Below header

ଏବେ ଏହି ଦୁଇଟି ବ୍ୟାଙ୍କର ବିନା ଡେବିଟ୍‌ କାର୍ଡରେ ବାହାରିବ ଟଙ୍କା, ଜାଣନ୍ତୁ ପୂରା ପ୍ରକ୍ରିୟା

ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ନିଜ ଗ୍ରାହକଙ୍କୁ ଅନେକ ଦିନରୁ ବିନା କାର୍ଡରେ ଟଙ୍କା ବାହାର କରିବାର ସୁବିଧା ଯୋଗାଇଆସିଛି। ଗ୍ରାହକ ଏହି ସୁବିଧା ପାଇବା ପାଇଁ ବିନା ଏଟିଏମ୍‌ କାର୍ଡରେ ଟଙ୍କା ବାହାର କରିବା ପାଇଁ ବ୍ୟବହାର କରିପାରିବେ। ଏହି ପ୍ରକ୍ରିୟା ଏସବିଆଇର ୟୋନୋ ଆପ୍‌ ଜରିଆରେ ସମ୍ଭବ ହୋଇପାରିଛି। ଏବେ ଆଇସିଆଇ ବ୍ୟାଙ୍କ ମଧ୍ୟ ନିଜ ଗ୍ରାହକଙ୍କୁ ମଧ୍ୟ ନିଜର କୌଣସି ବି ଏଟିଏମ୍‌ ରୁ ବିନା କାର୍ଡ ସାହାଯ୍ୟରେ ଟଙ୍କା ବାହାର କରିବାର ସୁବିଧା ଜାରି କରିଛି।

moneyଏସବିଆଇର ଗ୍ରାହକ ୟୋନୋ ଆପ୍‌ ରେ ଇଣ୍ଟନେଟ ବ୍ୟାକିଂର ଲଗଇନ ତଥା ପାସଓ୍ଵାର୍ଡ ଜରିଆରେ ଲଗଇନ୍‌ କରିପାରିବେ। ଏହାପରେ ଖାତା ଧାରକ (ଆକାଉଣ୍ଟ ହୋଲ୍ଡର) ଭିବଷ୍ୟତରେ ଫୁଣି ଥରେ କେବେ ୟୋନୋ ଆପ୍‌ ରେ ସହଜରେ ଲଗଇନ୍‌ କରିବା ପାଇଁ ୬ ଅଙ୍କର MPIN ସେଟ୍‌ କରିପାରିବେ। ଆପ୍‌ ରେ ଲଗଇନ୍‌ କରିବା ପରେ ଏସବିଆଇ ଆକାଉଣ୍ଟ ହୋଲ୍ଡରଙ୍କୁ ୟୋନୋ କ୍ୟାପରେ କ୍ଲିକ୍‌ କରିବାକୁ ପଡିବ। ଏହାପରେ ଏଟିଏମ୍‌ ସେକ୍ସନକୁ ଯାଇ ସେଠାରେ ଆପଣ ଉଠାଇବାକୁ ଚାହୁଁଥିବା ଟଙ୍କାର ସଂଖ୍ୟା ଦିଅନ୍ତୁ। ଏବେ ଏସିବିଆଇ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରକୁ ୟୋନୋ କ୍ୟାସ ଟ୍ରାଞ୍ଜେକ୍ସନ ନମ୍ବର ପଠାଇବ। ଖାତା ଧାରକମାନେ ଏଟିଏମ୍‌ ବିନା କାର୍ଡରେ ଟଙ୍କା ବାହାର କରିବା ପାଇଁ ୟୋନୋ କ୍ୟାସ ଟ୍ରାଞ୍ଜେକ୍ସନ ନମ୍ବର ତଥା ଟଙ୍କା ବାହାର କରିବା ପାଇଁ ଏସବିଆଇର କାର୍ଡ ଲେସ୍‌ ଟ୍ରାଞ୍ଜେକ୍ସନର ସୁବିଧା ଭଳି ଏଟିଏମ୍‌ରେ ସେଯ୍‌ କରାଯାଇଥିବା ପିନ୍‌ ନମ୍ବରର ଆବଶ୍ୟକତା ହେବ। ଏହା ଚାରି ଘଣ୍ଟା ପାଇଁ ମାନ୍ୟ ହେବ।

