ଟିକଟକ୍‌ କରୁଛି ପାଗଳ, ଚଳନ୍ତା ଟ୍ରେନରୁ ଷ୍ଟଣ୍ଟ୍‌ ମାରିବା ବେଳେ ଖସି ପଡିଲେ ଯୁବକ, ଦେଖନ୍ତୁ ଲାଇଭ୍‌ ଭିଡିଓ

ଏବେ ସାରା ଦୁନିଆକୁ ଲାଗିଛି ଟିକଟକ୍‌ ନିସା। ଟିକଟକ ପାଇଁ ଲୋକେ ପାଗଳ ହେଉଛନ୍ତି। ନିଜ ୟୁନିକ ଭିଡିଓରେ ଲୋକଙ୍କଠୁ ଲାଇକ୍‌ ପାଇବା ପାଇଁ ଆଜିର ଯୁବପିଢ଼ୀ କୌଣସି ବି ସ୍ତରକୁ ଯାଉଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ। ଆଉ ଆପଣ ଭାବିବେ କାହିଁକି ଲୋକମାନେ ଏମିତି ପାଗଳାମି କରୁଛନ୍ତି?


ଭିଡିଓରେ ଆପଣ ଦେଖିପାରୁଥିବେ ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନରେ ଷ୍ଟଣ୍ଟ୍‌ ଦେଖାଉଛନ୍ତି। କିନ୍ତୁ ଏହାର କିଛି ସେକେଣ୍ଡ ମଧ୍ୟରେ ସାମାନ୍ୟ ଅସାବଧାନତା ଯୋଗୁଁ ଟ୍ରେନରୁ ତଳକୁ ପଡିଗଲେ। ଏହି ପୂରା ଭିଡିଓକୁ ଟ୍ରେନରେ ଯାଉଥିବା ଜଣେ ବ୍ୟକ୍ତି ରେକର୍ଡ କରିଛନ୍ତି। ଭିଡିଓରେ ଆପଣ ଦେଖିପାରୁଥିବେ ଟ୍ରେନରୁ ହାତ ଛାଡିଦେବା ପରେ ହ୍ୟାଣ୍ଡେଲକୁ ଧରି ଓହଳି ହୋଇ କିଛି ସମୟ ଚାଲିଲେ। ଏହାପରେ ହାତ ଛାଡି ସେ ଟ୍ରେନ ତଳେ ପଡିଯାଉଛନ୍ତି। ଏହାପରେ ଭାଗ୍ୟବସତଃ ଟ୍ରେନ ତଳେ ପଡିବା ପରେ ସେ ତୁରନ୍ତ ଉଠି ବସିପଡିଲେ। ଟ୍ରେନରେ ଥିବା କିଛି ଯାତ୍ରୀ ତାଙ୍କୁ ସେହିଠାରେ ବସି ରହିବାକୁ କହୁଛନ୍ତି।

piyusପିୟୁସ ଗୋୟେଲ ଏହି ଭିଡିଓକୁ ସେୟାର କରି ନିୟମର ପାଳନ କରିବାକୁ କହୁଛନ୍ତି। ରେଳମନ୍ତ୍ରୀ ପିୟୁଷ ଗୋୟେଲ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହୁଛନ୍ତି। ସେ ଏହି ଭିଡିଓକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଚଳନ୍ତା ଟ୍ରେନରେ ଷ୍ଟଣ୍ଟ ମାରିବା ବାହାଦୁରୀ ନୁହେଁ, ମୁର୍ଖମୀ ଅଟେ। ଆପଣଙ୍କ ଜୀବନ ଅମୂଲ୍ୟ, ଏହାକୁ ବିପଦରେ ପକାନ୍ତୁ ନାହିଁ। ନିୟମର ପାଳନ କରନ୍ତୁ ଏବଂ ସୁରକ୍ଷିତ ଭାବେ ଯାତ୍ରା କରନ୍ତୁ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.