ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, କମ୍‌ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀ ବି କରିପାରିବେ ଆବେଦନ

ସରକାରୀ ଚାକିରି ସନ୍ଧାନରେ ଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର। ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଆଣିଛି ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଅପରେଣ୍ଟିସ୍‌ ପଦ ପାଇଁ ଆବେଦନ ଚାହୁଁଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ର ଅଫିସିଆଲ ୱେବସାଇଟ୍‌  iocl.com କୁ ଯାଇ ଆବେଦନ କରିପାରିବେ।

ପଦ ନାମ:

ଅପରେଣ୍ଟିସ୍‌

ପଦ ସଂଖ୍ୟା:

୫୦୦ଟି

 

IOCL

ଆବେଦନ କରିବାର ଶେଷ ତାରିଖ:

୨୦ ମାର୍ଚ୍ଚ ୨୦୨୦

ଶିକ୍ଷାଗତ ଯୋଗ୍ୟତା:

ସମ୍ପୃକ୍ତ ବିଷୟରେ ଇଞ୍ଜିନିୟରିଂ ଓ ଡିପ୍ଲୋମା ଡିଗ୍ରୀ ଥିବା ଆବଶ୍ୟକ

ବୟସ ସୀମା:

୧୮ରୁ ୨୪ ବର୍ଷ

exam

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା ସହ ଡକ୍ୟୁମେଣ୍ଟ ଭେରିଫିକେସନ୍‌ ଆଧାରରେ ହେବ ଚୟନ।
  • ଲିଖିତ ପରୀକ୍ଷାରେ ୧୦୦ଟି ପ୍ରଶ୍ନ ରହିବ। ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ପରୀକ୍ଷା ହେବ। ମୋଟ ୯୦ ମାର୍କରେ ପରୀକ୍ଷା ହେବ
  • ଲିଖିତ ପରୀକ୍ଷା ପାସ୍‌ କରିବା ପାଇଁ ଜେନେରାଲ ଶ୍ରେଣୀର ପ୍ରାର୍ଥୀଙ୍କୁ ୪୦ ପ୍ରତିଶତ ମାର୍କ ରଖିବା ଅନିବାର୍ଯ୍ୟ।
  • ସେହିପରି ଏସ୍‌ସି, ଏସ୍‌ଟି ଓ ଦିବ୍ୟାଙ୍ଗ ଶ୍ରେଣୀର ପ୍ରାର୍ଥୀଙ୍କୁ ଉତ୍ତୀର୍ଣ୍ଣ ହେବା ପାଇଁ ୩୫ ପ୍ରତିଶତ ମାର୍କ ଆଣିବା ଆବଶ୍ୟକ।