Samsung ଲଞ୍ଚ୍‌ କରିବାକୁ ଯାଉଛି ନୂଆ ଫିଚର, ଏବେ ପାସ୍‌ଓ୍ଵାର୍ଡ ବିନା ବି ସବୁ WiFiରେ କନେକ୍ଟ ହୋଇପାରିବ ମୋବାଇଲ

ଦକ୍ଷିଣ କୋରିଆର ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ସାମସଙ୍ଗ୍‌ ନିଜର ଆଗାମୀ ସାମସଙ୍ଗ୍‌ ଗ୍ୟାଲେକ୍ସି ଫୋନ୍‌ରେ ଏକ ଏଭଳି ଫିଚର ଆଣିବାକୁ ଯାଉଛି ଯାହା ସାରା ମୋବାଇଲ ଇଣ୍ଡଷ୍ଟ୍ରୀକୁ ଦୋହଲାଇ ଦେବ। ଏହି ଫୋନ୍‌ ମାଧ୍ୟମରେ କେତେକ ନୂଆ ଫିଚର ଲଞ୍ଚ୍‌ କରିଛି ସାମସଙ୍ଗ୍‌। ଏହି ନୂଆ ଫିଚର ସାହାଯ୍ୟରେ ୟୁଜର ଯେକୌଣସି ଓ୍ଵାଇଫାଇ ନେଟଓ୍ଵାର୍କରେ ବିନା ଡିଟେନ୍ସ ଏଣ୍ଟ୍ରି କରି ନେଟ୍‌ କନେକ୍ଟ କରିପାରିବେ।

Samsung Galaxy Fold - Price in India, Specifications, Review | BGR ...

ରିପୋର୍ଟ ମୁତାବକ ସାମସଙ୍ଗ୍‌ ଏକ ଏଭଳି ସିଷ୍ଟମ୍‌ ଉପରେ କାମ କରୁଛି, ଯାହା ସାହାଯ୍ୟରେ ଓ୍ଵାଇଫାଇ କିମ୍ବା ଅନ୍ୟ ନେଟ୍‌ଓ୍ଵାର୍କରେ କନେକ୍ଟ ହେବା ପାଇଁ ଲଗ୍‌-ଇନ୍‌ ଡିଟେଲ୍ସ ଏଣ୍ଟରର ଲମ୍ବା ପ୍ରୋସେସ୍‌ ଦେଇ ଯିବାକୁ ପଡ଼ିବ ନାହିଁ। ଏହି ନୂଆ ଫିଚର ସାହାଯ୍ୟରେ ଆପଣ ସିଧାସଳଖ ଓ୍ଵାଇଫାଇରେ କନେକ୍ଟ କରିପାରିବେ। ସାମ୍‌ସଙ୍ଗର ନୂଆ ଟାବଲେଟ୍‌ ଓ ସ୍ମାର୍ଟଫୋନ୍‌ WFA OpenRoaming ଇନିସିଏଟିଭ୍‌ ପାଇଁ ସାଇନ୍‌ଅପ୍‌ କରୁଛନ୍ତି। ଏହି ଇନିସିଏଟିଭ୍‌ ପ୍ରକୃତରେ ଏକ ୱେୟାରଲେସ୍‌ ବ୍ରଡବ୍ୟାଣ୍ଡ ଅଲାୟନ୍ସ (WBA) ମାଧ୍ୟମରେ କାମ କରେ। ଏହି ସିଷ୍ଟମ୍‌ ଏକ ଫ୍ୟୁଚର ଟେକ୍ନୋଲୋଜି ନେଟଓ୍ଵାର୍କ ଉପରେ କାମ କରୁଛି। ଏହି ନେଟଓ୍ଵାର୍କରେ ଡିଭାଇସ୍‌କୁ ଓ୍ଵାଇଫାଇରେ କନେକ୍ଟ କରିବା ପାଇଁ ପାସଓ୍ଵାର୍ଡ ଦେବାକୁ ପଡ଼ିବ ନାହିଁ।

Walmart Opens Pre-orders for the Samsung' Galaxy Note 10 and 10 Plus

ଅଲାୟନ୍ସ ସମ୍ପର୍କରେ ସୂଚନା ଦେବା ଅବସରରେ WBAର CEO ଟିୟାଗୋ ରୋଡ୍ରିଗସ୍‌ କହିଛନ୍ତି ଯେ ଅନ୍ୟ ସଂସ୍ଥା ମଧ୍ୟ ଏହା ସହ ଜଡ଼ିତ ହେବା ଆବଶ୍ୟକ। ସେ କହିଛନ୍ତି ଯେ ଏହି ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଓ୍ଵାଇ-ଫାଇରେ କନେକସନ୍‌ ବେଳେ ଦେଖାଯାଉଥିବା ସମସ୍ତ ପ୍ରତିବନ୍ଧକ ଦୂର ହେବ ଓ ଲୋକମାନେ ସହଜରେ ବିନା ପାସଓ୍ଵାର୍ଡରେ ସିଧାସଳଖ ଯେକୌଣସି ଓ୍ଵାଇଫାଇ ସହ କନେକ୍ଟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.