ଯଦି ହଜିଯାଏ ଟ୍ରେନ୍‌ ଟିକେଟ, ତ କେମିତି କରିବେ ଯାତ୍ରା? ଜାଣନ୍ତୁ ଏଭଳି ସ୍ଥିତିରେ ଆପଣଙ୍କୁ କ’ଣ କରିବାକୁ ହେବ

ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି, ତ ଏହି ଖବର ଖାସ୍‌ ଆପଣଙ୍କ ପାଇଁ। ଯଦି ଯାତ୍ରା ସମୟରେ କିମ୍ବା ଯାତ୍ରା ପୂର୍ବରୁ ଆପଣଙ୍କର ଟ୍ରେନ୍‌ ଟିକେଟ କେଉଁଠି ହଜି ଯାଇଛି, ତା’ ହେଲେ କ’ଣ ଆପଣ ବିନା ଟିକେଟରେ ଯାତ୍ରା କରି ପାରିବେ? ଏହି ପ୍ରଶ୍ନ ଯେତେ କଠିନ ଲାଗୁଥିଲେ ବି ଉତ୍ତର କିନ୍ତୁ ବହୁତ ସହଜ। ଆଜି ଆମେ ଆପଣଙ୍କୁ ଟିକେଟ ହଜି ଯାଇଥିବା ପରିସ୍ଥିତିରେ କ’ଣ କରିବା ଉଚିତ, ସେ ବିଷୟରେ କହିବାକୁ ଯାଉଛୁ।

ଡୁପ୍ଲିକେଟ ଟ୍ରେନ୍‌ ଟିକେଟ ନେଇ ପାରିବେ

ଯଦି ଆପଣଙ୍କର ଟ୍ରେନ୍‌ ଟିକେଟ କେଉଁଠି ହଜି ଯାଇଛି, ତ ଚିନ୍ତା କରିବା ଦରକାର ନାହିଁ। କାହିଁକିନା, ରେଲେଓ୍ଵକୁ ଜଣାଅଛି ଯେ ଏହା ଏକ ସାମାନ୍ୟ ଭୁଲ୍‌, ଯାହା କାହା ସହିତ ବି ହୋଇପାରେ। ଏଥିପାଇଁ ଭାରତୀୟ ରେଲେଓ୍ଵ ନିଜ ଯାତ୍ରୀମାନଙ୍କୁ ଏମିତି ସ୍ଥିତିରେ ଏକ ନୂଆ ସୁବିଧା ଦେଉଛି। ଯଦି ଆପଣଙ୍କର ଟ୍ରେନ୍‌ ଟିକେଟ କେଉଁଠି ହଜି ଯାଇଛି, ତ ଆପଣ ଏହି ଜାଗାରେ ଡୁପ୍ଲିକେଟତ୍‌ ଟ୍ରେନ୍‌ ଟିକେଟ ଜାରି କରେଇ ଯାତ୍ରା କରି ପାରିବେ। ଯଦିଓ ଏଥିପାଇଁ ଆପଣଙ୍କୁ କିଛିଟା ଅତିରିକ୍ତ ପଇସା ଖର୍ଚ୍ଚ କରିବାକୁ ପଡ଼ିବ।

ଡୁପ୍ଲିକେଟ୍‌ ଟିକେଟ ପାଇଁ ଅତିରିକ୍ତ ଚାର୍ଜ

ଭାରତୀୟ ରେଲେଓ୍ଵର େଓ୍ଵବ୍‌ସାଇଟ indianrail.gov.in ମୁତାବକ, ଯଦି ଆରକ୍ଷଣ ଚାର୍ଟ ପ୍ରସ୍ତୁତ ହେବା ପୂର୍ବରୁ କନ୍‌ଫର୍ମ ବା RAC ଟିକେଟ ହଜିଯିବା ନେଇ ସୂଚନା ଦିଆଯାଉଛି, ତ ତା’ ଜାଗାରେ ଏକ ଡୁପ୍ଲିକେଟ୍‌ ଟିକେଟ ଜାରି କରି ଦିଆଯାଇଥାଏ। ରେଲେଓ୍ଵ ମୁତାବକ, ଏଥିପାଇଁ କିଛି ଚାର୍ଜ ଦେବାକୁ ପଡ଼ିଥାଏ। ସେକେଣ୍ଡ ଏବଂ ସ୍ଲିପର କ୍ଲାସ୍‌ ପାଇଁ ଡୁପ୍ଲିକେଟ୍‌ ଟିକେଟ ଆପଣଙ୍କୁ ୫୦ ଟଙ୍କା ଦେୟରେ ମିଳିଯିବ। ବାକି ଅନ୍ୟାନ୍ୟ କ୍ଲାସ୍‌ ପାଇଁ ୧୦୦ ଟଙ୍କା ଦେବାକୁ ପଡ଼ିଥାଏ।