iciciପ୍ରଥମେ ୟୁଜରଙ୍କୁ ଏଟିଏମ୍‌ର ହୋମ୍‌ ପେଜ୍‌ରେ କାର୍ଡ ଲେସ୍‌ ଟ୍ରାଞ୍ଜେକ୍ସନ ଅପ୍ସନ ଚୟନ କରିବାକୁ ହେବ, ଯାହାପରେ ୟୋନୋ କ୍ୟାସ ଏବଂ ବାକି ସମସ୍ତ ତଥ୍ୟ ଦେବାକୁ ପଡିବ। ସୂଚନା ମୁତାବକ ସିଙ୍ଗଲ ଟ୍ରାଞ୍ଜେକ୍ସନରେ ଏସବିଆଇ କଷ୍ଟମର୍ସ ନୁନ୍ୟତମ ୫୦୦ ଟଙ୍କା ଏବଂ ଅଧିକତମ ୧୦.୦୦୦ଟଙ୍କା ବାହାର କରିପାରିବେ।

ICICI ବ୍ୟାଙ୍କ ମଧ୍ୟ ନିଜର ଏଟିଏମ୍‌ ବିନା କ୍ୟାସ ବାହାର କରିବାର ସୁବିଧା ଜାରି କରିଛି। ବ୍ୟାଙ୍କର ମୋବାଇଲ ଆପ୍‌ ‘iMobile’ ଜରିଆରେ ଏହାର ୧୫,୦୦୦ ଏଟିଏମ୍‌ ନେଟଓ୍ଵର୍କ ବିନା କାର୍ଡରେ ଟଙ୍କା ବାହାର କରାଯାଇପାରିବ।

bank‘iMobile’ ଆପ୍‌ରେ ଲଗଇନ୍‌ କରନ୍ତୁ ଏବଂ ‘Services’ and ‘Cash Withdrawal at ICICI Bank ATM’ ର ଚୟନ କରନ୍ତୁ। ଏହାପରେ ଆପଣ କେତେ ଟଙ୍କା ବାହାର କରିବାକୁ ଚାହୁଁଛନ୍ତି ତାର ସଂଖ୍ୟା ପ୍ରବେଶ କରନ୍ତୁ। ଏହାପରେ ଆକୋଉଣ୍ଟ ନମ୍ବର ଚୟନ କରନ୍ତୁ ଏବଂ ୪ଟି ଅଙ୍କର ଅସ୍ଥାୟୀ ପିନ୍‌ ନମ୍ବର ଦେଇ ଜମା କରନ୍ତୁ। ଏବେ ଆପଣଙ୍କୁ ସାଙ୍ଗେ ସାଙ୍ଗେ ଏକ ଓଟିପି ନମ୍ବର ମିଳିବ। ଏହାପରେ ICICI ବ୍ୟାଙ୍କର କୌଣସି ବି ଏଟିଏମ୍‌ କୁ ଯାଇ କାର୍ଡ ଲେସ୍‌ ଅପ୍ସନ ଚୟନ କରନ୍ତୁ। ଏବେ ମୋବାଇଲ ନମ୍ବର ପ୍ରବେଶ କରନ୍ତୁ ଏବଂ ଦିଆଯାଇଥିବା ଓଟିପି ନମ୍ବରକୁ ଯାଆନ୍ତୁ। ଏବେ ଅସ୍ଥାୟୀ ପିନ୍‌ ନମ୍ବର ଦିଅନ୍ତୁ ଏବଂ ଆପଣ ଯେତେ ଟଙ୍କା ବାହାର କରିବାକୁ ଚାହୁଁଛନ୍ତି ତାର ସଂଖ୍ୟା ପ୍ରବେଶ କରନ୍ତୁ। ଏବେ ଆପଣ ଟଙ୍କା ବାହାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.