କରୋନା ମାଡ଼! ସମସ୍ତ କର୍ମଚାରୀଙ୍କ ମାର୍ଚ୍ଚ ମାସର ଦରମା କାଟିବାକୁ ଘୋଷଣା କଲା ଗୋ ଏୟାର

କରୋନା ଭାଇରସର ପ୍ରକୋପ ଯୋଗୁ ଏବିଏସନ ସେକ୍ଟରର ରେଭେନ୍ୟୁ ଉପରେ ପ୍ରଭାବ ପଡିଛି। ଏଣୁ କ୍ଷତିରେ ଚାଲିଥିବା ଏୟାରଲାଇନ ଗୋ ଏୟାର( Go Air ) ବୁଧବାର ନିଜ ସମସ୍ତ କର୍ମଚାରୀଙ୍କ ଦରମା କାଟିବାକୁ ଘୋଷଣା କରିଛି। ଗୋ ଏୟାରର ସିଇଓ ବିନୟ ଦୁବେ ଏନେଇ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଖର୍ଚ୍ଚ କାଟ ପାଇଁ ଗୋ ଏୟାର ନିଜ ପାଇଲଟଙ୍କୁ ଛୁଟି ଦେଇଛି। ଏହା ସହ କର୍ମଚାରୀଙ୍କୁ ମଧ୍ୟ କ୍ରମିକ ଭାବେ ଛୁଟିରେ ଯିବାକୁ କହିଥିଲା। ଏଥିସହ କେତେକ କର୍ମଚାରୀଙ୍କ ୫୦ ପ୍ରତିଶତ ଦରମା କାଟିବାକୁ ମଧ୍ୟ ଘୋଷଣା କରିଥିଲା।

Image result for go air

ଦରମା କାଟ ସମ୍ପର୍କରେ ଘୋଷଣା କରିବା ଅବସରରେ ଦୁବେ କହିଥିଲେ ଯେ ଆମ ନିକଟରେ ଆଉ କୌଣସି ବିକଳ୍ପ ନାହିଁ। ମାର୍ଚ୍ଚ ମାସରେ ଆମେ ସମସ୍ତଙ୍କ ଦରମା କାଟିବୁ। ସୂଚନାଯୋଗ୍ୟ ଯେ ପୂର୍ବରୁ ଏୟାର ଇଣ୍ଡିଆ ମଧ୍ୟ ନିଜ କର୍ମଚାରୀଙ୍କ ଦରମା କାଟିଥିଲା।

You might also like