ଯୁକ୍ତ ୨ ପରୀକ୍ଷାରେ ୪୫ % ମାର୍କ ରଖିଥିଲେ ମିଳିବ ସରକାରୀ ଚାକିରି, ଜଲଦି କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଇଣ୍ଡିଆନ ଅଏଲ୍‌ ଦ୍ୱାରା ଜୁନିଅର ଅପରେଟର ପଦବୀ ପାଇଁ ନୋଟିଫିକେସନ ଜାରି ହୋଇଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିବା ପାଇଁ ଅଧିକାରକ େଓ୍ଵବସାଇଟ୍‌ iocl.comକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏଠାରେ ୩୯ ପଦବୀ ଖାଲିପଡିଛି। ଏହି ପଦବୀରେ ଆବେଦନ କରିବା ପାଇଁ ଆଉ ମାତ୍ର ୪ ଦିନ ବାକି ରହିଛି। ଯେଉଁମାନେ ଆବେଦନ କରିନାହାନ୍ତି, ସେମାନେ ଅଫିସିଆଲ େଓ୍ଵବସାଇଟକୁ ଯାଇ ଜଲଦି ଆବେଦନ କରିପାରିବେ।

ପଦବୀ ବିବରଣୀ: ୩୯

ତେଲେଙ୍ଗାନା (୫), କର୍ଣ୍ଣାଟକ (୬) ଏବଂ ତାମିଲନାଡୁ ଏବଂ ପଡୁଚେରୀ ପାଇଁ ୨୮ ପଦବୀ ରହିଛି।

ଶିକ୍ଷାଗତ ଯୋଗ୍ୟତା :

ଏହି ପଦବୀରେ ଆବେଦନ କରିବା ପାଇଁ ସାଧାରଣ ବର୍ଗ, EWS ଏବଂ ଓବିସି ଅତିକମରେ ୪୫ ପ୍ରତିଶତ ମାର୍କ ସହିତ ୧୨ଶ ପାସ୍‌ କରିଥିବା ଜରୁରୀ। ଅନୁସୁଚିତ ଜାତି ଏବଂ ଜନଜାତି ପାଇଁ ୪୦ ପ୍ରତିଶତ ମାର୍କ ସହିତ ୧୨ଶ ପାସ୍‌ କରିଥିବା ଜରୁରୀ। ପ୍ରାର୍ଥୀଙ୍କ ପାଖରେ ୪ ଚକିଆ ଡ୍ରାଇଭିଂ ଲାଇସେନ୍ସ ହେବା ଜରୁରୀ।

ବୟସ ସୀମା : ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୬ ବର୍ଷ ମଧ୍ୟରେ ହେବା ଜରୁରୀ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ କରିବା ପାଇଁ ସାମାନ୍ୟ, EWS ଓ ଓବିସି ପ୍ରାର୍ଥୀ ୧୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ କୌଶଳ ଦକ୍ଷତା ଶାରୀରିକ ପରୀକ୍ଷା ଆଧାରରେ ହେବ। ଲିଖିତ ପରୀକ୍ଷା ୧୦୦ ଟି ପ୍ରଶ୍ନ ରହିବ ଏବଂ ପରୀକ୍ଷା ସମୟ ୯୦ ମିନିଟ୍‌ ରହିବ।

ପରୀକ୍ଷା ସମୟ : ଏହି ପଦବୀ ପାଇଁ ଲିଖିତ ପରୀକ୍ଷା ୨୧ ଅଗଷ୍ଟ ୨୦୨୨ରେ ଆୟୋଜିତ ହେବ। ଫିଜିକାଲ ଟେଷ୍ଟ, ଦସ୍ତାବିଜ ଏବଂ ସ୍କିନ ଟେଷ୍ଟ ୬ ସେପ୍ଟେମ୍ବର ୨୦୨୨ରେ ଆୟୋଜିତ ହେବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://images.news18.com/ibnkhabar/uploads/2022/07/IOCL-Junior-Operator-Recruitment-2022-Notification-PDF.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.