ଡାକ ବିଭାଗରେ ୯୮୦୮୩ ପଦବୀ ଖାଲି, ୧୦ମ୍‌ ପାସ୍‌ କରିଥିଲେ କରିପାରିବେ ଆବେଦନ

ସରକାରୀ ଚାକିରି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଭାରତୀୟ ଡାକ ବିଭାଗରେ ପୋଷ୍ଟମ୍ୟାନ୍‌, ମେଲ ଗାର୍ଡ, ମଲ୍ଟି ଟାକ୍ସିଂ ଷ୍ଟାଫ ଇତ୍ୟାଦି ପାଇଁ ୯୮୦୮୩ ପଦବୀ ଖାଲିପଡିଛି। ଇଣ୍ଡିଆ ପୋଷ୍ଟ ନିଜର ଅଫିସିଆଲ ୱେବସାଇଟ୍‌  indiapost.gov.in ରେ ଏହା ଘୋଷଣା କରାଯାଇଛି। ୯୮୦୮୩ ପୋଷ୍ଟ ମଧ୍ୟରୁ ୫୯୦୯୯ ପୋଷ୍ଟମ୍ୟାନ ପଦବୀ, ୧୪୪୫ ମେଲଗାର୍ଡ ଏବଂ ୨୩ଟି ସର୍କଲରେ ୩୭୫୩୯ ମଲ୍ଟି ଟାକ୍ସିଂ ପଦବୀରେ ନିଯୁକ୍ତି ମିଳିବ ।

ଜରୁରୀ ତାରିଖ : ଭାରତୀୟ ଡାକ ବିଭାଗ ତରଫରୁ ଭାରତୀୟ ଡାକ ଭର୍ତ୍ତି ୨୦୨୩ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହେବାର ତାରିଖ ଏବଂ ଆବେଦନ କରିବାର ଶେଷ ତାରିଖ ବିଷୟରେ ଏକ ନୋଟିଫିକେସନ ଜାରି ହେବ। ଏହି ଭର୍ତ୍ତି ପାଇଁ କେବଳ ଅଫିସିଆଲ ୱେବସାଇଟ୍‌ ମାଧ୍ୟମରେ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୯୮୦୮୩

ପୋଷ୍ଟମ୍ୟାନ : ୫୯୦୯୯

ମେଲଗାର୍ଡ: ୧୪୪୫

ମଲ୍ଟି ଟାକ୍ସିଂ : ୩୭୫୩୯

ବୟସ ସୀମା : ଏହିସବୁ ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଅତି କମରେ ୧୮ ବର୍ଷ ହେବା ଜରୁରୀ। ଏହାଛଡା ସର୍ବାଧିକ ବୟସ ୩୨ ବର୍ଷ ହେବା ଜରୁରୀ ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ୧୦ମ କିମ୍ବା ୧୨ଶ ପାସ୍‌ କରିଥିବା ଜରୁରୀ । ୧୦ ପାସ୍‌ କରିନଥିବା ପ୍ରାର୍ଥୀ ଆବେଦନ କରିପାରିବେ ନାହିଁ । ଅଧିକ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ନିଶ୍ଚିତ ଚେକ୍‌ କରନ୍ତୁ ।

କେମିତି କରିବେ ଆବେଦନ :

ଭାରତୀୟ ଡାକ ବିଭାଗରେ ଆବେଦନ କରିବା ପାଇଁ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟ୍‌  indiapost.gov.in କୁ ଯାଆନ୍ତୁ ।

ଏହାପରେ ହୋମପେଜରେ India Post Recruitment 2023 ଲିଙ୍କ ମିଳିବ, ତା’ ଉପରେ କ୍ଲିକ୍‌ କରନ୍ତୁ ।

ଏହା ପରେ ଏକ ନୂଆ ପେଜ୍‌ ଖୋଲିବ, ସେଠାରେ Register Now ଉପରେ କ୍ଲିକ୍‌ କରନ୍ତୁ।

ଏବେ ଆପଣଙ୍କ ସାମ୍ନାରେ ନୂଆ ଟାବ୍‌ ଖୋଲି। ଏଥିରେ ଆପଣ ରେଜିଷ୍ଟ୍ରେସନ କରିପାରିବେ ।

ରେଜିଷ୍ଟ୍ରେସନ କରିବା ପରେ ପ୍ରାର୍ଥୀ ଜରୁରୀ ଡକ୍ୟୁମେଣ୍ଟ ଅପଲୋଡ୍‌ କରନ୍ତୁ।

ସବୁ ବିବରଣୀ ଭରିବା ପରେ ଆବେଦନ ଶୁଳ୍କ ଜମା କରିବାକୁ ହେବ।

ଫିସ୍‌ ଭରିବା ପରେ ନିଜର ରେଜିଷ୍ଟ୍ରେସନ ଫର୍ମ ସବମିଟ୍‌ କରି ଏହାର ଏକ ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.