ଏହି ଉପାୟରେ ଖାଆନ୍ତୁ ତେନ୍ତୁଳି, ଶୀଘ୍ର କମିବ ଓଜନ

ଅଧିକାଂଶ ଲୋକଙ୍କର ଖଟା ଖାଇବା ଖୁବ ପସନ୍ଦ । ଏମିତିକି ସେମାନେ ଜୁସ୍‌ ହେଉ କିମ୍ବା ଚଟନି ଆକାରରେ ବି ସାମାନ୍ୟ ଖଟା କହିବାକୁ ଭଲ ପାଆନ୍ତି । ସେହପରି ତେନ୍ତୁଳି ଏକ ପ୍ରକାରର ଖଟା ଯାହାକୁ ସମସ୍ତେ ଖାଇବାକୁ ଇଚ୍ଛା କରନ୍ତି । ପିଲା ହୁଅନ୍ତୁ କି ବୁଢ଼ା, କି ସ୍ତ୍ରୀ ଲୋକ ସମସ୍ତଙ୍କର ତେନ୍ତୁଳି ଖୁବ ପସନ୍ଦ । ଆଜିକାଲି ତ ବଜାରରେ ଭଳିଭଳିକା ତେନ୍ତୁଳି ପ୍ରସ୍ତୁତ ଜିନିଷ ମିଳିଲାଣି | ଡାକ୍ତର ମାନଙ୍କ ମତରେ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଏଥିରେ ଭିଟାମିନ୍ ସି, ମିନେରାଲ୍ସ ଏବଂ ଫାଇବର ଭଳି ଉପାଦାନ ତତ୍ୱ ମାନ ଭରି ରହିଥାଏ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । କିନ୍ତୁ ଜାଣନ୍ତିକି ଆପଣ ଏହାକୁ ଜୁସ ଆକାରରେ ବି ପିଇପାରିବେ । ତେବେ ତେନ୍ତୁଳି ଜୁସର କଣ ଉପାଦେୟ ଗୁଣ ରହିଛି ଆସନ୍ତୁ ଜାଣିରଖିବା ।

ଓଜନ କମ କରିବ– ତେନ୍ତୁଳିକୁ ଜୁସ୍‌ ଖବ୍‌ ଉପକାରୀ ହୋଇଥାଏ । ତେନ୍ତୁଳି ରସରେ ଥିବା ସାମାନ୍ୟ ଡାଇୟୁରେଟିକ୍ ଗୁଣ ରହିଛି ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। ଏଥିରେ ଫାଇବରର ମାତ୍ର ଭରପୂର ଥାଏ । ଏହାକୁ ଖାଇବା ଦ୍ବାରା ଆପଣଙ୍କ ଭିତରର ସିଷ୍ଟମକୁ ସଫା କରିବାରେ ମଧ୍ୟ ସାହାଯ୍ୟ କରିବ ।

ହୃଦ ରୋଗ ଜନିତ ସମସ୍ୟା କମ କରେ – ତେନ୍ତୁଳି ଜୁସ୍‌ ହାର୍ଟ ପାଇଁ ଭଲ ବୋଲି ବିବେଚନା କରାଯାଏ। ଏହାକୁ ପ୍ରତିଦିନ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣ ରହିଥାଏ।

ହଜମ ପ୍ରକ୍ରିୟା ଠିକଠାକ ହେବ- ତେନ୍ତୁଳି ଜୁସ୍‌ ହଜମ ପାଇଁ ଅତ୍ୟନ୍ତ ଲାଭଦାୟକ । ଶରୀର ସୁସ୍ଥ ରହିବା ସହ ହଜମ ପ୍ରକ୍ରିୟାକୁ ଏହା ମଜବୁତ ରଖିଥାଏ । ଅମୃତଭଣ୍ଡା, କୋଷ୍ଠକାଠିନ୍ୟ, ପେଟ ଫାଟିଯିବା କିମ୍ବା ଫୁଲିବା ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ତେନ୍ତୁଳି ଜୁସ୍‌ ଖୁବ୍‌ ଲାଭଦାୟକ ।

ସୌନ୍ଦର୍ଯ୍ୟ ବୃଦ୍ଧି – ବାହ୍ୟ ସୌନ୍ଦର୍ଯ୍ୟକୁ ବଢାଇବା ପାଇଁ, ଆମେ ମୁହଁରେ ଅନେକ କିଛି ଲଗାଇଥାଉ । ଏଥିପାଇଁ ଚର୍ମ ଭିତରରୁ ପୋଷଣ ମିଳିବା ନିହାତି ଆବଶ୍ୟକ। ଯେଉଁଥିପାଇଁ ସୁସ୍ଥ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଭଳି ପରିସ୍ଥିତିରେ ପ୍ରତିଦିନ ଏହି ଜୁସ୍‌ ପିଇବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିପାରେ । ଏଥିରେ ଭିଟାମିନ୍-ସି ଭରପୂର ମାତ୍ରାରେ ରହିଥାଏ । ଯାହା ଚର୍ମର ଗଠନକୁ ସଜାଡ଼ିବାରେ ସାହାଯ୍ୟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.