ଇଂଜିନିୟରିଂ କରିଥିଲେ ଭାରତୀୟ ସେନାରେ ମିଳିବ ଚାକିରି, ଜଲଦି କରନ୍ତୁ ଆବେଦନ

ଭାରତୀୟ ସେନାରେ ଚାକିରି କରିବାକୁ ଚାହୁଁଚନ୍ତି କି ? ଯଦି ଇଚ୍ଛା ରଖିଛନ୍ତି, ତେବେ ତୁରନ୍ତ ଆପ୍ଲାଏ କରନ୍ତୁ। ଭାରତୀୟ ଆର୍ମି ପକ୍ଷରୁ ସର୍ଟ ସର୍ଭିସ କମିଶନ ଅଧିନରେ ଭର୍ତ୍ତି ହେବା ପାଇଁ ଆବେଦନ କରିବାର ଶେଷ ତାରିଖ ୨୩ ଜୁନ ରହିଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ବିଭାଗର ଅଫିସିଆଲ ୱେବସାଇଟ joinindianarmy.nic.in କୁ ଯାଇ ଆବେଦନ କରିପାରିବେ।

ଏହି ପଦବୀ ପାଇଁ ଚୟନ ହେଉଥିବା ପ୍ରାର୍ଥୀ SSC କୋର୍ସ ଅକ୍ଟୋବର ୨୦୨୧ରେ ଅଫିସର୍ସ ଟ୍ରେନିଂ ଏକାଡେମୀ (OTA), ଚେନ୍ନାଇ, ତାମିଲନାଡୁରେ ଆରମ୍ଭ ହେବ। ଏହି ଭର୍ତ୍ତି ପ୍ରକ୍ରିୟା ଜରିଆରେ ୧୯୧ ପଦବୀରେ ନିଯୁକ୍ତି ହେବ। ଅଧିକ ଜାଣିବା ପାଇଁ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ।

ପଦବୀ ବିବରଣୀ: ୧୯୧

SSC(ଟେକ): ୧୭୫
SSC W (ଟେକ): : ୧୪

ଶିକ୍ଷାଗତ ଯୋଗ୍ଯତା: ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ ଇଂଜିନିୟରିଂ ଡିଗ୍ରୀ ରହିଥିବା ଜରୁରୀ।

ବୟସ ସୀମା: ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୦ ବର୍ଷ ଏବଂ ସର୍ବାଧିକ ୨୭ ବର୍ଷ ହେବା ଜରୁରୀ।

ଏମିତି କରନ୍ତୁ ଆବେଦନ: ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହି ପଦବୀ ପାଇଁ ୨୩ ଜୁନ୍ ୨୦୨୧ ଭିତରେ ଅଫିସିଆଲ ୱେବସାଇଟ joinindianarmy.nic.in କୁ ଯାଇ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.