୨୦୨୨ ପାଇଁ ୩ ଜଣ ପାଇବେ ନୋବେଲ୍‌ ଶାନ୍ତି ଦୂତ ପୁରସ୍କାର

କେନ୍ୟୁଜ୍(ବ୍ୟୁରୋ): ୨୦୨୨ ପାଇଁ ୩ ନୋବେଲ୍‌ ଶାନ୍ତି ଦୂତ । ଶାନ୍ତି ପାଇଁ ନୋବେଲ୍‌ ପୁରସ୍କାର ଘୋଷଣା ହୋଇଛି । ବେଲାରୁଷର ମାନବାଧିକାର କର୍ମୀ ଆଲେସ ବାଏଲେସ୍କିଙ୍କୁ ବର୍ଷ ୨୦୨୨ ପାଇଁ ମିଳିବ ନୋବେଲ ଶାନ୍ତି ପୁରସ୍କାର । ଏଥିସହ ରୁଷର ମାନବାଧିକାର ସଂଗଠନ ମେମୋରିଆଲ୍‌ ଓ ୟୁକ୍ରେନର ମାନବାଧିକା ସଂଗଠନ ସେଣ୍ଟର ଫର୍‌ ସିଭିଲ୍‌ ଲିବର୍ଟିଜ୍‌କୁ ଶାନ୍ତି ପାଇଁ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯିବ । ଏନେଇ ଆଜି ରୟାଲ ସ୍ୱିଡିଶ ଏକାଡେମୀ ପକ୍ଷରୁ ଘୋଷଣା ହୋଇଛି ।

ଯୁଦ୍ଧ ଅପରାଧ, ମାନବାଧିକାର ଦୁରୁପଯୋଗ ଓ କ୍ଷମତାର ଅପବ୍ୟବହାରର ଦସ୍ତାବିଜକରଣ କରିବା ଦିଗରେ ଏକ ଉତ୍କୃଷ୍ଟ ପ୍ରୟାସ କରିଥିଲେ । ଏଥିସହ ମିଳିତ ଭାବରେ ଶାନ୍ତି ଓ ଗଣତନ୍ତ୍ର ପାଇଁ ନାଗରିକ ସମାଜର ମହତ୍ତ୍ୱକୁ ପ୍ରଦର୍ଶିତ କରୁଛନ୍ତି । ଏଥିପାଇଁ ସେମାନଙ୍କୁ ଚଳିତବର୍ଷ ନୋବେଲ୍‌ ଶାନ୍ତି ପୁରସ୍କାର ପ୍ରଦାନ କରାଯାଉଥିବା କହିଛି ରୟାଲ ସ୍ୱିଡିଶ ଏକାଡେମୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.