Below header

ଦ୍ୱାଦଶ ପାସ୍‌ କରିଥିବା ପ୍ରାର୍ଥୀଙ୍କ ପାଇଁ ଇଣ୍ଡିଆନ୍‌ ଅଏଲରେ ନିଯୁକ୍ତି ସୁଯୋଗ, ଏମିତି କରନ୍ତୁ ଆବେଦନ

ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଲିମିଟେଡ୍‌(IOCL)ରେ ଅପରେଣ୍ଟିସ୍‌ ପଦ ଖାଲି ପଡ଼ିଛି। IOCL ଏହି ପଦରେ ଭର୍ତ୍ତି ପାଇଁ ଆବେଦନର ଶେଷରେ ତାରିଖକୁ ବଢ଼ାଇ ଦିଆଯାଇଛି। ଏଥିପାଇଁ ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ୨୧ ଜୁନ୍‌ ୨୦୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହା ପୂର୍ବରୁ ଆବେଦନର ଶେଷ ତାରିଖ ୨୨ ମେ ୨୦୨୦ ରଖାଯାଇଥିଲା।

ପଦ ନାମ ଓ ସଂଖ୍ୟା:

ଆକାଉଣ୍ଟାଣ୍ଟ, ଟେକ୍ନିସିଆନ୍‌ ଓ ଟ୍ରେଡ ଅପରେଣ୍ଟିସ୍‌ରେ ମୋଟ ୬୦୦ ପଦ ଖାଲି ପଡ଼ିଛି। ଏହି ପଦବୀ ପାଇଁ ୨୨ ଫେବ୍ରୁଆରୀରୁ ଆବେଦନ ପ୍ରକ୍ରିୟା ଜାରି ରହିଛି। ସେତେବେଳେ ଜାରି କରାଯାଇଥିବା ନୋଟିଫିକେସନ୍‌ରେ ୫୦୦ଟି ପଦ ପାଇଁ ବିଜ୍ଞପ୍ତି ଦିଆଯାଇଥିବା ବେଳେ ଏବେ ତାହାକୁ ବଢ଼ାଇ ୬୦୦ କରାଯାଇଛି।

Saudi Aramco signs deal to supply Indian Oil Corp an additional ...

ଶିକ୍ଷାଗତ ଯୋଗ୍ୟତା:

+୨ ପାସ୍‌
ଆଇଟିଆଇ ପାସ୍‌

ବୟସ ସୀମା:

ସର୍ବନିମ୍ନ ୧୮ ଓ ସର୍ବାଧିକ ୨୪ ବର୍ଷ

Indian Oil Corp Q4 net profit rises 17% YoY to Rs 6,099 crore ...

ଚୟନ ପ୍ରକ୍ରିୟା:

ଲିଖିତ ପରୀକ୍ଷା ଆଧାରରେ ଆଶାୟୀ ପ୍ରାର୍ଥୀଙ୍କୁ ଚୟନ କରାଯିବ। ଲିଖିତ ପରୀକ୍ଷାରେ ୧୦୦ଟି ମଲ୍ଟିପୁଲ ଚଏସ୍‌ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ପରୀକ୍ଷାରେ ପାସ୍‌ କରିଥିବା ପ୍ରାର୍ଥୀଙ୍କୁ ଡକ୍ୟୁମେଣ୍ଟସ୍‌ ଭେରିଫିକେସନ୍‌ ପାଇଁ ଡକାଯିବ।

ଏମିତି କରନ୍ତୁ ଆବେଦନ:

ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ଇଣ୍ଡିଆନ୍‌ ଅଏଲର ଅଫିସିଆଲ ୱେବସାଇଟ୍‌ https://rectt.in/ApplyOnline.aspx ରେ କ୍ଲିକ୍‌ କରି ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.