କୃଷି ବିଜ୍ଞାନରେ ସ୍ନାତ୍ତକୋତ୍ତର କରିଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଜଲଦି କରନ୍ତୁ ଆବେଦନ

ବେରୋଜଗାର ସ୍ନାତ୍ତକୋତ୍ତର ଡିଗ୍ରୀଧାରୀ ଯୁବକଙ୍କ ପାଇଁ ଇଫକୋ ପକ୍ଷରୁ ସୁବର୍ଣ୍ଣ ସୁଯୋଗ। ସମଗ୍ର ଦେଶରେ ଥିବା ଇଫକୋ ଅଫିସ ପକ୍ଷରୁ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ଜାରି ହୋଇଛି। ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଏହାର ସମ୍ପର୍କୀତ ତଥ୍ୟ ହାସିଲ କରିପାରିବେ। ଏହି ନିଯୁକ୍ତି ହରିଆନା, ହିମାଚଳପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ଆସାମ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ ଏବଂ କେରଳ ଅଫିସରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ କରିବାର ତାରିଖ, ଯୋଗ୍ୟତା, ପଦବୀ, ବେତନ ବିଷୟରେ ଅଧିକ ବିବରଣୀ ଜାଣିବା ପାଇଁ ଇଫକୋର ଅଫିସିଆଲ ୱେବସାଇଟ iffcoagt.in ରେ ଲଗ୍ ଇନ କରିପାରିବେ।