IOCLରେ ଖାଲିପଡ଼ିଛି ଚାକିରି, ୨୧ ଡିସେମ୍ବର ପର୍ଯ୍ଯନ୍ତ କରିପାରିବେ ଆବେଦନ, ଦରମା ୧ ଲକ୍ଷରୁ ଅଧିକ

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(IOCL) ପକ୍ଷରୁ ବିଭିନ୍ନ ପଦବୀ ଖାଲିପଡିଛି। ଏହା ଅଧୀନରେ ଜୁନିଅର ଇଂଜିନିୟରିଂ ଆସିଷ୍ଟାଣ୍ଟ, ଜୁନିଅର ଟେକ୍ନିକାଲ ଆସିଷ୍ଟାଣ୍ଟ, ଜୁନିଅର କ୍ବାଲିଟି କଣ୍ଟ୍ରୋଲ ଆନାଲିଷ୍ଟ ପଦବୀ ଖାଲିପଡିଛି। ଚାକିରି କରିବାକୁ ଚାହୁଁଥିବା ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଇଣ୍ଡିଆନ ଅଏଲର ଅଫିସିଆଲ ୱେବସାଇଟ iocl.comକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୨୧ ଡିସେମ୍ବର, ୨୦୨୦ ରହିଛି।

ପଦବୀ ବିବରଣୀ : ୫

ଜୁନିଅର ଇଂଜିନିୟରିଂ ଆସିଷ୍ଟାଣ୍ଟ
ଜୁନିଅର ଟେକ୍ନିକାଲ ଆସିଷ୍ଟାଣ୍ଟ
ଜୁନିଅର କ୍ବାଲିଟି କଣ୍ଟ୍ରୋଲ ଆନାଲିଷ୍ଟ

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୭ ଡିସେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଅନଲାଇନ ଆବେଦନ ଶେଷ କରିବାର ତାରିଖ ୨୧ ଡିସେମ୍ବର ସନ୍ଧ୍ଯା ୫ଟା ଯାଏଁ ରହିଛି।

IOCL2

ପରୀକ୍ଷା : ଏହି ପଦବୀରେ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ୫ ଜାନୁଆରୀରେ ଲିଖିତ ପରୀକ୍ଷା ଦେବାକୁ ହେବ।

ଶିକ୍ଷାଗତ ଯୋଗ୍ଯତା: ଜୁନିଅର ଇଂଜିନିୟରିଂ ଆସିଷ୍ଟାଣ୍ଟ ପଦବୀ ପାଇଁ ପ୍ରାର୍ଥୀ କୌଣସି ମାନ୍ଯତାପ୍ରାପ୍ତ ସଂସ୍ଥାରୁ ଇଲେକ୍ଟ୍ରିକାଲ ଇଂଜିନିୟରିରେ ୫୦ ପ୍ରତିଶତ ମାର୍କ ରଖିବା ସହିତ ଡିପ୍ଲୋମା କରିଥିବା ଆବଶ୍ଯକ। ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗ ପାଇଁ ୪୫ ପ୍ରତିଶତ ମାର୍କ ରଖିଥିବା ଜରୁରୀ।  ସେହିପରି ଜୁନିଅର କ୍ବାଲିଟି କଣ୍ଟ୍ରୋଲ ଆନାଲିଷ୍ଟ ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ମାନ୍ଯତାପ୍ରାପ୍ତ ସଂସ୍ଥାରୁ ଫିଜିକ୍ସ, କେମଷ୍ଟ୍ରେି, ଇଣ୍ଡଷ୍ଟ୍ରିଆଲ କେମେଷ୍ଟ୍ରି, ଗଣିତରେ ବିଏସସିରେ ୫୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ଯକ।

ଦରମା: ଜୁନିଅର ଇଂଜିନିୟରିଂ ଆସିଷ୍ଟାଣ୍ଟ ଏବଂ ଜୁନିଅର ଟେକନିକାଲ ଆସିଷ୍ଟାଣ୍ଟ ପଦବୀ ପାଇଁ ଯଥାକ୍ରମେ ୨୫,୦୦୦, ୧୦୫,୦୦୦ ଟଙ୍କା ଧାର୍ଯ୍ଯ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.