ଚଳନ୍ତା କାରରୁ ମୁହଁ ବାହାର କରିବା ପାଇଁ ନଥାଏ ସନରୁଫ, କମ୍‌ ଲୋକଙ୍କୁ ହିଁ ଜଣାଅଛି ଏହାର ସଠିକ ବ୍ୟବହାର

ଅନେକ ଥର ତ ଆପଣ ଛୋଟ ପିଲାମାନଙ୍କୁ ଚଳନ୍ତା କାରର ସନରୁଫରୁ ବାହାରି ମୁଣ୍ଡ କାଢ଼ିବାର ଦେଖିଥିବେ । କିନ୍ତୁ କଣ କାରରେ ସନରୁଫକୁ ଏହି କାମ ପାଇଁ ଦିଆଯାଇଥାଏ ? ଆସନ୍ତୁ ଜାଣିବା ବାସ୍ତବରେ ଏହାର ସଠିକ ବ୍ୟବହାର ଏବଂ ଏହାକୁ କିପରି ବ୍ୟବହାର କରାଯାଏ ।

ଆଜିକାଲି କାରରେ ସନରୁଫର ବହୁତ ଡିମାଣ୍ଡ ରହିଛିି । ଏହା କାରର ଡିମାଣ୍ଡ ଫିଚରରେ ଆସୁଛି । ଏହା କାରର ବିକ୍ରିରେ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି । ଗ୍ରାହକଙ୍କ ପାଇଁ କାର ଚୟନ କଲାବେଳେ ସନରୁଫ ବହୁତ ଗୁରୁତ୍ୱପୂର୍ଣ୍ଣ ଫ୍ୟାକ୍ଟର ରୂପେ କାମ କରିଥାଏ । କିନ୍ତୁ ବହୁତ ଲୋକଙ୍କୁ ସନରୁଫର ଅସଲ ବ୍ୟବହାର ବିଷୟରେ ହୁଏତ ଜଣାନାହିଁ । ସେଥିପାଇଁ ଅଧିକାଂଶ ଲୋକ ଏହାର ବ୍ୟବହାର ଭୁଲ ତରିକାରେ କରୁଛନ୍ତି । ଆପଣ ବହୁତ ଲୋକଙ୍କୁୁ ଦେଖିଥିବେ ଯେ ସେ ସନରୁଫରୁ ବାହାରକୁ ବାହାରି ମସ୍ତି କରୁଥିବାର । ଅନେକ ଥର ତ ଆପଣ ଛୋଟ ପିଲାମାନଙ୍କୁ ଚଳନ୍ତା କାରର ସନରୁଫରୁ ବାହାରି ମୁଣ୍ଡ କାଢ଼ିବାର ଦେଖିଥିବେ । କିନ୍ତୁ କଣ କାରରେ ସନରୁଫକୁ ଏହି କାମ ପାଇଁ ଦିଆଯାଇଥାଏ ? ଆସନ୍ତୁ ଜାଣିବା ବାସ୍ତବରେ ଏହାର ସଠିକ ବ୍ୟବହାର ଏବଂ ଏହାକୁ କିପରି ବ୍ୟବହାର କରାଯାଏ ।

କାରରେ ସନରୁଫର ସଠିକ ବ୍ୟବହାର :

ସନରୁଫକୁ ଆପଣ ଅଧିକ ନ୍ୟାଚୁରାଲ ଲାଇଟ ପାଇଁ ବ୍ୟବହାର କରିପାରିବେ । ଏହା କାରର ଭିତରେ ଅଧିକ ନ୍ୟାଚୁରାଲ ଲାଇଟ ଦେବାରେ ସାହାଯ୍ୟ କରିଥାଏ । ଯଦି ଆପଣଙ୍କ କାରରେ ସନରୁଫ ଅଛି ତାହେଲେ ଆପଣ ଏହାଦ୍ୱାରା କାରର ଭିତରେ ମଧ୍ୟ ନ୍ୟାଚୁରାଲ ଲାଇଟ ପାଇପାରିବେ । କିନ୍ତୁ ଓ୍ଵିଣ୍ଡୋ ଗ୍ଲାସରେ ସେତିକି ଲାଇଟ ଆସିପାରିନଥାଏ ।

