୍ଭ ହୋଇଛି। ପୂର୍ବରୁ ବିଶ୍ୱକର୍ମା ଯୋଖା ହଣା ଶେଷ କରିଥିଲେ । ଏବେ ତିନି ରଥର ୩ଟି ଭୂଇଁ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି। ଏବେ ପ୍ରଥମ ଭୂଇଁ କାମ ଆରମ୍ଭ ହୋଇଥିବାବେଳେ ପରେ ଅନ୍ୟ ଦୁଇଟି ଭୂଇଁ କାମ ଆରମ୍ଭ କରାଯିବ। ପ୍ରତ୍ୟେକ ରଥରେ ୩ଟି ଭୂଇଁ ଲଗାଇବା ପରେ ପୋଟଳ କାମ ଆରମ୍ଭ କରାଯିବ। ଭୂଇଁ କାମ ସହ ଏବେ ଚଉଦନାହାକା କାମ ମଧ୍ୟ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.