କରୋନା ମୁକାବିଲା ପାଇଁ ବଦଳିଲା ଗାଇଡଲାଇନ: ଏଣିକି କୋଭିଡ-୧୯ ପାଇଁ ଖର୍ଚ୍ଚ ହେବ MP ଲାଡ ଫଣ୍ଡ, କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ବଦଳିଲା MP ଲାଡ ଫଣ୍ଡ ଗାଉଇଡଲାଇନ୍‌ । ଏଣିକି କୋଭିଡ-୧୯ ପାଇଁ ଖର୍ଚ୍ଚ ହେବ MP ଲାଡ ଫଣ୍ଡ ଟଙ୍କା । ସରକାରୀ ହସ୍ପିଟାଲ, ଡିସ୍‌ପେନ୍‌ସରୀରେ, ରୋଗୀଙ୍କ ପରୀକ୍ଷା ପାଇଁ  ଫଣ୍ଡ ଖର୍ଚ୍ଚ ହେବ । ଏହି ଫଣ୍ଡରେ ଦରକାରୀ ଉପକରଣ କିଣିହେବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି । MP ଲାଡ ଫଣ୍ଡରେ ଇନ୍‌ଫ୍ରା ରେଡ ଥର୍ମୋମିଟର କିଣାଯିବ । ଏଥିରେ ଥର୍ମୋମିଟରରେ ବିନା ସ୍ପର୍ଶରେ ତାପମାତ୍ରା ଜାଣିହେବ । ଡାକ୍ତର, ନର୍ସଙ୍କ ସୁରକ୍ଷା ପାଇଁ ଉପକରଣ ବି କିଣିହେବ । MP ଲାଡ ଫଣ୍ଡରୁ ଥର୍ମାଲ ଇମେଜିଂ ସ୍କାନର ଓ କ୍ୟାମେରା କିଣିହେବ । ଏହା ରେଳ ଷ୍ଟେସନ୍‌,ଏୟାରପୋର୍ଟରେ ବ୍ୟବହାର ହେବ । ICU, ଭେଣ୍ଟିଲେଟର ଟଙ୍କା ଖର୍ଚ୍ଚ ସହ କ୍ୱାରେଣ୍ଟାଇନ୍‌ ଓ୍ଵାର୍ଡ ପ୍ରତିଷ୍ଠା କରିହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.