IDBI ବ୍ୟାଙ୍କରେ ସ୍ପେଶାଲିଷ୍ଟ ଅଫିସର ପଦବୀରେ ବମ୍ପର ନିଯୁକ୍ତି, ମାସକୁ ଦରମା ୮୦ ହଜାର ଟଙ୍କା

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର। ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସ୍ପେଶାଲିଷ୍ଟ ଅଫିସର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଅଧୀନରେ ୨୨୬ ପୋଷ୍ଟ ଖାଲିପଡିଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆଇଡିବିଆଇର ଅଫିସିଆଲ ୱେବସାଇଟ idbibank.in କୁ ଯାଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୦ ଜୁଲାଇ ୨୦୨୨ ରହିଛି।

ପଦବୀ ବିବରଣୀ : ୨୨୬

ମ୍ୟାନେଜର: ୮୨

ଜେନେରାଲ ମ୍ୟାନେଜର: ୧୧୧

ଡେପୁଟି ଜେନେରାଲ ମ୍ୟାନେଜର: ୩୩

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୨୫ ଜୁନରୁ ଆରମ୍ଭ ହୋଇଥିବା ବେଳେ ଶେଷ ଜୁଲାଇ ୧୦ ତାରିଖ ହେବ।

ଶିକ୍ଷାଗତ ଯୋଗ୍ୟତା : ସ୍ପେଶାଲିଷ୍ଟ ଅଫିସର ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାରୁ ସମ୍ବନ୍ଧିତ ବିଷୟରେ ଅତିକମରେ ୬୦ ପ୍ରତିଶତ ଅଙ୍କ ସହିତ ଗ୍ରାଜୁଏସନ କରିଥିବା ଜରୁରୀ।

ବୟସ ସୀମା : ମ୍ୟାନେଜର ପଦ ପାଇଁ ପ୍ରାର୍ଥୀଙ୍କ ବୟସ ୨୫ ରୁ ୩୫ ବର୍ଷ ହେବା ଜରୁରୀ। ସେହିପରି ଜେନେରାଲ ମ୍ୟାନେଜର ପାଇଁ ୨୮ ବର୍ଷରୁ ୪୦ ବର୍ଷ ଏବଂ ଡେପୁଟି ଜେନେରାଲ ମ୍ୟାନେଜର ପଦବୀ ପାଇଁ ୩୫ରୁ ୪୫ ବର୍ଷ ପର୍ଯ୍ୟନ୍ତ ବୟସ ହେବା ଜରୁରୀ।ଏହି ପଦରେ ଆବେଦନ କରୁଥିବା ସରଂକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ସରକାରୀ ନିୟମ ଅନୁଯାୟୀ ଅଧିକତମ ବୟସ ସୀମାରେ ଛୁଯ୍‌ ଦିଆଯିବ।

ଦରମା : ଏହି ପଦବୀ ପାଇଁ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ମାସକୁ ୪୮,୧୭୦ ଟଙ୍କା ରୁ ୭୬,୦୧୦ ଟଙ୍କା ଦରମା ମିଳିବ।

ଆବେଦନ ଶୁଳ୍କ : ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ ସାମାନ୍ୟ ଏବଂ ପଛୁଆ ବର୍ଗ ଏବଂ ଆର୍ଥିକ ରୂପେ ଦୁର୍ବଳ ଥିବା ବର୍ଗଙ୍କ ପାଇଁ ୧୦୦୦ ଟଙ୍କା ଜମା କରିବାକୁ ହେବ। ବାକି ଅନ୍ୟ ବର୍ଗର ପ୍ରାର୍ଥୀ କେବଳ ୨୦୦ ଟଙ୍କା ଶୁଳ୍କ ଦେବାକୁ ପଡିବ।

କେମିତି କରିବେ ଆବେଦନ : ଆବେଦନକାରୀ ପ୍ରାର୍ଥୀ ଆବେଦନ କରିବା ପାଇଁ ୱେବସାଇଟ www.idbibank.in କୁ ଯାଇ କ୍ୟାରିଅରକୁ ଯାଇ ଆବେଦନ କରିପାରିବେ।

ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ :

https://www.idbibank.in/pdf/careers/Detailed-Advertisement-Specialists-Officer-22-23.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.