Below header

ଆସିଗଲା ଚାଷୀଙ୍କ ପାଇଁ ବଢ଼ିଆ ସ୍କିମ୍‌ ! ପ୍ରତିଦିନ ୫୦ ଟଙ୍କା ନିବେଶରେ ପାଇବେ ୩୫ ଲକ୍ଷ ରିଟର୍ଣ୍ଣ, ଜାଣନ୍ତୁ କ’ଣ ଏହି ଯୋଜନା

ପୋଷ୍ଟ ଅଫିସରେ ନିବେଶ ପାଇଁ ଅନେକ ସ୍କିମ୍ ରହିଛି । ଏହି ଯୋଜନାରେ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିଥାଏ । ଏହା ସହ ଆପଣଙ୍କ ଟଙ୍କା ମଧ୍ୟ ସୁରକ୍ଷିତ ରହିଥାଏ । ପୋଷ୍ଟ ଅଫିସ ସ୍ମଲ ସେଭିଙ୍ଗସ ସ୍କିମରେ ଆପଣଙ୍କୁ ନିବେଶରେ ରିଟର୍ଣ୍ଣ ମିଳିବାର ଗ୍ୟାରେଣ୍ଟି ଥାଏ ।

ଗାଁର ଅର୍ଥ ବ୍ୟବସ୍ଥା ସହର ଠାରୁ ବହୁତ ଅଲଗା । ଏଠାରେ ଲୋକମାନେ ଗ୍ରାମୀଣ କାରବାର କରି ନିଜର ଜୀବିକା ନିର୍ବାହ କରନ୍ତି । ଯେଉଁତିରେ ଚାଷ କାମ କରିବା, ପଶୁପାଳନ ଭଳି ଅନେକ କାମ ସାମିଲ ରହିଛି । ତେବେ ଗ୍ରାମାଞ୍ଚଳରେ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ଆର୍ଥିକ ସୁଦୃଢ କରିବା ପାଇଁ ସରକାର ଅନେକ ଯୋଜନା ସବୁ କାର୍ଯ୍ୟକାରୀ କରୁଛନ୍ତି । ସେଥିମଧ୍ୟରୁ ପୋଷ୍ଟ ଅଫିସ ସ୍କିମ ବି ସାମିଲ ରହିଛି । ପୋଷ୍ଟ ଅଫିସରେ ନିବେଶ ପାଇଁ ଅନେକ ସ୍କିମ୍ ରହିଛି । ଏହି ଯୋଜନାରେ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିଥାଏ । ଏହା ସହ ଆପଣଙ୍କ ଟଙ୍କା ମଧ୍ୟ ସୁରକ୍ଷିତ ରହିଥାଏ । ପୋଷ୍ଟ ଅଫିସ ସ୍ମଲ ସେଭିଙ୍ଗସ ସ୍କିମରେ ଆପଣଙ୍କୁ ନିବେଶରେ ରିଟର୍ଣ୍ଣ ମିଳିବାର ଗ୍ୟାରେଣ୍ଟି ଥାଏ ।

ପୋଷ୍ଟ ଅଫିସ୍ ର ଏଭଳି ଏକ ସ୍କିମ୍ ହେଉଛି ଗ୍ରାମ ସୁରକ୍ଷା ସ୍କିମ୍ ଅଟେ । ଏଥିରେ ନିବେଶକ ଅଳ୍ପ ଅର୍ଥ ଲଗାଇ ବଡ଼ ଫାଇଦା କମାଇପାରିବେ । ପୋଷ୍ଟ ଅଫିସ୍ ର ଗ୍ରାମ ସୁରକ୍ଷା ସ୍କିମରେ କମ୍ ରିସ୍କରେ ଭଲ ରିଟର୍ଣ୍ଣ ବେନିଫିଟ୍ ମିଳିଥାଏ । ସ୍କିମରେ ନିବେଶକଙ୍କୁ ପ୍ରତିମାସରେ ୧୫୦୦ ଟଙ୍କା ଜମାକରିବାକୁ ପଡ଼ିଥାଏ ଏବଂ ଏହା ମ୍ୟାଚ୍ୟୁରିଟିରେ ୩୧-୩୫ ଲକ୍ଷ ଟଙ୍କା ମିଳିବ ।

ପୋଷ୍ଟ ଅଫିସ ଗ୍ରାମ ସୁରକ୍ଷା ସ୍କିମରେ ୧୯ ରୁ ୫୫ ବର୍ଷର କେହିବି ଭାରତୀୟ ନାଗରିକ ନିବେଶ କରିପାରିବେ । ଏହା ବ୍ୟତୀତ ଏହି ଯୋଜନା ଅନୂଯାୟୀ ସର୍ବନିମ୍ନ ୧୦ ହଜାରରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ କୌଣସି ପ୍ଲାନ ନେଇପାରିବେ । ପୋଷ୍ଟ ଅଫିସ ଗ୍ରାମ ସୁରକ୍ଷା ସ୍କିମର ପ୍ରିମିୟମର ପ୍ରମିୟମ ମାସିକ, ତ୍ରୈମାସିକ, ଅର୍ଦ୍ଧବାର୍ଷିକ କିମ୍ବା ବାର୍ଷିକ ଆଧାରରେ ଦେଇପାରିବେ । ନିବେଶକ ପୋଷ୍ଟ ଅଫିସ ଗ୍ରାମ ସୁରକ୍ଷା ସ୍କିମରେ ଲୋନ ବି ନେଇପାରିବେ ।

ଏହା ସହ ଆପଣ ସ୍କିମ ଅନୂଯାୟୀ, ତିନି ବର୍ଷ ମଧ୍ୟରେ ପଲିସିକୁ ସରେଣ୍ଡର କରିପାରିବେ । ତେବେ ମନେକରାଯାଉ ଯଦି କେହି ନିବେଶକ ୧୯ ବର୍ଷ ବୟସରେ ନିବେଶ କରୁଛନ୍ତି ଏବଂ ସେ ୧୦ ଲକ୍ଷ ଟଙ୍କାର ପ୍ଲାନ ନେଉଛନ୍ତି । ତେବେ ନିବେଶକଙ୍କୁ ୫୫ ବର୍ଷ ବୟସରେ ପ୍ରାୟ ୩୧.୬୦ ଲକ୍ଷ ଟଙ୍କା ହାସଲ କରିବା ପାଇଁ ପ୍ରତିମାସରେ ୧୫୧୫ ଟଙ୍କା ପ୍ରମିୟମ ଦେବାକୁ ହେବ । ସେହିଭଳି ୧୪୬୩ ଟଙ୍କା ପ୍ରତିମାସରେ ଦେଉଛନ୍ତି ତେବେ ୫୮ ବର୍ଷ ହେବାପରେ ତାଙ୍କୁ ୩୩.୪୦ ଲକ୍ଷ ଟଙ୍କା ମିଳିବ । ସେହିଭଳି ୧୪୧୧ ଟଙ୍କା ପ୍ରମିୟମରେ ୬୦ ବର୍ଷ ପରେ ୩୪.୬୦ ଲକ୍ଷ ଟଙ୍କା ମିଳିବ । ଅର୍ଥାତ୍ ପୋଷ୍ଟ ଅଫିସ୍ ସ୍କିମରେ ଆପଣଙ୍କୁ ପ୍ରତିଦିନ ପ୍ରାୟ ୫୦ ଟଙ୍କା ରଖିବାକୁ ପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.