Below header

ଏବେ କରୋନା ଭାଇରସ ସଂକ୍ରମଣରୁ ରକ୍ଷା କରିବ “ନିଞ୍ଜା ରୋବୋଟ”, ଜାଣନ୍ତୁ କିପରି ହେଉଛି ବ୍ୟବହାର

ସାରା ଦୁନିଆରେ ଅତି ଦ୍ରୁତ ଗତିରେ ବ୍ୟାପୁଥିବା କରୋନା ଭାଇରସ ସଂକ୍ରମଣ ପାଇଁ ଲଗାତାର ଚେଷ୍ଟା ଜାରି ରହିଛି । ବର୍ତ୍ତମାନ୍ COVID-19 ସହ ଲଢ଼ିବା ପାଇଁ ଟେକ୍ନୋଲୋଜି ମଧ୍ୟ ଆଗେଇ ଆସିଛି । ସୂଚନା ଅନୁଯାୟୀ ଥାଇଲାଣ୍ଡର ଏକ ହସ୍ପିଟାଲରେ ‘ନିଞ୍ଜା ରୋବୋଟ୍’ର ବ୍ୟବହାର ଆରମ୍ଭ ହୋଇଯାଇଛି ଯାହା ସାହାଯ୍ୟରେ ଲୋକମାନଙ୍କୁ ମେଡିକାଲ୍ ସର୍ଭିସ୍ ଯୋଗାଇ ଦିଆଯାଉଛି ।

ଏହି ରୋବୋଟ୍ ଗୁଡିକୁ ପ୍ରଥମେ ଷ୍ଟ୍ରୋକର ଶିକାର ହୋଇଥିବା ରୋଗୀମାନଙ୍କୁ ମନିଟର କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା । ଯାହାକି ରୋଗୀମାନଙ୍କର ଶରୀରର ତାପମାତ୍ରା ଓ ଜ୍ୱରକୁ ମନିଟରିଂ କରିଥାଏ । ତେବେ ବର୍ତ୍ତମାନ ଏହାର ବ୍ୟବହାର ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍ଗକକରେ କରାଯାଉଛି ।

PunjabKesari

ନିଞ୍ଜା ରୋବଟରେ ଏକ ସ୍କ୍ରିନ୍ ଲଗାଯାଇଥାଏ ଯାହା ସାହାଯ୍ୟରେ ରୋଗୀ ଡାକ୍ତରଙ୍କ ସହ ଭିଡିଓ ଚାଟ କରିପାରିବେ । ତେବେ ଏହି ରୋବଟ ସାହାଯ୍ୟରେ ସଂକ୍ରମଣ ବ୍ୟାପିବାକୁ ରୋକାଯାଇପାରିବ ବୋଲି ଆଶା କରାଯାଉଛି । ଏହାକୁ ପ୍ରସ୍ତୁତ କରିଥିବା ପ୍ରୋଫେସରଙ୍କ କହିବା ଅନୁଯାୟୀ ନିଞ୍ଜା ରୋବଟ ଦ୍ଵାରା ଡାକ୍ତର୍ ଯେକୌଣସି ସ୍ଥାନରୁ ମଧ୍ୟ ରୋଗୀଙ୍କର ଖବର ରଖିପାରିବେ ଏବଂ ତାଙ୍କ ସହିତ ଭିଡିଓ ଚାଟ କରିପାରିବେ । ତାସହିତ ଏହା ରୋଗୀଙ୍କ ଖାଇବା ପିଇବା ଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ସମସ୍ତ କଥା ବୁଝିବାକୁ ସକ୍ଷମ । ତେଣୁ ଏଭଳି ପରିସ୍ଥିତିରେ ଏହି ରୋବୋଟ୍ ଦ୍ଵାରା ଆମେ କରୋନା ଭଳି ମାରାତ୍ମକ ଭାଇରସକୁ ବ୍ୟାପିବାରୁ ମଧ୍ୟ ରୋକିପାରିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.