Below header

ଶୀତଦିନେ ବୁଲିବାକୁ ଚାଲନ୍ତୁ ‘ପୃଥିବୀର ଭୂସ୍ୱର୍ଗ’, IRCTC ଆଣିଛି କଶ୍ମୀର ପାଇଁ ସବୁଠାରୁ ଶସ୍ତା ଟୁର୍‌ ପ୍ୟାକେଜ୍‌

ଶୀତଦିନରେ ପୃଥିବୀର ଭୂସ୍ୱର୍ଗ କୁହାଯାଉଥିବା କଶ୍ମୀର ବୁଲିବାକୁ ଚାହୁଁଥିଲେ IRCTC ଏକ ବଢ଼ିଆ ପ୍ୟାକେଜ ନେଇ ଆସିଛି। ଏହି ୬ ଦିନିଆ ଟୁର୍‌ ପ୍ୟାକେଜ୍‌ରେ ଜଣେ ଶ୍ରୀନଗର, ଗୁଲମାର୍ଗ, ପହଳଗାମ, ସୋମମାର୍ଗର ମନୋରମ ସ୍ଥାନ ଭ୍ରମଣ କରିବାକୁ ସୁଯୋଗ ପାଇପାରିବେ।

ଏହି ଟୁର୍‌ ପାଇଁ ଖୁବ୍‌ କମ୍‌ ଟଙ୍କା ପଡ଼ିବ ବୋଲି ଜଣାଯାଇଛି।

IRCTCର ୱେବ୍‌ସାଇଟ୍‌ରେ ଦିଆଯାଇଥିବା ସୂଚନା ମୁତାବକ, ଏହି ଟୁର୍‌ ପ୍ୟାକେଜ୍‌ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ଜାରି ରହିବ। ଆପଣ ଏହି ସମୟ ମଧ୍ୟରେ ଏସବୁ ସ୍ଥାନକୁ ବୁଲିବାକୁ ଯାଇପାରିବେ।

 

View this post on Instagram

 

Falling snow! What you see in the background is the Apharwat peak (~14K feet). Pros 🎿 from the mountain top all the way into Tangmarg – An altitude drop of over 10K feet What’s beyond this mountain is POK – Pakistan occupied Kashmir . . Gulmarg, India. Dec 2019. . . #kashmir #kashmiri #kashmirtourism #kashmirdiaries #kashmirphotographyclub #captivatingkashmir #jammukashmir #jammuandkashmir #gulmarg #gulmargdiaries #moutains #snow #landscapephotography #bbctravel #instadaily #instapic #worldnomads #keepitwild #theoutbound #tlpicks #exploremore #optoutside #fantasticearth #theglobewanderer #natgeoyourshot #stayandwander #welivetoexplore #discoverearth #travelstoke #astravelogues

A post shared by Anil & Srav (@as_travelogues) on

ଟୁର ପ୍ୟାକେଜ୍‌ର ମୂଲ୍ୟ:

ଏହି ଟୁର୍‌ ପ୍ୟାକେଜ୍‌ ଗୋଟିଏ ହିଁ କ୍ଲାସ୍‌ର ରହିଛି। ଏଥିରେ ଜଣଙ୍କ ପାଇଁ ୨୧,୧୧୯ ଟଙ୍କା ରଖାଯାଇଥିବା ବେଳେ ଦୁଇ ଜଣଙ୍କ ପାଇଁ ୧୨,୮୭୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ତିନି ଜଣଙ୍କ ପାଇଁ ମୁଣ୍ଡ ପିଛା ୯୮୮୫ ଟଙ୍କା ଖର୍ଚ୍ଚ ହେବ। ଯଦି ସାଙ୍ଗରେ ଛୋଟ ଛୁଆ ଅଛନ୍ତି, ତେବେ ସେମାନଙ୍କ ପାଇଁ ଅଲଗା ବେଡ୍‌ର ବ୍ୟବସ୍ଥା ଚାହୁଁଥିଲେ ୪୫୫୦ ଟଙ୍କା ଲାଗିବ।

ଏହି ଟ୍ରିପ୍‌ ମୋଟ ୬ ଦିନର ହେବ। ପ୍ରଥମ ଦିନ ଶ୍ରୀନଗରର ଏୟାରପୋର୍ଟରୁ ଯାତ୍ରୀଙ୍କୁ ପିକ୍‌ଅପ୍‌ କରାଯିବ। ସେଠାରୁ ତାଙ୍କୁ ପ୍ରଥମେ ହୋଟେଲ ନିଆଯିବ। ପ୍ରଥମ ଓ ଦ୍ୱିତୀୟ ଦିନ ଶ୍ରୀନଗରରେ ବୁଲାବୁଲି କରିବା ପରେ ତୃତୀୟ ଦିନ ଗୁଲମର୍ଗ ନିଆଯିବ। ସେଠାରେ ଲୋକମାନେ ଏକ ଛୋଟ ଟ୍ରେକ୍‌ର ମଜା ଉଠାଇ ପାରିବେ। ଚତୁର୍ଥ ଦିନ ପହଲଗ୍ରାମର ସାଫରନ୍‌ ଫିଲ୍ଡ ଓ ଅବନ୍ତୀପୁରା ବୁଲିବେ। ପଞ୍ଚମ ଦିନ ସୋମମାର୍ଗ ବୁଲିବେ। ଷଷ୍ଠ ଦିନ ପୁଣିଥରେ ଯାତ୍ରୀଙ୍କୁ ଆଣି ଏୟାରପୋର୍ଟରେ ଡ୍ରପ୍‌ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.