ସନରୁଫ ସାହାଯ୍ୟରେ କାରକୁ ଜଲଦି ଥଣ୍ଡା କରାଯାଇପାରିବ । ଯଦି ଆପଣଙ୍କ କାର ପ୍ରଚଣ୍ଡ ଖରାରେ ଛିଡା ହୋଇଥି ତାହେଲେ କିଛି ସମୟ ପାଇଁ ସନରୁଫ ଖୋଲିଦିଅନ୍ତୁ । ଏପରି କଲେ ଗରମ ଜଲଦି କାରରୁ ବାହାରକୁ ବାହାରିଯାଇଥାଏ । କାହିଁକିନା ଏହା କାରର ଠିକ ଉପର ଆଡକୁ ରହିଥାଏ । ଏବଂ ଏସି ଅନ୍‌ କରିବା ଦ୍ୱାରା ଗରମ ପବନ ଉପର ଆଡକୁ ଆସିଯାଇଥାଏ । ସେଥିପାଇଁ ଏହା ସନରୁଫରୁ ଜଲଦି ବାହାର କରିଦେଇଥାଏ ।

କାରରେ ସନରୁଫ ଥିଲେ ଆପଣଙ୍କୁ ଖୋଲା ଖୋଲା ଅନୁଭବ ହୋଇଥାଏ । ଏହାଦ୍ୱାରା ଆପଣଙ୍କୁ କାରର କେବିନ ଅଧିକ ସ୍ପେସିୟସ ଲାଗିଥାଏ । କାହିଁକିନା କେବିନରେ ଅଧିକ ଲାଇଟ ଆସିଥାଏ । ଏବଂ ଆପଣ ସନରୁଫ ଗ୍ଲାସରେ ଆକାଶକୁ ବି ଦେଖିପାରିବେ ।

ସନରୁଫ କାରରେ କେବେବି କରନ୍ତୁନାହିଁ ଏହି ଭୁଲ

ପ୍ରାୟତଃ ଆପଣ ଛୋଟ ପିଲା ଏବଂ ବଡ ମାନଙ୍କୁ ବି ଚଳନ୍ତା କାରରେ ସନରୁଫରେ ବାହାରି ଛିୂଡା ହୋଇଥିବାର ଦେଖିଥିବେ ଏବଂ ମସ୍ତି କରୁଥିବାର ବି ଦେଖିଥିବେ । କିନ୍ତୁ ଏପରି କରିବା ଉଚିତ ନୁହେଁ କାହିଁକିନା ଏମିତି କରିବା ଆପଣଙ୍କ ପାଇଁ ବିପଦପୂର୍ଣ୍ଣ ସାଜିପାରେ । ପିଲାମାନେ କେତେ ବି ଜିଦ୍‌ କରନ୍ତୁନା କାହିଁକି ସେମାନଙ୍କୁ ସନରୁଫରେ ବାହାରକୁ ବାହାରିବାକୁ ଦିଅନ୍ତୁନାହିଁ । କାହିଁକିନା ଏମରଜେନ୍ସୀ ବ୍ରେକ ଲଗାଇବାକୁ ପଡିଲେ ସନରୁଫରେ ମୁହଁ ବାହାର କରିଥିବା ଲୋକ କିମ୍ବା ଛୋଟ ପିଲାଙ୍କୁ ଆଘାତ ଲାଗିପାରେ । ସେମାନେ ବ୍ରେକ ଲାଗିବା ଦ୍ୱାରା କାର ଆଗରେ ବି ଯାଇକି ପଡିପାରନ୍ତି । ଯାହାଦ୍ୱାରା ଜୀବନ ବି ଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.