Below header

କଥା ରଖିଲେ ରଣଦୀପ ହୁଡ୍ଡା, ସରବଜିତ୍‌ଙ୍କ ଭଉଣୀ ଦଲବୀର କୌରଙ୍କୁ ଦେଲେ ମୁଖାଗ୍ନି

ସରବଜିତ୍‌ ସିଂହଙ୍କ ଭଉଣୀ ଦଲବୀର କୌରଙ୍କର ରବିବାର ଦିନ ହାର୍ଟ ଆଟାକ୍‌ ଯୋଗୁ ମୃତ୍ୟୁ ଘଟିଛି। ଦଲବୀରଙ୍କ ମୃତ୍ୟୁ ଖବର ଶୁଣିବା ପରେ ଫିଲ୍ମ ‘ସରବଜିତ୍‌’ର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ରଣଦୀପ ହୁଡ୍ଡା ଅନ୍ତିମ ସଂସ୍କାର କରିବା ପାଇଁ ତୁରନ୍ତ ମୁମ୍ବାଇରୁ ପଞ୍ଜାବ ଯାଇଥିଲେ। ଦୀର୍ଘ ବର୍ଷ ଧରି ପାକିସ୍ତାନର ଜେଲରେ ବନ୍ଦୀ ଜୀବନ ବିତାଇଥିବା ସରବଜିତ ସିଂହଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ୍‌ରେ ରଣଦୀପ ହୁଡ୍ଡା ସରବଜିତଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କ ଅଭିନୟରେ ପ୍ରଭାବିତ ଦଲବୀର ରଣଦୀପଙ୍କୁ ଭାଇ ଭାବେ ଗ୍ରହଣ କରିଥିଲେ।

ରଣଦୀପ ଓ ଦଲବୀର ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟଙ୍କ ମଧ୍ୟରେ ଭାଇ-ଭଉଣୀଙ୍କ ଏହି ସମ୍ପର୍କ ଏତେ ପବିତ୍ର ଥିଲା ଯେ ଦଲବୀର ରଣଦୀପଙ୍କ ମୃତ୍ୟୁ ପରେ କାନ୍ଧ ଦେବାକୁ କହିଥିଲେ। ରଣଦୀପ ମଧ୍ୟ ଦଲବୀରଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ତାଙ୍କ ଏହି ଇଚ୍ଛାକୁ ସେ ନିଶ୍ଚୟ ପୂରଣ କରିବେ। ଦଲବୀରଙ୍କ ମୃତ୍ୟୁ ପରେ ରଣଦୀପ ନିଜର ଏହି ପ୍ରତିଶ୍ରୁତି ରଖିବାକୁ ରବିବାର ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ। ଏ ଅବସରରେ ସେ କେବଳ ଦଲବୀରଙ୍କୁ କାନ୍ଧ ଦେଇ ନଥିଲେ, ବରଂ ତାଙ୍କୁ ମୁଖାଗ୍ନି ମଧ୍ୟ ଦେଇଥିଲେ।


ସୂଚନାଯୋଗ୍ୟ ଯେ ପଞ୍ଜାବର ତରନତାରନ ଜିଲ୍ଲାର ଭିଖିଓ୍ଵିଣ୍ଡ ଗାଁ ନିବାସୀ ସରବଜିତ ସିଂହ ଅଗଷ୍ଟ ୧୯୯୦ରେ ଭୁଲରେ ପାକିସ୍ଥାନ ସୀମା ଭିତରକୁ ପ୍ରବେଶ କରିଥିଲେ। ସେଠାରେ ପାକ୍‌ ସୁରକ୍ଷା କର୍ମୀ ତାଙ୍କୁ ଗିରଫ କରିଥିଲେ। ପାକିସ୍ତାନ ପକ୍ଷରୁ ସରବଜିତଙ୍କୁ ଗୁଇନ୍ଦା ଏଜେଣ୍ଟ ବୋଲି କୁହାଯାଇଥିଲା। ୧୯୯୧ ଅକ୍ଟୋବରରେ ପାକ୍‌ କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ।

ଦଣ୍ଡ ନେଇ ଶୁଣାଣି ପରେ ଭାରତ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ତେବେ ଇତି ମଧ୍ୟରେ ୨୦୧୩ରେ ଲାହୋର କୋର୍ଟ ଲଖପତ୍‌ ଜେଲରେ ସରବଜିତଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨ ମେ’ ୨୦୧୩ରେ ତାଙ୍କ ମୃତ୍ୟୁ ଘଟିଥିଲା।

ସରବଜିତଙ୍କ ଜୀବନ ଉନରେ ଆଧାରିତ ଫିଲ୍ମ ‘ସରବଜିତ୍‌’ରେ ରଣଦୀପ ହୁଡ୍ଡା ସରବଜିତ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦଲବୀର କୌର ଭୂମିକାରେ ଅଭିନୟ କରିଥିଲେ।

Also Read: ପଣସ ଖରାପ ବାହାରିବାରୁ ପରିବାବାଲାକୁ ପିଟି ପିଟି ମାରି ଦେଲା ଗ୍ରାହକ, ସମସ୍ତେ ଦେଖୁଥିଲେ କିନ୍ତୁ କେହି ରୋକିଲେନି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.