ଯାତ୍ରୀଙ୍କ ଖୁସି ଖବର, ତୀର୍ଥ ଯାତ୍ରା କଲେ ରେଲୱେ ଫ୍ରି କରିଦେବ ରହିବା ଖାଇବା ସୁବିଧା

ଯାତ୍ରୀ ମାନେ ଦୟା କରି ଧ୍ୟାନ ଦିଅନ୍ତୁ, ରେଲେଓ୍ଵ ଆପଣଙ୍କ ପାଇଁ ଆଣିଛି ଏକ ଖାସ ପ୍ୟାକେଜ୍‌। ଏହି ପ୍ୟାକେଜରେ ଆପଣଙ୍କ ତୀର୍ଥ ଯାତ୍ରା କରିବା ସ୍ୱପ୍ନ ପୂରଣ ହୋଇପାରିବ। ବଢ଼ିଆ ସୁଯୋଗ ଆଣିଛି ରେଲୱେ। ଖାସ୍‌ କଥା ହେଉଛି ଏହି ପ୍ୟାକେଜରେ ଆପଣଙ୍କର ରହିବା ଏବଂ ଖାଇବା ସୁବିଧା ସବୁକିଛି ରେଲୱେ ପକ୍ଷରୁ ମିଳିବ। ଏଥିପାଇଁ ଆପଣଙ୍କୁ ଅଲଗା କୌଣସି ଟଙ୍କା ଖର୍ଚ୍ଚ କରିବାକୁ ପଡିବନାହିଁ। ଆଇଆରସିଟିସି ଟ୍ଵିଟ କରି ଏହି ପ୍ୟାକେଜ ବିଷୟରେ ସୂଚନା ଦେଇଛି।

ଆଇଆରସିଟିସି ନିଜର ଅଫିସିଆଲ ଟ୍ଵିଟରରେ ଲେଖି ଜଣାଇଛି ଯେ ଆଇଆରସିଟିସି ବାରଣାସୀ ପ୍ରୟାଗରାଗ ଅଯୋଧ୍ୟା ଟୁର ପ୍ୟାକେଜ ଆଣିଛି। ଏହି ଏକ ଧାର୍ମିକ ପ୍ୟାକେଜ। ଏଥିରେ ଆପଣ ଅନେକ ଗୁଡିଏ ଖାସ୍‌ ସ୍ଥାନ ସବୁ ବୁଲିପାରିବେ।

ଜାଣନ୍ତୁ ପ୍ୟାକେଜର ଡିଟେଲ୍ସ

  • ପ୍ୟାକେଜର ନାମ – ବାରଣାସୀ ପ୍ରୟାଗରାଜ ଅଯୋଧ୍ୟା ଟୁର
  • ଡେଷ୍ଟିନେସନ କ୍ୱାର୍ଡ – ବାରଣାସୀ –ପ୍ରୟାଗରାଜ-ଅଯୋଧ୍ୟା
  • ଟ୍ରାଭେଲିଙ୍ଗ ମୋଡ – ଟ୍ରେନ୍‌
  • କ୍ଲାସ – କମ୍ଫର୍ଟ
  • ଫ୍ରିକ୍ୱେନ୍ସୀ – ପ୍ରତ୍ୟେକ ବୁଧବାର
  • ମିଲ୍‌ ପ୍ଲାନ – ବ୍ରେକଫାଷ୍ଟ ଏବଂ ଡିନର
  • କେତେ ଦିନ ଯାଏଁ ରହିବ ପ୍ୟାକେଜ – ୫ ରାତି/୬ ଦିନ

ଫ୍ରିରେ ମିଳିବ ଏହି ସୁବିଧା

ରେଲେଓ୍ଵ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆପଣଙ୍କୁ ୩ ବ୍ରେକଫାଷ୍ଟ ଏବଂ ୩ ଡିନରର ସୁବିଧା ଫ୍ରିରେ ମିଳିବ। ଏହାବ୍ୟତୀତ ରହିବା ପାଇଁ ଡ୍ୟୁଲେକ୍ସ ହୋଟେଲର ବ୍ୟବସ୍ଥା ରହିବ। ଏଥିପାଇଁ ବି ଆପଣଙ୍କୁ ଅଲଗା କୌଣସି ଚାର୍ଜ ବି ଦେବାକୁ ପଡିବନି। ଏହିସବୁ ଆପଣଙ୍କ ପ୍ୟାକେଜରେ ହିଁ ଆସିବ।

କେତେ ଟଙ୍କା ରହିବ ଖର୍ଚ୍ଚ

ଯଦି ଆପଣ ୨ ରୁ ୩ ଜଣ ଲୋକଙ୍କ ଗୃପ ସହିତ ଏହି ପ୍ୟାକେଜରେ ଯାତ୍ରା କରିବେ ତାହେଲେ ଟ୍ଵିନ୍‌ ସେୟାରିଙ୍ଗରେ ୧୮,୪୦୦ ଟଙ୍କା ପ୍ରତି ବ୍ୟକ୍ତି ଖର୍ଚ୍ଚ ହେବ। ସେହିପରି ଟ୍ରିପଲ ସେୟାରିଙ୍ଗରେ ୧୫,୧୦୦ ଟଙ୍କା ପ୍ରତି ବ୍ୟକ୍ତି ଲାଗିବ। ଏହାଛଡା ଚାଇଲ୍ଡ ଓ୍ଵିଥ୍‌ ବର୍ଥ ୧୧,୯୦୦, ଚାଇଲଡ ଓ୍ଵିଦାଉଟ ବର୍ଥ ୧୦,୭୫୦ ଟଙ୍କା ଖର୍ଚ୍ଚ ହେବ।

ଏଥିପାଇଁ ଯଦି ଆପଣ ୪ ରୁ ୫ ଜଣ ଲୋକଙ୍କ ଗ୍ରୁପ ସହିତ ଏହି ପ୍ୟାକେଜରେ ଯାତ୍ରା କରିବେ ତାହେଲେ ଟ୍ଵିନ ସେୟାରିଙ୍ଗରେ ୧୫,୩୦୦ ଟଙ୍କା ପ୍ରତି ବ୍ୟକ୍ତି ଖର୍ଚ୍ଚ ହେବ। ସେହିପରି ଟ୍ରିପଲ ସେୟାରିଙ୍ଗରେ ୧୩,୬୫୦ ଟଙ୍କା ପ୍ରତି ବ୍ୟକ୍ତି ଲାଗିବ। ଏହାବ୍ୟତୀତ ଚାଇଲ୍ଡ ଓ୍ଵିଥ ବର୍ଥ ୧୦,୪୫୦, ଚାଇଲଡ ଓ୍ଵିଦାଉଟ ବର୍ଥ ୯,୩୦୦ ଟଙ୍କା ଖର୍ଚ୍ଚ ହେବ।

ଏହି ପ୍ୟାକେଜ ବିଷୟରେ ଅଧିକ ସୂଚନା ପାଇଁ ଆପଣ ଅଫିସିଆଲ ଲିଙ୍କ http://bit.ly/3BCkOp0କୁ ଭିଜିଟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.