ଆରମ୍ଭ ହେଲା ମାଟ୍ରିକ ଏଗଜାମ୍, ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ
ଭୁବନେଶ୍ବର: ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା । ୨ହଜାର ୮୮୮ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ । ଆଜି ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷା ସୁପରିଚାଳନା ପାଇଁ ତ୍ରିସ୍ତରୀୟ ସ୍କ୍ଵାଡ୍ ବ୍ୟବସ୍ଥା ହୋଇଛି । ହଜାରେଟି କେନ୍ଦ୍ରରେ ଲାଗିଛି ସିସିଟିଭି କ୍ୟାମେରା । ୩୦୭ଟି ନୋଡାଲ୍ ସେଣ୍ଟର କରାଯାଇଛି । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ ।