କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରବଢିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୩,୩୫୦ଟଙ୍କା ଓ ୫୮,୨୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୩,୫୦୦ ଟଙ୍କା ଓ ୫୮,୩୫୦ ଟଙ୍କା ରହିଛି ।

କେନ୍ୟୁଜ୍(ବ୍ୟୁରୋ): ସୁନା କିଣିବାକୁ ମନ ବଳାଇଥିଲେ ଆଜି ହିଁ କିଣି ଅଣାନ୍ତୁ । ଗତକାଲି ଅପେକ୍ଷା ଆଜି କିଛି ମାତ୍ରାରେ କମିଛି ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୩,୩୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୮,୨୦୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୩,୩୫୦ ଟଙ୍କା ଟଙ୍କା ଓ ୫୮,୨୦୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରବଢିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୩,୩୫୦ଟଙ୍କା ଓ ୫୮,୨୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୩,୫୦୦ ଟଙ୍କା ଓ ୫୮,୩୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୩,୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୮,୪୭୦ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୩,୩୫୦ ଟଙ୍କା ଓ ୫୮,୪୭୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୩,୫୦୦ ଟଙ୍କା ରହିଥିବା ନେଇ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.