କେ ନ୍ୟୁଜ୍‌ ରିପୋର୍ଟକୁ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଟ୍ଵିଟ୍‌, ସଂଗରୋଧ କେନ୍ଦ୍ରରେ ସରପଞ୍ଚଙ୍କ କାର୍ଯ୍ୟର କଲେ ଭୂୟସୀ ପ୍ରଶଂସା

ଆଳି (କେ ନ୍ୟୁଜ୍‌) : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ଗୋବିନ୍ଦପୁର ସଙ୍ଗରୋଧ କେନ୍ଦ୍ରରେ ଦାୟିତ୍ୱରେ ଥିବା ସରପଞ୍ଚ ପଦ୍ମାଳୟା ଧଳ ଏବଂ ଏଠାରେ ୧୪ ଦିନ କଟାଇଥିବା ପ୍ରବାସୀ ଓଡ଼ିଆମାନଙ୍କର ଭାବବିନିମୟ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀମାନେ ଏଭଳି ଚମତ୍କାର ଆତିଥ୍ୟ ପାଇଲେ ଯେ ବିଦାୟ ବେଳେ ଉଭୟ ସରପଞ୍ଚ ଏବଂ ପ୍ରବାସୀମାନଙ୍କ ଆଖିରେ ଲୁହ ଥିଲା । ସେମାନେ ଭୋ ଭୋ ହୋଇ କାନ୍ଦୁଥିବାର ଦେଖିବାକୁ ମିଳିଲା । ଖାଲି ସେତିକି ନୁହେଁ ଏହି ବିଦାୟୀ ପ୍ରବାସୀମାନଙ୍କୁ ସରପଞ୍ଚ ନିଜେ ଗାଡ଼ି କରି ଘରେ ଛାଡ଼ି ଆସିଥିଲେ ।

କେ ନ୍ୟୁଜ୍‌ ଓଡ଼ିଶାରେ ଏହି ଖବର ପ୍ରକାଶ ପାଇବା ପରେ ଏହାକୁ ସିଏମ୍‌ଓ ଓଡ଼ିଶା ତରଫରୁ ଟ୍ଵିଟ୍‌ କରି ସଂପୃକ୍ତ ସଂଗେରୋଧ କେନ୍ଦ୍ର ଏବଂ ଏହାର ସରପଞ୍ଚଙ୍କୁ ପ୍ରଶଂସା କରାଯାଇଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାପାଳ ମଧ୍ୟ ସରପଞ୍ଚଙ୍କ ତାରିଫ କରିଛନ୍ତି । ଯାହା ଅନ୍ୟ ସଂଗେରାଧ କେନ୍ଦ୍ର ପାଇଁ ଉଦାହରଣ ପାଲଟିଛି ।

KENDRAPADA

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.