ବାଇକ ଶୋ’ରେ ଯୋଗ ଦେଲା ଭାରତର ସବୁଠାରୁ ମହଙ୍ଗା ହାର୍ଲି ଡେଭିଡସନ ବାଇକ, ଦାମ ଟିକେ ଜାଣନ୍ତୁ ତ

ଏଇ ନିକଟରେ ଚଣ୍ଡୀଗଡ଼ ରାସ୍ତାରେ ହାର୍ଲି ଡେଭିଡସନ ବାଇକ ରୋଡ ଶୋ’ ଆୟୋଜନ କରାଯାଇଥିଲା । ଏହି ଶୋ’ ରେ ଭିନ୍ନ ଭିନ୍ନ ରାଜ୍ୟରୁ ପ୍ରତିଯୋଗୀମାନେ ନିଜ ନିଜ ହାର୍ଲି ଡେଭିଡସନ ବାଇକ ଆଣି ପହଞ୍ଚିଥିଲେ | ଏହି କାର୍ଯ୍ୟକ୍ରମକୁ ଚଣ୍ଡୀଗଡ଼ ଅଧିବାସୀ ଜଣେ ଆଡଭାଇଜର ଉଦଘାଟନ କରିଥିଲେ । ହିମାଚଳ ଯାଉଥିବା ଲୋକଙ୍କ ପାଇଁ ଚଣ୍ଡୀଗଡ଼କୁ ଏକ ଷ୍ଟପେଜ ଭାବେ ଠିଆ କରିବା ହେଉଛି ଏହି କାର୍ଯ୍ୟକ୍ରମ ଆୟୋଜନର ମୂଳ ଲକ୍ଷ ବୋଲି ସେ ନିଜ ଉଦଘାଟନ ଅଭିଭାଷଣରେ କହିଛନ୍ତି | ଆଉ ସବୁଠାରୁ ଖାସ କଥା ହେଉଛି ଏହି ବାଇକ ଶୋ’ରେ ଉତ୍ତର ଭାରତର ସବୁଠାରୁ ମହଙ୍ଗା ହାର୍ଲି ବାଇକ ପହଞ୍ଚିଥିଲା  । ଏହି ବାଇକଟି ଚଣ୍ଡୀଗଡ଼ ଅଧିବାସୀ ପ୍ରିନ୍ସ କପୁରଙ୍କର ବୋଲି ଜଣାଯାଇଛି ।ଏହାର ଦାମ ପାଖାପାଖି ୬୦ ଲକ୍ଷ ଟଙ୍କା ହେବ ।

ଏକ ସମ୍ବାଦପତ୍ର ସଂସ୍ଥାକୁ ସାକ୍ଷାତ୍କାର ଦେବା ସମୟରେ ପ୍ରିନ୍ସ କପୁର କହିଛନ୍ତିକି ଏଯାବତ ସେ ଏହି ବାଇକରେ ପ୍ରାୟ ୧ ଲକ୍ଷ ୨୦ ହଜାର କିମି ବାଟ ଅତିକ୍ରମ କରିସାରିଲେଣି । ଆଉ ତାଙ୍କୁ ଯେତେବେଳେ ବାଇକର ଫିଚର ଗୁଡିକ ବିଷୟରେ ପଚରା ଯାଇଥିଲା ଉତ୍ତରରେ ସେ କହିଥିଲେକି ଏହାର ଏତେ ଫିଚର ଅଛିଯେ ଯଦି ଆମେ ଗଣିବାକୁ ବସୁ ତାହେଲେ ହୁଏତ ପୁରା ଦିନ ସମୟ ଲାଗିଯିବ । ସେ ଏହା ମଧ୍ୟ କହିଛନ୍ତିଯେ ଏହି ବାଇକଟି ଏକ ଚାରିଚକିଆ ଯାନ ସହିତ ସମାନ । ଏହି ବାଇକରେ ସ୍ପିକରରୁ ଆରମ୍ଭ କରି ସମସ୍ତ ପ୍ରକାରର ଫିଚର ରହିଛି | କହିରଖିବା ଉଚିତ ହେବକି ଚଣ୍ଡୀଗଡ଼ ସ୍ଥିତ ଏକ ହୋଟେଲରୁ ହାର୍ଲି ଡେଭିଡସନ ବାଇକ ରୋଡ ଶୋ’ ଆୟୋଜନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.