ନୋଟରୁ ବ୍ୟାପେ କି କରୋନା ଭାଇରସ? କରେନ୍ସି ସାଇକେଲ ଆସୋସିଏସନ କଲା ବଡ଼ ଖୁଲାସା

କରୋନା ଭାଇରସର ଭୟାବହତାକୁ ଦେଖି ୨୧ ଟି ଦେଶରେ ଲକଡାଉନ ହୋଇସାରିଲାଣି। ଏହି ଭାଇରସ କେବେ ସରିବ ସେନେଇ ସମସ୍ତେ ଚାହିଁ ରହିଛନ୍ତି। ତେବେ ଇତି ମଧ୍ୟରେ କରୋନା ସଂକ୍ରମଣକୁ ନେଇ କେତେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ପ୍ରକାଶ ପାଇଛି। ‘କଣ ନୋଟ ମାଧ୍ୟମରେ ବି କରୋନା ବ୍ୟାପିବ’ ଏହି ପ୍ରଶ୍ନ ଅଧିକାଂଶ ଲୋକଙ୍କ ମନରେ ଉଠୁଥିବ ନିଶ୍ଚୟ। ତେବେ ଆସନ୍ତୁ ଜାଣିବା ନୋଟରୁ କରୋନା ବ୍ୟାପେ ନା ନାହିଁ…

corona

ନୋଟ ପ୍ରବନ୍ଧନ ସହ ଜଡ଼ିତ ନିୟାମକ ସଂସ୍ଥା କରେନ୍ସି ସାଇକେଲ ଆସୋସିଏସନ (CCA) ମଙ୍ଗଳବାର କହିଛନ୍ତି ଯେ ବ୍ୟାଙ୍କ ନୋଟରୁ କରୋନା ବ୍ୟାପିବାର ଆଦୌ ସମ୍ଭାବନା ନାହିଁ। CCA ତରଫରୁ କୁହାଯାଇଛି ଯେ ‘ବ୍ୟାଙ୍କିଙ୍ଗ ଇଣ୍ଡଷ୍ଟ୍ରୀରେ ଜାରି ହୋଇଥିବା ଆଡଭାଇଜରିରେ କୁହାଯାଇଛି ଯେ ବ୍ୟାଙ୍କ ନୋଟରୁ କରୋନା ବ୍ୟାପିବା ସମ୍ଭାବନା ନାହିଁ। କିନ୍ତୁ CCA ସ୍ପଷ୍ଟ କରୁଛି ଯେ ନୋଟର ପ୍ରବନ୍ଧନ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନକ ହିସାବରେ ଏହି ଦାବି ଭୁଲ। ବ୍ୟାଙ୍କ କରେନ୍ସିରୁ କରୋନା ବ୍ୟାପି ନ ଥାଏ।’

Image result for indian currency

ସୂଚନାଯୋଗ୍ୟ ଯେ କରୋନା ଯୋଗୁ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ରହିଛି। ସଂକ୍ରମଣକୁ ରୋକିବା ପାଇଁ ଲୋକଙ୍କୁ ଘରୁ ପଦାକୁ ନ ବାହାରିବାକୁ କୁହାଯାଇଛି। ନିୟମ ନ ମାନିଲେ କେତେକ ରାଜ୍ୟରେ ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସରକାର ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.