Below header

ନବରାତ୍ରି ଏବଂ ଲକଡାଉନର ପ୍ରଥମ ଦିନରେ କରୋନା ସହ ଲଢେଇ କରୁଥିବା ଲୋକଙ୍କ ପାଇଁ ମୋଦି କଲେ ପ୍ରାର୍ଥନା

କରୋନା ଭାଇରସ ସହ ଲଢେଇ କରିବାର ୨୧ ଦିନ ସମ୍ପୂର୍ଣ ଲକଡାଉନର ଆଜି ହେଉଛି ପ୍ରଥମ ଦିନ। ସେପରି ଆଜି ମାଧ୍ୟ ଚୈତ୍ର ନବରାତ୍ରି ଆରମ୍ଭ ହେଉଛି। ଏମିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି କହିଛନ୍ତି ଯେ ସେ କରୋନା ବିପକ୍ଷରେ ଯୁଦ୍ଧ କରୁଥିବା ଲୋକଙ୍କ ପାଇଁ ପ୍ରାର୍ଥନା କରିବେ। ସେ ମେଡିକାଲ ଷ୍ଟାଫ, ପୋଲିସ, ମିଡ଼ିଆଙ୍କ ନାମ ନେଇ ସେମାନଙ୍କ ପାଇଁ ପ୍ରାର୍ଥନା କରିଛନ୍ତି।ମୋଦି କହିଛନ୍ତି ଯେ ସାରା ଦେଶ ଏହି ସମୟରେ ପର୍ବ ପାଳନ କରୁଥିଲା କିନ୍ତୁ ଚଳିତ ବର୍ଷ ପୂର୍ବ ଭଳି ପର୍ବ ପାଳନ କରାଯିବନାହିଁ।ସେ ଏହା ମଧ୍ୟ କହିଛନ୍ତି ଯେ ଏହି ପର୍ବ ଆମ ମାନଙ୍କୁ ସଙ୍କଟରୁ ବାହାରିବାକୁ ସାହସ ଦେବ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି, ‘ଆଜି ଠାରୁ ନବରାତ୍ରି ଆରମ୍ଭ ହେଉଛି। ବର୍ଷ ବର୍ଷ ଧରି ମାଙ୍କର ଆରାଧନା କରି ଆସୁଛି କିନ୍ତୁ ଚଳିତ ବର୍ଷର ଆରାଧନାରେ ମାନବତା ର ଉପାସନା କରୁଥିବା ସମସ୍ତ ନର୍ସ, ଡାକ୍ତର, ମେଡିକାଲ ଷ୍ଟାଫ, ପୋଲିସକର୍ମୀ ଏବଂ ମିଡ଼ିଆକର୍ମୀ, ଯେଉଁମାନେ କରୋନା ବିପକ୍ଷରେ ଲଢେଇ କରିବାରେ ଲାଗିଛନ୍ତି। ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ସିଦ୍ଧିକୁ ସମର୍ପିତ କରୁଛି।

ପ୍ରଧାନମନ୍ତ୍ରୀ ଆପଣଙ୍କ ଠାରୁ କଣ ଚାହୁଁଛନ୍ତି ଜାଣନ୍ତୁ

  • ୨୧ ଦିନ ପାଇଁ ନିଜ ଘରୁ ବାହାରକୁ ବାହାରନ୍ତୁ ନାହିଁ।
  • ସାମାଜିକ ଦୂରତା ରଖିବାକୁ ଚେଷ୍ଟା କରନ୍ତୁ।
  • ମିଛ ଗୁଜବ ପ୍ରଚାର କରନ୍ତୁନାହିଁ।
  • ନିଜର ଏବଂ ନିଜ ପରିବାର ସଦସ୍ୟଙ୍କର ଯତ୍ନ ନିଅନ୍ତୁ।
  • ଭୟାବହ ପରିସ୍ଥିତି କରିବାକୁ ଚେଷ୍ଟା କରନ୍ତୁନାହିଁ।
  • ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଆନ୍ତୁ ନାହିଁ।
  • ଅନ୍ଧବିଶ୍ୱାସକୁ କୌଣସି ବି ସ୍ଥିତିରେ ବଢିବାକୁ ଦିଅନ୍ତୁ ନାହିଁ।
  • ପୋଲିସ, ସ୍ୱାସ୍ଥ୍ୟ ସେବା ଭଳି ଆବଶ୍ୟକ ସେବା ପ୍ରଦାତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.