ଆସନ୍ତାକାଲିଠୁ ଚାଲିବ ୨୦୦ ଟ୍ରେନ, ଜାଣି ରଖନ୍ତୁ ଯାତାୟତ କରିବା ପାଇଁ କ’ଣ ରହିଛି ନୂଆ ନିୟମ

ଭାରତୀୟ ରେଳବାଇ ଆସନ୍ତାକାଲିଠୁ ୨୦୦ ଟ୍ରେନ ଗଡାଇବାର ନିଷ୍ପତ୍ତି ନେଇଛି। ଜୁନ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ସେବାରେ ରାଜଧାନୀ ସ୍ପେଶାଲ ଟ୍ରେନ, ଶ୍ରମିକ ସ୍ପେଶାଲ ଟ୍ରେନ ରହିଛି। ଦୁଇମାସର ଲକଡାଉନ ପରେ ଏହି ସେବା ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଥର ପାଇଁ ଭାରତୀୟ ଇତିହାରେ ରେଲେଓ୍ଵ ପକ୍ଷରୁ ଟିକେଟ ଚେକିଂ କରୁଥିବା ଟିଟିଇମାନେ କଳାକୋଟ୍‌ ଏବଂ ଟାଇ ବଦଳରେ ହାତରେ ଗ୍ଲୋବ୍ସ, ମାସ୍କ ଏବଂ ପିପିଇ କିଟ୍‌ ପିନ୍ଧି ଜବ କାଚରେ ଟିକେଟ ଚେକିଂ କରିବେ।

train

ଟ୍ରେନରେ ଯାତାୟତ କରିବା ପାଇଁ କ’ଣ ରହିଛି ନିୟମ :

– ଟ୍ରେନରେ ଯାତ୍ରା କରିବା ପୂର୍ବରୁ ଷ୍ଟେସନରେ ଏଣ୍ଟ୍ରି କରିବା ବେଳେ ଏବଂ ଟ୍ରେନରେ ଚଢିବା ବେଳେହ୍ୟାଣ୍ଡ ସାନିଟାଇଜ କରି ଚଢିବାକୁ ହେବ।

– ଯେଉଁ ଯାତ୍ରୀଙ୍କର ଭ୍ୟାଲିଡି ଟିକେଟ ରହିଛି ସେମାନେ ହିଁ ଷ୍ଟେସନରେ ଏଣ୍ଟ୍ରି କରିପାରିବେ।

– ଷ୍ଟେସନକୁ ଯିବା ପୂର୍ବରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ୟ

– କେବଳ ଯାତ୍ରା କରିବାକୁ ଥିବା ବ୍ୟକ୍ତି ହିଁ ଷ୍ଟେସନକୁ ଏଣ୍ଟ୍ରି କରିପାରିବେ।

– ସାମାଜିକ ଦୂରତାକୁ ମାନିବାକୁ ହେବ।

– ଆରୋଗ୍ୟ ସେତୁ ଆପ୍‌ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.