Below header

ଆଜି ସନ୍ଧ୍ୟାରେ ବନାନ୍ତୁ ଓଡିଶା ଫେମସ୍‌ ଆଳୁ ଚପ୍‌, ଚା ସହିତ ଆସିଯିବ ମଜା

ସନ୍ଧ୍ୟାବେଳେ ଚା ସହିତ କିଛି ସ୍ନାକ୍ସ ଖାଇବାକୁ ଭଲ ଲାଗିଥାଏ। ଏହି ସମୟରେ ଚଟପଟା ଖାଇବାକୁ ଇଚ୍ଛା ହୋଇଥାଏ ତାସହିତ କିଛି ଗରମାଗରମ ଖାଇବାକୁ ଇଚ୍ଛା ହୋଇଥାଏ। ଯଦି ଆପଣ ଚା ସହିତ କିଛି ଖାସ୍‌ ଖାଇବାକୁ ଚାହୁଁଛନ୍ତି, ତାହେଲେ ଓଡିଶା ତଥା ବଙ୍ଗାଳୀ ପ୍ରସିଦ୍ଧ ଆଳୁ ଚପ୍‌ ବନାନ୍ତୁ। ଓଡିଶା ବ୍ୟତୀତ ବହୁତ କମ୍‌ ଲୋକ ଏହି ସ୍ନାକ୍ସ ବିଷୟରେ ଜାଣିଛନ୍ତି। ତାହେଲେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ଆଳୁ ଚପ୍‌।

ଆବଶ୍ୟକ ସାମଗ୍ରୀ

ବେସନ, ସିଝା ଆଳୁ, କଞ୍ଚା ଲଙ୍କା, ରସୁଣ, ବେକିଙ୍ଗ ସୋଡା, ଜୁଆଣୀ, ସୋରିଷ, ଲୁଣ, ଲଙ୍କା ପାଉଡର, ହଳଦି ପାଉଡର ଏବଂ ତେଲ।

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ବେସନକୁ ନିଅନ୍ତୁ ଏବଂ ସେଥିରେ ଜୁଆଣୀ, ପାଣି ଏବଂ ବେକିଙ୍ଗ ସୋଡା ମିଶାନ୍ତୁ। ଏଥିରେ ଅଳ୍ପ ହଳଦୀ ପାଉଡର ଏବଂ ଲାଲ ଲଙ୍କା ପାଉଡର ମିଶାନ୍ତୁ। ଏବେ ଏଥିରେ ପାଣି ମିଶାଇ ଘୋଳ ପ୍ରସ୍ତୁତ କରନ୍ତୁ। ଏହାକୁ ଅଧିକ ଗାଢ଼ା କରନ୍ତୁନାହିଁ କି ପତଳା କରନ୍ତୁନାହିଁ। ଏହାପରେ କିଛି ରସୁଣର କୋଲା, ଅଦା ଏବଂ କଞ୍ଚା ଲଙ୍କା ନେଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାପରେ ଏକ କଡାରେ ତେଲ ଗରମ କରନ୍ତୁ ଏବଂ ଏଥିରେ ଜୁଆଣୀ ଏବଂ ସୋରିଷ ପକାନ୍ତୁ। ଏହାପରେ ଏଥିରେ ରସୁଣ ପେଷ୍ଟକୁ ମିଶାନ୍ତୁ ଏବଂ କିଛି ସମୟ ପାଇଁ ଫ୍ରାଏ କରନ୍ତୁ। ଯେତେବେଳେ ଏହା ଭଲଭାବେ ହୋଇଯିବ ସେତେବେଳେ ଏଥିରେ ଲୁଣ, ଲଙ୍କା ପାଉଡର ଏବଂ ଚକଟି ରଖିଥବା ଆଳୁକୁ ମିଶାନ୍ତୁ। ଏହାକୁ ଭଲଭାବେ ମିକ୍ସ କରନ୍ତୁ। ଗ୍ୟାସ ବନ୍ଦ କରନ୍ତୁ ଏବଂ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ।

ଯେତେବେଳେ ଆଳୁ ଥଣ୍ଡା ହୋଇଯିବ ସେତେବେଳେ ଅଳ୍ପ ଆଳୁ ନେଇ ବହୁତ ଛୋଟ ଛୋଟ ଟିକ୍କି ଭଳି ବନାଇ ଦିଅନ୍ତୁ। ଏହାପରେ ଏକ କଡାରେ ଫ୍ରାଏ କରିବା ପାଇଁ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଆଳୁରେ ତିଆରି କରିଥିବା ବଲକୁ ବେସନ ଘୋଳରେ ପକାଇ ସେକି ଦିଅନ୍ତୁ। ଏହା ଭଲଭାବେ ଫ୍ରାଏ ହେବା ପରେ ଏହାକୁ ଏକ ପ୍ଲେଟକୁ ବାହାର କରନ୍ତୁ। ଏହାକୁ ଆପଣ ଟମାଟୋ କିମ୍ବା ଗ୍ରୀନ୍‌ ଚଟଣୀ ସହିତ ସର୍ଭ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.