ନିଜ ବେବି ସାଓ୍ଵାରରେ ଖୁବ୍‌ ସୁନ୍ଦରୀ ଦିଶିଲେ ପତ୍ନୀ ଆଲିଆ ଭଟ୍ଟ; ନିଜକୁ ସମ୍ଭାଳି ପାରିଲେନି ରଣବୀର କପୁର…ଦେଖନ୍ତୁ କେମିତି କଲେ କିସ୍‌

ବହୁତ ଜଲ୍‌ଦି ମା’ ହେବାକୁ ଯାଉଥିବା ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କର ବୁଧବାର ବେବି ସାୱାର ନୀତି ପାଳିତ ହୋଇଯାଇଛି। ଏହି ସମୟରେ ତାଙ୍କର ଏବଂ ରଣବୀର କପୁରଙ୍କର ପରିବାର ସଦସ୍ୟ ଉତ୍ସବରେ ସାମିଲ ହୋଇଥିଲେ। ଏଥିରେ କେବଳ ପରିବାରର ଘନିଷ୍ଠ ଲୋକମାନେ ହିଁ ସାମିଲ ହୋଇଥିଲେ। ବେବି ସାୱାରରେ ଆଲିଆ ଭଟ୍ଟ ହଳଦିଆ ରଙ୍ଗର ସୁଟ ପିନ୍ଧିଥିଲେ। ଏହି ସମୟରେ ଆଲିଆ ବହୁତ ସୁନ୍ଦର ଦେଖା ଯାଉଥିଲେ। ଉତ୍ସବରେ ରଣବୀର କପୁର ପତ୍ନୀଙ୍କ ସହିତ ଖୁବ୍‌ କ୍ୱାଲିଟି ଟାଇମ୍‌ ଅତିବାହିତ କରିଥିଲେ। ଆଲିଆ ଭଟ୍ଟ ନିଜ ବେବି ସାୱାରର ଫଟୋଗୁଡ଼ିକ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଗୋଟିଏ ଫଟୋରେ ଆପଣ ଦେଖି ପାରିବେ କି, ରଣବୀର ଆଲିଆଙ୍କୁ ନିଜ କୋଳରେ ବସାଇଛନ୍ତି। ଆଉ ଏକ ଫଟୋରେ ସେ ଆଲିଆଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି।

ଯେଉଁଠି ସେମାନେ ବସିଛନ୍ତି, ସେଠାରେ ସେମାନଙ୍କ ବିବାହର ଫଟୋ ମଧ୍ୟ ରହିଛି। ଏହା ବ୍ୟତୀତ ଫଟୋଗୁଡ଼ିକରେ ଉଭୟ ନିଜ ପରିବାର ସହିତ ମଧ୍ୟ ନଜର ଆସିଛନ୍ତି। ଗୋଟିଏ ଫଟୋ ରଣବୀର ଓ ଆଲିଆ କପୁର ପରିବାର ସହିତ ବସିଥିବା ବେଳେ ଆଉ ଏକ ଫଟୋରେ ଭଟ୍ଟ ପରିବାର ସହିତ ଦେଖାଯାଉଛନ୍ତି। ସେହିପରି ଅନ୍ୟ ଫଟୋରେ ଆଲିଆ ତାଙ୍କର ସମସ୍ତ ସାଙ୍ଗଙ୍କ ସହିତ ନଜର ଆସୁଛନ୍ତି। ଫଟୋଗୁଡ଼ିକ ସେୟାର କରି ଆଲିଆ ଲେଖିଛନ୍ତି, ‘ଜଷ୍ଟ୍‍ ଲଭ୍‌’।

କହି ରଖୁଛୁ କି, ଆଲିଆ ଓ ରଣବୀର ଏପ୍ରିଲ୍ ୨୦୨୨ରେ ବିବାହ କରିଥିଲେ। ଏହାପରେ ଜୁନରେ ଆଲିଆ ନିଜ ପ୍ରେଗ୍‌ନାନ୍ସି ବିଷୟରେ ଘୋଷଣା କରିଥିଲେ। ଚଳିତ ବର୍ଷ ଉଭୟଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ମଧ୍ୟ ରିଲିଜ୍‌ ହୋଇଛି। ଏଥିରେ ଦୁହେଁ ପ୍ରଥମ ଥର ପାଇଁ ଏକାଠି କାମ କରିଛନ୍ତି। ଫିଲ୍ମରେ ଉଭୟଙ୍କ କେମିଷ୍ଟ୍ରୀକୁ ଫ୍ୟାନମାନେ ବେଶ୍‌ ପସନ୍ଦ କରିଥିଲେ। କହି ରଖୁଛୁ କି, ଏହି ଫିଲ୍ମରେ କାମ କରିବା ସମୟରେ ଦୁହେଁ ପରସ୍ପରକୁ ଭଲ ପାଇଥିଲେ।

 

View this post on Instagram

 

A post shared by Alia Bhatt 🤍☀️ (@aliaabhatt)

ଉଭୟଙ୍କ ଅପକମିଙ୍ଗ୍‌ ଫିଲ୍ମ ବିଷୟରେ କଥା ହେବା ତ, ଆଲିଆ ବହୁତ ଜଲ୍‌ଦି ‘ରକି ଔର୍‌ ରାନୀ କୀ ପ୍ରେମ କାହାନୀ’ରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହିତ ରଣବୀର ସିଂ ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମକୁ କରନ ଜୋହର ନିର୍ଦ୍ଦେଶନା ଦେଉଛନ୍ତି। ଆଲିଆ ଫିଲ୍ମ ‘ଜି ଲେ ଜରା’ରେ ମଧ୍ୟ ନଜର ଆସିବେ, ଯାହାକୁ ଫରହାନ୍ ଅଖତର ନିର୍ଦ୍ଦେଶନା ଦେବେ। ଫିଲ୍ମରେ ଆଲିଆଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ୍‌ ଓ ପ୍ରିୟଙ୍କା ଚୋପ୍ରା ମଧ୍ୟ ଲିଡ୍‌ ରୋଲରେ ଅଛନ୍ତି। ସେହିପରି ସେ ‘ହାର୍ଟ ଅଫ୍ ଷ୍ଟୋନ୍’ ଜରିଆରେ ହଲିଉଡରେ ଡେବ୍ୟୁ ମଧ୍ୟ କରିବେ।

ସେପଟେ ରଣବୀର କପୁର ଫିଲ୍ମ ‘ଆନିମଲ’ରେ ନଜର ଆସିବେ। ଏଥିରେ ତାଙ୍କ ସହିତ ଅଛନ୍ତି ରଶ୍ମିକା ମନ୍ଦାନା, ପରିଣୀତି ଚୋପ୍ରା, ଅନିଲ କପୁରଙ୍କ ଭଳି ଲୋକପ୍ରିୟ କଳାକାର। ଏଥି ସହିତ ସେ ନିର୍ଦ୍ଦେଶକ ଲଭ୍‌ ରଞ୍ଜନଙ୍କ ଫିଲ୍ମରେ ମଧ୍ୟ ନଜର ଆସିବେ, ଯେଉଁଥିରେ ତାଙ୍କ ସହିତ ଶ୍ରଦ୍ଧା କପୁର ଅଛନ୍ତି। ତେବେ ଏହି ଫିଲ୍ମର ନାମ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.