ଏହି ୫ଟି କଥା ନିଶ୍ଚୟ ରଖନ୍ତୁ ଧ୍ୟାନ

– ଯଦି ଟିକେଟ କନ୍‌ଫର୍ମ ବା RAC ଅଛି ଏବଂ ଏହା ହଜି ଯାଇଛି, ତା’ ହେଲେ ଏକ ଡୁପ୍ଲିକେଟ୍‌ ଟିକେଟ ଜାରି କରାଯାଇ ପାରିବ। ଏଥିପାଇଁ ରିଜର୍ଭେଶନ ଚାର୍ଟ ପ୍ରସ୍ତୁତ ହେବା ପରେ ଯାତ୍ରୀମାନଙ୍କୁ ମୋଟ ଭଡ଼ାର ୨୫ ପ୍ରତିଶତ ଦେବାକୁ ପଡ଼ିଥାଏ। ଯଦି ଚାର୍ଟ ପ୍ରସ୍ତୁତ ହେବା ପୂର୍ବରୁ ଆପଣ ଆବେଦନ କରିଛନ୍ତି, ତ ସମାନ ଚାର୍ଜ ଲାଗିବ, ଯାହା ଟିକେଟ୍‌ ହଜିଯିବା ଉପରେ ଲାଗିଥାଏ।

– ଭାରତୀୟ ରେଲେଓ୍ଵ ମୁତାବକ, େଓ୍ଵଟିଂ ଲିଷ୍ଟ ଟିକେଟ ପାଇଁ କୌଣସି ବି ଡୁପ୍ଲିକେଟ ଟିକେଟ ଜାରି ହେବ ନାହିଁ।

– ଯଦି ଟିକେଟର ବାସ୍ତବିକତା ଏବଂ ପ୍ରାମାଣିକତା ବିବରଣୀ ଆଧାରରେ ସତ୍ୟାପିତ କରାଯାଉଛି, ତ ହଜି ଯାଇଥିବା ଟିକେଟ ଉପରେ ରିଫଣ୍ଡ ସ୍ୱୀକାର୍ଯ୍ୟ।

– RAC ଟିକେଟ୍‌ ମାମଲାରେ ରିଜର୍ଭେଶନ ଚାର୍ଟ ପ୍ରସ୍ତୁତ ହେବା ପରେ କୌଣସି ବି ଡୁପ୍ଲିକେଟ ଟିକେଟ ଜାରି କରାଯାଇ ପାରିବ ନାହିଁ।

– ଯଦି ଡୁପ୍ଲିକେଟ ଟିକେଟ ଜାରି ହେବା ପରେ ଅସଲି ଟିକେଟ ମିଳି ଯାଉଛି ଏବଂ ଦୁଇଟି ଯାକ ଟିକେଟକୁ ଟ୍ରେନ ଛାଡ଼ିବା ପୂର୍ବରୁ ରେଲେଓ୍ଵକୁ ଦେଖାଇ ଦିଆଯାଉଛି, ତା’ ହେଲେ ଡୁପ୍ଲିକେଟ ଟିକେଟ ପାଇଁ ଭରଣା କରାଯାଇଥିବା ପଇସା ଫେରି ପାଇହେବ। ଯଦିଓ ଏହାର ୫ ପ୍ରତିଶତ ମୂଲ୍ୟ କାଟି ନିଆଯିବ, ଯାହାକି ସର୍ବନିମ୍ନ ୨୦ ଟଙ୍କା ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.